ତହସିଲ ପକ୍ଷରୁ ଚଢାଉ: ଜେସିବି, ଟିପ୍ପର୍‌ ଜବତ

ଧର୍ମଶାଳା,୨|୮(ଡି.ଏନ୍‌.ଏ.)- ଧର୍ମଶାଳା ତହସିଲ ଅଞ୍ଜିରା ପାହାଡରେ ଗୁରୁବାର ଚଢାଉ କରି ବେଆଇ ଭାବେ ଖନନ କରୁଥିବା ଏକ ଜେସିବି ସହ ମାଣ୍ଡିଆ ଛକରୁ ଏକ ଟିପ୍ପର ଜବତ କରିଛି। ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ଡା ଓ ସହକର୍ମୀ ଚଢାଉରେ ସାମିଲ ହୋଇଥିଲେ। ଏହି ସମୟରେ ତହସିଲ ପକ୍ଷରୁ ନିଲାମ ହୋଇ ନ ଥିବା ଅଞ୍ଜିରା ପାହାଡର ଏକ କଳାପଥର ଖାଦାନରେ ପଥର ମାଫିଆମାନେ ଜେସିବି ସାହାଯ୍ୟରେ ଖନନ କରୁଥିବାବେଳେ ଉକ୍ତ ଜେସିବିକୁ ଜବତ କରିଥିଲେ। ପରେ ୫୩ ନମ୍ବର ଜାତୀୟ ରାଜପଥରେ ବେଆଇନ ଭାବେ କଳାପଥର ପରିବହନ କରୁଥିବା ଏକ ଟିପ୍ପରକୁ ମାଣ୍ଡିଆ ଛକ ନିକଟରୁ ଜବତ କରିଥିଲେ ା ବୁଧବାର ଆରୁହା ପାହାଡରୁ ବେଆଇନ ଭାବେ ପରିବହନ କରୁଥିବା ୬ଟି ଜବତ ଟ୍ରକ୍‌ ମଧ୍ୟରୁ ୨ ଟ୍ରକ୍‌ ମାଲିକଙ୍କଠାରୁ ୪୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇ ଛଡାଯାଇଥିବା ତହସିଲଦାର ସୂଚନା ଦେଇଛନ୍ତି ା