ତାପଙ୍ଗ ଛକରେ ବୋମା ପକାଇ ସାନି ମେଶିନ ପୋଡିଦେଲେ ଦୁର୍ବୃତ୍ତ, ୨ ଅଫୁଡ଼ା ବୋମା ଜବତ

ଖୋର୍ଦ୍ଧା ଅଫିସ, ୧୯।୬: ଖୋର୍ଦ୍ଧା ଜିଲା ତାପଙ୍ଗ ଛକ ଏନ୍‌କେଏସ୍‌ କ୍ରସର ନିକଟରେ ଥିବା ଏକ ସାନି ମେଶିନକୁ ମଙ୍ଗଳବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ବୋମା ପକାଇ ପୋଡ଼ିଦେଇଥିବା ଜଣାପଡିଛି। ଘଟଣାସ୍ଥଳରେ ବୁଧବାର ସକାଳେ ମଧ୍ୟ ୨ଟି ହାତ ତିଆରି ଅଫୁଟା ବୋମା ପଡ଼ି ରହିଥିଲା। ଖୋର୍ଦ୍ଧା ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୋମା ୨ଟିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।