ତାରିଣୀ ମନ୍ଦିରରୁ ଚୋରି

ଭଦ୍ରକ ଅଫିସ,୧୧।୯:ଭଦ୍ରକ ସହରାଞ୍ଚଳ ଥାନା ଅଧିନସ୍ଥ ଗବସାହି ତାରିଣୀମନ୍ଦିରରୁ ମଙ୍ଗଳବାର ବିଳମ୍ବିତ ରାତିରେ ଚୋରି ହୋଇଛି। ମା’ଙ୍କ ମୁକୁଟ, ଚିତା ଏବଂ ଦାନ ହୁଣ୍ଡିକୁ ଲୁଟେରାମାନେ ତାଲା ଭାଙ୍ଗି ଲୁଟି ନେଇଥିବା ଜଣାପଡିଛି। ସହରାଞ୍ଚଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପାଖରେ ଥିବା ଏକ କଲେଜର ସିସିଟିଭି ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି।