ତାଲା ଭାଙ୍ଗି ଘରୁ ୭ ଲକ୍ଷ ଟଙ୍କାର ଅଳଙ୍କାର ଲୁଟ୍‌

ରଣପୁର,୧୪।୩(ସ୍ବ.ପ୍ର.): ଚାନ୍ଦପୁର ଥାନା କନ୍ଧନୟାଗଡ ଗଁ।ର ଭାଗୀରଥି ସାହୁଙ୍କ ଘର ଗ୍ରିଲ୍‌ ତାଲା ଭାଙ୍ଗି ଗୁରୁବାର ସନ୍ଧ୍ୟାରେ ଦୁର୍ବୃତ୍ତମାନେ ଆଲମାରୀରୁ ପ୍ରାୟ ୭ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଚୋରାଇ ନେଇଛନ୍ତି। ସେହିପରି ଅନ୍ୟ କିଛି ଘରୋଇ ଉପକରଣ ମଧ୍ୟ ଚୋରି ହୋଇଛି । ସ୍ତ୍ରୀଙ୍କ ଦେହ ଖରାପ ଥିବାରୁ ଭାଗୀରଥି ଘରେ ତାଲା ପକାଇ ଭୁବନେଶ୍ୱର ଡାକ୍ତରଖାନାକୁ ଯାଇଥିଲେ । ତେବେ ରାତିରେ ଫେରି ଘର ଭଙ୍ଗାରୁଜା ହେବା ସହ ଗୃହ ଉପକରଣ ଏଣେତେଣେ ପଡିଥିବା ଦେଖିବାକୁ ପାଇଥିଲେ। ଘରୁ ସୁନା ଅଳଙ୍କାର ଚୋରି ହୋଇଥିବା ଜାଣିବାକୁ ପାଇ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ମାମଲା ରଜୁ କରି ତଦନ୍ତ କରୁଛି ।