ଢ଼େପସାହି ହତ୍ୟା ମାମଲା: ଗିରଫ ୧୧ ଜଣଙ୍କୁ କୋର୍ଟ ଚାଲାଣ

ଭଞ୍ଜନଗର,୧୮।୧୨(ଡି.ଏନ୍‌.ଏ): ତାରସିଂ ଥାନା ବୁରପଲ୍ଲୀ ଢ଼େପସାହିର ହାଡ଼ିଆ ନାଇକ ହତ୍ୟା ମାମଲାରେ ପୋଲିସ ବୁଧବାର ୧୧ ଜଣଙ୍କୁ ଗିରଫ କରି ଭଞ୍ଜନଗର କୋର୍ଟକୁ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଭଞ୍ଜନଗର ସ୍ବତନ୍ତ୍ର ଉପ କାରାଗାରକୁ ପଠାଇ ଦିଆଯାଇଛି। ସେମାନେ ହେଲେ ସୀମାଞ୍ଚଳ ଭୂୟଁ।, ନାରାୟଣ ଭୂୟଁ।, ଭିକାରୀ ନାୟକ, ରବୀନ୍ଦ୍ର ନାୟକ, ଅନନ୍ତ ସ୍ବାଇଁ, ପ୍ରଦୀପ ପ୍ରଧାନ, ବାବୁଲା ଗୌଡ଼, ମନୁ ଗୌଡ଼, ପୂର୍ଣ୍ଣଚନ୍ଦ୍ର ରାଉତ, ପୂର୍ଣ୍ଣଚନ୍ଦ୍ର ଗୌଡ଼ ଓ ନରହରି ନାୟକ।
ପ୍ରକାଶଯେ ହାଡ଼ିଆ ବିଭିନ୍ନ ସମୟରେ ଗ୍ରାମବାସୀଙ୍କୁ ଭୟଭୀତ କରି ରଖୁଥିଲେ। ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଦୀର୍ଘଦିନ ହେଲା ଅସନ୍ତୋଷ ଲାଗି ରହିଥିଲା। ଗତ ୧୪ ତାରିଖ ଦିନ ହାଡ଼ିଆ ଜଣଙ୍କୁ ଧମକ ଦେଇଥିଲେ। ଏନେଇ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ହାଡ଼ିଆଙ୍କୁ ଆକ୍ରମଣକରି ବିଲମାଳରେ ଫୋପାଡ଼ି ଦେଇଥିଲେ। ପରିବାର ଲୋକେ ଉଦ୍ଧାର କରି ଭଞ୍ଜନଗର ମେଡ଼ିକାଲ ଓ ପରେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ନେଇଥିଲେ। ସେଠାରେ ୧୬ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିବା ଥାନା ଅଧିକାରୀ ସବ୍ୟସାଚ୍ଚୀ ମଲ୍ଲ ସୂଚନା ଦେଇଛନ୍ତି। ଅପରପକ୍ଷେ ହାଡ଼ିଆଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି ଯେ, ଘଟଣା ଦିନ ଗ୍ରାମର ଜଣେ ବ୍ୟକ୍ତିଙ୍କ ସହ କଥା ହେବାକୁ ଯାଇଥିବାବେଳେ ଗ୍ରାମବାସୀ ତାଙ୍କ ପୁଅକୁ ଆକ୍ରମଣ କରିଥିଲେ। ପୋଲିସ ନଂ.୧୬୧।୧୯ରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା।