Posted inଖେଳ

ତୀରମାଡ଼ରେ ତୀରନ୍ଦାଜ ଗୁରୁତର

ନୂଆଦିଲ୍ଲୀ,୧୦।୧- ଆସାମର ୧୨ ବର୍ଷୀୟା ତୀରନ୍ଦାଜ ଶିଭାଙ୍ଗିନୀ ଗୋହେନ ତୀର ମାଡ଼ରେ ଆହତ ହୋଇଛନ୍ତି। ଦିବ୍ରୁଗଡ଼ସ୍ଥିତ ସାଇ କେନ୍ଦ୍ରରେ ଟ୍ରେନିଂବେଳେ ଦୁର୍ଘଟଣା ଘଟିଛି। ଏହି ସମୟରେ କେହି ପ୍ରଶିକ୍ଷକ ନ ଥିଲେ। ଅସାବଧାନତା କାରଣରୁ ଏଭଳି ଘଟଣା ଘଟିଛି ବୋଲି ରାଜ୍ୟର ତୀରନ୍ଦାଜ ଆସୋସିଏଶନ ପକ୍ଷରୁ କୁହାଯାଇଛି। ବୁଧବାର ଦୁର୍ଘଟଣା ପରେ ତାଙ୍କୁ ବିମାନ ଯୋଗେ ଦିଲ୍ଲୀ ନିଆଯାଇ ଏମ୍ସ ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇ ଥିବା ଆସାମ ତୀରନ୍ଦାଜ ଆସୋସିଏଶନର ଯୁଗ୍ମ ସମ୍ପାଦକ ଓ ରାଜ୍ୟ ଅଲିମ୍ପିକ୍‌ ଆସୋସିଏଶନର କାର୍ଯ୍ୟକାରୀ ସଦସ୍ୟ ପୁଲିନ ଦାସ କହିଛନ୍ତି। ସାଇର ଏକ୍ସଟେନଶନ ସେଣ୍ଟରରେ ୫ ବାଳିକାଙ୍କ ସମେତ ୧୧ ଟ୍ରେନି ଥିଲେ। ସେମାନେ ସାଇର ଚୁକ୍ତିଭିତ୍ତକ କୋଚ୍‌ ମାର୍ସିଙ୍କ ନେତୃତ୍ୱରେ ଟ୍ରେନିଂ ନେଉଥିଲେ। କିନ୍ତୁ କୋଚ ମାର୍ସି ଏବେ ଖେଲୋ ଇଣ୍ଡିଆ ଗେମ୍ସ ପାଇଁ ଗୁଆହାଟୀ ଯାଇଛନ୍ତି। ଟ୍ରେନିଂ ଗ୍ରାଉଣ୍ଡର ସ୍ଥିତ ଭଲ ନାହିଁ। କାରଣ ସେଠାରେ ଫୁଟବଲ, କ୍ରିକେଟ ଓ ଅନ୍ୟ ଖେଳ ମଧ୍ୟ ଖେଳାଯାଏ। କିନ୍ତୁ ସବୁଠୁ ବଡ଼ କଥା ହେଲା କୋଚ୍‌ଙ୍କ ଅନୁପସ୍ଥିତିରେ ସେମାନଙ୍କୁ ଟ୍ରେନିଂ ନ କରିବାକୁ କୁହାଯାଇ ନ ଥିଲା। ଜଣେ ବାଳକ ଅଭ୍ୟାସ କରୁଥିବାବେଳେ ଗୋହେନଙ୍କୁ ତୀର ଲାଗିଥିଲା। ତାଙ୍କୁ ପ୍ରଥମେ ଆସାମ ମେଡିକାଲ କଲେଜ ନିଆଯାଇଥିଲା। ସେଠାକାର ଡାକ୍ତର ଭଲ ମେଡିକାଲକୁ ନେବା ପାଇଁ ସୁପାରିସ କରିଥିଲେ। ପରେ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ଦିଲ୍ଲୀ ଏମ୍ସ ନିଆଯାଇଥିଲା। ଏମ୍ସର ଟ୍ରମା ସେଣ୍ଟରର ଜଣେ ଡାକ୍ତର କହିଛନ୍ତି, ତୀର ଗୋହେନଙ୍କ ହାତର ହାଡ ଭିତରେ ପଶିଯାଇଛି। ଶୀଘ୍ର ତାଙ୍କର ଅସ୍ତ୍ରୋପଚାର କରାଯିବ। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ଅଛି। ଆସାମ ତୀରନ୍ଦାଜ ଆସୋସିଏଶନ ତାଙ୍କ ଚିକିତ୍ସା ପାଇଁ ୨୦ ହଜାର ଟଙ୍କା ସହାୟତା ରାଶି ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିମିଶି କାମ କରିବାରୁ ସଫଳତା: ରାଜ୍ୟସ୍ତରରେ ଗଞ୍ଜାମ ପୁରସ୍କୃତ

ଗଞ୍ଜାମ,୩୧।୮(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ମହା ସମାରୋହରେ ସୋମବାର ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ବ୍ରହ୍ମପୁର ଲୋକସଭା…

ICUରେ ଆନ୍ନା ହଜାରେ: ଗୁରୁତର ଭାଇରାଲ ସଂକ୍ରମଣ ପରେ…

ନୂଆଦିଲ୍ଲୀ,୩୧।୮: ସାମାଜିକ କର୍ମୀ ଆନ୍ନା ହଜାରେଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ମୁମ୍ବାଇର ବମ୍ବେ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ଗୁରୁତର ଭାଇରାଲ ସଂକ୍ରମଣ ଏବଂ…

ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣା: ମନ୍ଥର ଗତିରେ ଚାଲିଛି କାର୍ଯ୍ୟ, ତାଗିଦ କଲେ ଉପଜିଲାପାଳ

ଛତ୍ରପୁର, ୩୧।୮ (ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣାର ସୋମବାର ସମୀକ୍ଷା କରିଛନ୍ତି ଛତ୍ରପୁର ଉପଜିଲାପାଳ…

ଚାଷୀଙ୍କ ରଣହୁଙ୍କାର: ୮ଦଫା ଦାବିରେ ତାତିଲେ ଚାଷୀ

ବରଗଡ଼,୩୧।୮(ପ୍ରେମାନନ୍ଦ ଖମାରୀ)-:ବରଗଡ଼ ଜିଲାରେ ସର୍ବାଧିକ ଧାନ ଉତ୍ପାଦନ ଯୋଗୁ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଓ ଚାଷୀଙ୍କ ସମସ୍ୟା ମଧ୍ୟ ଅଧିକ ଏବଂ…

ବିଧାୟକ ସିଦ୍ଧାନ୍ତ ମହାପାତ୍ର ଦେଲେ ବଡ଼ ପ୍ରତିଶ୍ରୁତି: ଦିଗପହଣ୍ଡିକୁ ମ୍ୟୁନିସିପାଲଟିର ମାନ୍ୟତା ପାଇଁ…

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନଏସି ପକ୍ଷରୁ ୫୩ତମ ପବିତ୍ର ନିଖିଳ ଭାରତ ସ୍ବାୟତ୍ତ ଶାସନ ସପ୍ତାହ ପାଳନ ସମାରୋହ ସୋମବାର ବିଳମ୍ବିତ ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି।…

ରାଷ୍ଟ୍ରପତିଙ୍କ ପାଖରେ ଛାଇ ଭଳି ରହୁଥିବା ମେଜର ରିଷଭ ହଠାତ୍‌ ନେଲେ ଅବସର, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୩୧।୮: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ବିଭିନ୍ନ ସରକାରୀ ଓ ଆଧିକାରିକ କାର୍ଯ୍ୟକ୍ରମରେ ନଜର ଆସି ଚର୍ଚ୍ଚାରେ ଥିବା ମେଜର ରିଷଭ ସିଂହ ସାମ୍ବ୍ୟାଲ ଏବେ…

ଅମରନାଥଙ୍କୁ ପିଟିଲା କାର୍‌, ଚାଲିଗଲା ଜୀବନ

ଗୁଣପୁର,୩୧।୮ ( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ସହର ବଳରାମ ନଗର ପୋଲାକି ଅମରନାଥ ପାତ୍ର(୨୭) (ପିତା- ମୋହନ ରାଓ ପାତ୍ର)ଙ୍କ ଏକ ମର୍ମନ୍ତୁଦ ସଡ଼କ…

ଦମ୍‌ଦାର ଜବାବ ଦେଲେ ବୈଭବ ସୂର୍ଯ୍ୟବଂଶୀ: କିଛି କହିବା ପୂର୍ବରୁ ୧୦୦୦ ଥର ଭାବିବେ କ୍ରିକେଟ ପଣ୍ଡିତ!

ନୂଆଦିଲ୍ଲୀ, ୩୧।୮: ଦୁଲୀପ ଟ୍ରଫି ଡେବ୍ୟୁ ମ୍ୟାଚରେ ବୈଭବ ସୂର୍ଯ୍ୟବଂଶୀ ମାତ୍ର ୮ ରନ କରି ଆଉଟ ହେବା ପରେ ତାଙ୍କ ରେଡ ବଲ ଟେମ୍ପରାମେଣ୍ଟକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri