ତହସିଲଦାରଙ୍କ କ୍ୱାର୍ଟର୍ସ ପରିସରରୁ ଚନ୍ଦନ ଗଛ ଚୋରି

ବାଲିଗୁଡା,୨୦ା୩(ଡି.ଏନ୍‌.ଏ.) – ବାଲିଗୁଡା ତହସିଲଦାର କ୍ଷୀରାବ୍ଧି ତନୟା ସାହୁଙ୍କ ବାସଭବନ ପରିସରରୁ ଦୁର୍ବୃତ୍ତମାନେ ଗୁରୁବାର ରାତିରେ ଏକ ଚନ୍ଦନ ଗଛ କାଟି ନେଇଛନ୍ତି। ତହସିଲଦାରଙ୍କ ଅଭିଯୋଗ ପ୍ରକାରେ ବାଲିଗୁଡା ପୋଲିସ ନଂ.୫୦/୨୦ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ପ୍ରକାଶ ଯେ, ବୁଧବାର ରାତିରେ ଦୁର୍ବୃତ୍ତମାନେ ପାଚେରୀ ଡେଇଁ ତହସିଲଦାରଙ୍କ ବାସଭବନନ ପରିସରରେ ପଶି କ୍ୱାର୍ଟର୍ସର ମୁଖ୍ୟଦ୍ୱାରକୁ ବାହାରପଟୁ ବନ୍ଦ କରିଦେଇଥିଲେ। ପରେ ଚନ୍ଦନ ଗଛଟିକୁ କାଟିଥିଲେ। ଏହାର ଗଣ୍ଡିଟିକୁ ଅଲଗା କରି ନେଇଯାଇଥିବାବେଳେ ଡାଳଗୁଡିକ ଛାଡି ଚାଲିଯାଇଥିଲେ। ସକାଳୁ କାମ କରିବାକୁ ଆସିଥିବା ମହିଳା ଆସି ଗଛ କଟାଯିବା ସହ ଦ୍ୱାର ମୁଖ୍ୟଦ୍ୱାର ବାହାରପଟୁ ବନ୍ଦ ଥିବା ଦେଖିଥିଲେ। ଦ୍ୱାର ଖୋଲିବା ପରେ ତହସିଲଦାର ବାହାରକୁ ଆସି ବାଲିଗୁଡା ଥାନାକୁ ଜଣାଇଥିଲେ। ପୋଲିସ ପହଞ୍ଚତ୍ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଛି। ଏନେଇ ନଂ.୫୦/୨୦ରେ ମାମଲା ରୁଜୁ ହୋଇଛି।