ତହସିଲଦାରଙ୍କ ଛତୁଆ ପ୍ରସ୍ତୁତି, ଅଙ୍ଗନୱାଡ଼ି କେନ୍ଦ୍ର ପରିଦର୍ଶନ

ପାତ୍ରପୁର,୨୫ା୭(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ପାତ୍ରପୁର ତହସିଲଦାର ଡ଼. ଶ୍ରୀନିବାସ ବେହେରା ଓ ସିଡ଼ିପିଓ ପଦ୍ମିନୀ ସାହୁ ଗୁରୁବାର ପାତ୍ରପୁର ବ୍ଲକରେ ଥିବା ଛତୁଆ ପ୍ରସ୍ତୁତି ପ୍ରକଳ୍ପ ଓ ଅଙ୍ଗନୱାଡ଼ି କେନ୍ଦ୍ର ପରିଦର୍ଶନ କରିଛନ୍ତି। ସ୍ଥାନୀୟ ସୁରଙ୍ଗୀ ପଞ୍ଚାୟତ ନିକଟସ୍ଥ ଶଳାଭାଗପେଣ୍ଠ ନିକଟରେ ଥିବା ଛତୁଆ ପ୍ରକଳ୍ପ ପରିଦର୍ଶନ କରିଥିବା ବେଳେ ସୁରଙ୍ଗୀ ସେକ୍ଟରର ୫ଟି ଅଙ୍ଗନୱାଡ଼ି କେନ୍ଦ୍ର ପରିଦର୍ଶନ କରିଥିଲେ। ଛତୁଆ ତିଆରି ହେଉଥିବା କେନ୍ଦ୍ରରେ ବିଭିନ୍ନ ସରଞ୍ଜାମ ଓ ପ୍ରସ୍ତୁତି ପଦ୍ଧତି ଦେଖିବା ସହ ମାନ ନିରୀକ୍ଷଣ କରିବା ସହ ଖାତାପତ୍ର ଯାଞ୍ଚ କରିଥିଲେ। ସବୁ ଅଙ୍ଗନୱାଡ଼ି କେନ୍ଦ୍ରରେ ଶିଶୁମାନେ ଠିକ୍‌ ଉପସ୍ଥିତ ଥିବାବେଳେ କେଶପୁରରେ ୨୩ଜଣ ଶିଶୁଙ୍କ ମଧ୍ୟରୁ ୧୧ ଜଣଙ୍କ ଉପସ୍ଥିତିକୁ ନେଇ ସିଡ଼ିପିଓ କ୍ଷୁବ୍ଧ ହୋଇଥିଲେ।