ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟର ଚତୁର୍ଥ ମହଲାରୁ ଡେଇଁ ରୋଗୀ ମୃତ

ଢେଙ୍କାନାଳ ଅଫିସ, ୧୭।୫: ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟର ଚତୁର୍ଥ ମହଲାରୁ ଡେଇଁବା ଯୋଗୁ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଟୁନା ବେହେରା(୨୨)। ଟୁନାଙ୍କ ଘର ଗଁଦିଆ ଥାନା ମହୂଲଖୋଳି ଗ୍ରାମରେ ବୋଲି ଜଣାପଡ଼ିଛି। ସେ ଗତକାଲି ରାତିରେ ଅଂଶୁଘାତର ଶିକାର ହୋଇ ଉକ୍ତ ମହଲାରେ ଥିବା ମେଡିସିନ ଓ୍ବାର୍ଡରେ ଭର୍ତ୍ତି ହୋଇଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।