Categories: ଜାତୀୟ

ଡ୍ରୋନ୍‌ ଆକ୍ରମଣରେ ଆତଙ୍କବାଦୀ ହୁଜୈଫା ନିହତ: ଅନ୍‌ଲାଇନ୍‌ରେ କଶ୍ମୀର ଯୁବକଙ୍କୁ ଆଇଏସ୍‌ ସଂଗଠନରେ କରୁଥିଲେ ଭର୍ତ୍ତି

ଶ୍ରୀନଗର,୨୧।୭: କଶ୍ମୀର ଯୁବକଙ୍କୁ ଅନ୍‌ଲାଇନ୍‌ରେ ଇସଲାମିକ୍‌ ଷ୍ଟେଟ୍‌(ଆଇଏସ୍‌) ଆତଙ୍କବାଦୀ ସଂଗଠନରେ ଭର୍ତ୍ତି କରୁଥିବା ହୁଜୈଫା ଅଲ୍‌-ବାକିସ୍ତାନୀଙ୍କ ମୃତ୍ୟୁ ଘଟିଛି। ଆଫଗାନିସ୍ତାନର ନରଗରହର ପ୍ରଦେଶରେ ହୋଇଥିବା ଏକ ଡ୍ରୋନ୍‌ ଆକ୍ରମଣରେ ହୁଜୈଫାଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ଏହି ପାକିସ୍ତାନୀ ଆତଙ୍କବାଦୀ ଜମ୍ମୁ-କଶ୍ମୀରରେ ଆଇଏସ୍‌ ସଂଗଠନକୁ ସକ୍ରିୟ କରିବାକୁ ପ୍ରୟାସ କରୁଥିବା ଜଣାପଡ଼ିଥିଲା। ଆଫଗାନିସ୍ତାନ ଏବଂ ଭାରତରେ ଆଇଏସ୍‌ ସଂଗଠନର ସଦସ୍ୟ ସଂଖ୍ୟା ବଢ଼ାଇବା ପାଇଁ ହୁଜୈଫା ଯୋଜନା କରୁଥିଲେ। ଭାରତରେ ଓ୍ବିଲାହ ଅଫ୍‌ ହିନ୍ଦ୍‌ ସଂଗଠନ ହୁଜୈଫାଙ୍କ ନିର୍ଦ୍ଦେଶରେ କାମ କରୁଥିବା ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଥିଲା। ଇଞ୍ଜିନିୟରିଂ ପାସ୍‌ ପରେ ସେ ଲଶ୍କର-ଇ-ତୋଏବା ସଂଗଠନ ସହିତ ଯୋଗାଯୋଗ କରିଥିଲେ। ଶ୍ରୀନଗର ବାସିନ୍ଦା ଲିଜାଜ୍‌ ଅହନଗରଙ୍କ କନ୍ୟା ସବିରାଙ୍କୁ ହୁଜୈଫା ବିବାହ କରିଥିବା କୁହାଯାଉଛି।

Share