Posted inଖେଳ

ତିନିଟିି ଫର୍ମାଟରେ ସଫଳତାର ରହସ୍ୟ ଖୋଲିଲେ କୋହଲି

ମୋହାଲିଠାରେ ବୁଧବାର ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମ୍ୟାଚରେ ଭାରତ ୭ ଉଇକେଟରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଅଧିନାୟକ ବିରାଟ କୋହଲି ୫୨ଟି ବଲର ସମ୍ମୁଖୀନ ହୋଇ ୪ ଚୌକା ଓ ୩ ଛକା ସହ ୭୨ ରନରେ ଅପରାଜିତ ରହି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିବା ସହ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି। ମ୍ୟାଚ୍‌ ପରେ ନିଜ ସଫଳତାର ରହସ୍ୟ ଖୋଲିଛନ୍ତି ବିରାଟ। ମୋ ଶାର୍ଟରେ ଭାରତୀୟ ବ୍ୟାଜ୍‌ ଲଗାଯାଇଛି ସେଥିପାଇଁ ମୁଁ ନିଜକୁ ଗୌରବାନ୍ବିତ ମନେ କରୁଛି। ଦଳକୁ ଜିତାଇବା ଲାଗି ଯାହାବି କରିବାକୁ ପଡିବ ସେଥିଲାଗି ପୁରା ପ୍ରସ୍ତୁତ ବୋଲି ବିରାଟ କହିଛନ୍ତି। ତିନିଟିି ଫର୍ମାଟ୍‌ରେ  କିପରି ସଫଳତା ହାସଲ କରିଛନ୍ତି ବୋଲି  ପଚରାଯିବାରୁ ସେ କହିଥିଲେ, ସବୁବେଳେ ପରିସ୍ଥିତିକୁ ଦେଖି ଖେଳିବାକୁ ଚେଷ୍ଟା କରିଥାଏ। ଟେଷ୍ଟ, ଏକଦିବସୀୟ ଏବଂ ଟି-୨୦ ଫର୍ମାଟରେ ତାଳମେଳ ରଖି ଖେଳିଲେ ସଫଳତା ସହଜ। ଯଦି ଦଳକୁ ଜିତାଇବାର ଲକ୍ଷ୍ୟ ରଖି ଖେଳାଯାଏ ତେବେ ମାନସିକତା ମଧ୍ୟ ସେହିପରି ଭାବେ ଦୃଢ ହୋଇଯାଏ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲାଇଭ୍‌ ଇଭେଣ୍ଟରେ ଖସିପଡ଼ିଲା ମୃଣାଳଙ୍କ କାନ ଝୁମୁକା: ଆଉ ତା’ପରେ…ଦେଖନ୍ତୁ Video

ଅଭିନେତ୍ରୀ ମୃଣାଲ ଠାକୁର ରୂପରେ ଯେମିତି, ଅଭିନୟରେ ବି ସେମିତି ନିପୂଣ। ଖୁବ୍‌ କମ୍‌ ଦିନରେ ସେ ଦର୍ଶକଙ୍କ ହୃଦୟରେ ରାଜ୍‌ କରିଛନ୍ତି। ସେ ଏବେ ବଲିଉଡ୍‌ର…

ବିବାହ ଭୋଜି ଖାଇ ଫେରିବାବେଳେ ଟ୍ରକ୍‌ ପଛରେ ପିଟିହେଲା କାର୍‌, ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦକଙ୍କ ସହ…

ଅନୁଗୋଳ,୨୧ା୨(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଜରପଡ଼ା ଥାନା ଅନ୍ତର୍ଗତ ମରାତିରା ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ଜୀବନ ଯାଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ସୂଚନା…

IND vs SA ମ୍ୟାଚ ପୂର୍ବରୁ ଭାରତୀୟ ଟିମକୁ ଲାଗିଲା ବଡ଼ ଝଟକା, ଆହତ ହେଲେ ଏହି ଖେଳାଳି

ନୂଆଦିଲ୍ଲୀ,୨୧।୨: ଲିଗ ପର୍ଯ୍ୟାୟରେ ସମସ୍ତ ଚାରୋଟି ମ୍ୟାଚ ଜିତି T20 World Cup 2026 ର ସୁପର ୮ପର୍ଯ୍ୟାୟରେ ପହଞ୍ଚିଥିବା ଟିମ ଇଣ୍ଡିଆ, ରବିବାର, ଫେବୃଆରୀ ୨୨ରେ…

ଭାରତ-ବ୍ରାଜିଲ ସମ୍ପର୍କରେ ନୂଆ ଅଧ୍ୟାୟ: ବାଣିଜ୍ୟ ଚୁକ୍ତି ସ୍ବାକ୍ଷରିତ

ବ୍ରାସିଲିଆ,୨୧।୨: ଭାରତ-ବ୍ରାଜିଲ ସମ୍ପର୍କରେ ଏକ ନୂତନ ଅଧ୍ୟାୟ ଯୋଡି ହୋଇଛି। ଉଭୟ ଦେଶ ମଧ୍ୟରେ ଏକ ବାଣିଜ୍ୟ ଚୁକ୍ତି ସ୍ବାକ୍ଷରିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ…

ଶ୍ରୀଜଗନ୍ନାଥ ମନ୍ଦିର ହୁଣ୍ଡିରୁ ମିଳିଲା ୫୮ କେଜି ସୁନା, ଟଙ୍କା…

ଭୁବନେଶ୍ୱର,୨୧।୨: ଗତବର୍ଷ ଶ୍ରୀଜଗନ୍ନାଥ ମନ୍ଦିର ହୁଣ୍ଡିରୁ ୧୮ କୋଟି ୫୯ ଲକ୍ଷ ୨୩ ହଜାର ଟଙ୍କା ସଂଗ୍ରହ ହୋଇଥିଲା। ଏନେଇ ବିଧାନସଭାରେ ଆଇନ ମନ୍ତ୍ରୀ ପଥ୍ବୀରଜ ହରିଚନ୍ଦନଙ୍କ…

ଯନ୍ତ୍ରୀ-ଠିକାଦାର ମୁହାଁମୁହିଁ: ଜାତିଆଣ ଟିପ୍ପଣୀ ଧମକ ଦେଇ…

ବଲାଙ୍ଗୀର,୨୧ା୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରାସ୍ତା ଓ କୋଠା ବିଭାଗ ନିର୍ବାହୀ ଯନ୍ତ୍ରୀ ଓ ଠିକାଦାରମାନେ ମୁହାଁମୁହିଁ ହୋଇଛନ୍ତି। ପରସ୍ପର ବିରୋଧରେ ଉଭୟ ପକ୍ଷ ଟାଉନ ଥାନାରେ…

ପାକିସ୍ତାନ କୋଚ ମଧ୍ୟ ବାବର ଆଜମଙ୍କୁ ଅପମାନିତ କଲେ? ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୧।୨: ଶନିବାର ପାକିସ୍ତାନ କ୍ରିକେଟ ଦଳ ସୁପର ୮ରେ ନ୍ୟୁଜିଲାଣ୍ଡ ସହିତ ଖେଳୁଛି। ଦଳ ଗ୍ରୁପ ପର୍ଯ୍ୟାୟରେ ଚାରୋଟି ମ୍ୟାଚ ମଧ୍ୟରୁ ତିନୋଟିରେ ବିଜୟୀ ହୋଇଥିଲା, ତଥାପି…

ଅବକାରୀ ମନ୍ତ୍ରୀଙ୍କ ବଡ଼ ସୂଚନା: ଏଣିକି କାଚ ବୋତଲ ବଦଳରେ ମୋଟା କାଗଜ ଖୋଳରେ ମିଳିବ ମଦ

ଭୁବନେଶ୍ୱର,୨୧ା୨: ଶନିବାର ଗୃହରେ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏକ ବଡ଼ ସୂଚନା ଦେଇଛନ୍ତି। ସନାତନ ମହାକୁଡ଼ଙ୍କ ପ୍ରଶ୍ନର ଉତ୍ତରରେ ଅବକାରୀ ମନ୍ତ୍ରୀ ଉତ୍ତର ରଖି କହିଛନ୍ତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri