ଡ୍ରାଗନ୍‌ ଚିକେନ୍‌

ପର୍ଯ୍ୟଟନ ସହର ପୁରୀର ହୋଟେଲ, ରେସ୍ତୋରଁାଗୁଡ଼ିକ ଗ୍ରାହକଙ୍କ ରୁଚିକୁ ଦେଖି ବିଭିନ୍ନ ପ୍ରକାର ଡିଶ୍‌ ପ୍ରସ୍ତୁତ କରୁଛନ୍ତିି। ସାଗର ତରଙ୍ଗ ରେସିଡେନ୍ସିରେ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ହେଉଛି ସ୍ବାଦିଷ୍ଟ ଡ୍ରାଗନ ଚିକେନ୍‌। ଏହାର ଚାହିଦା ବି ରହିଛି। ଗୋଟେ ପ୍ଲେଟ୍‌ର ଦାମ୍‌ ୩୦୦ଟଙ୍କା। ଏହାକୁ ଘରେ କିପରି ସହଜରେ ପ୍ରସ୍ତୁତ କରିହେବ ସେ ସମ୍ପର୍କରେ ଶେଫ୍‌ ଅଭୟ ଜେନା କୁହନ୍ତି…

ଆବଶ୍ୟକ ସାମଗ୍ରୀ

ଚିକେନ୍‌: ୫୦୦ ଗ୍ରାମ୍‌
ଗୋଲ ମରିଚ ଗୁଣ୍ଡ:୨ ଚାମଚ
ସୋୟା ସସ୍‌: ୨ଚାମଚ
ଅଣ୍ଡା:୧ଟା
କର୍ନଫ୍ଳୋର୍‌:୨ ଚାମଚ
ରିଫାଇନ ତେଲ: ୫୦୦ମିଲିଗ୍ରାମ୍‌
କାଜୁ:୨୦ ଗ୍ରାମ
ଶୁଖିଲା ଲଙ୍କା: ୩ଟା
ପିଆଜ କଟା: ୧୦୦ଗ୍ରାମ୍‌
କ୍ୟାପ୍‌ସିକମ୍‌: ୧୦୦ ଗ୍ରାମ୍‌
ଲଙ୍କା ପେଷ୍ଟ: ୨ ଚାମଚ
ଟମାଟୋ ସସ୍‌: ୪ ଚାମଚ
ଚିନି: ୧ ଚାମଚ
ଅଦା ରସୁଣ ପେଷ୍ଟ:୧ ଚାମଚ
ଧନିଆ ପତ୍ର: ୧ବିଡା
ଲୁଣ ସ୍ବାଦ ଅନୁସାରେ

ପ୍ରସ୍ତୁତି ପ୍ରଣାଳୀ

ଚିକେନ୍‌କୁ ପତଳା କରି କାଟି ଗୋଟିଏ ପାତ୍ରରେ ରଖନ୍ତୁ। ସେଥିରେ ଗୋଲ ମରିଚ ଗୁଣ୍ଡ, ଲୁଣ, ଅଣ୍ଡା, ଅଦା ରସୁଣ ଦେଇ ଭଲ ଭାବରେ ମିଶାନ୍ତୁ। ଏହାପରେ ସେଥିରେ କର୍ନଫ୍ଲୋର ପାଉଡର ମିଶାଇ ତେଲରେ ଡିପ୍‌ ଫ୍ରାଏ କରନ୍ତୁ। ଅନ୍ୟ ଏକ କଡେଇରେ ତେଲ ନେଇ ଗରମ କରନ୍ତୁ ଓ ସେଥିରେ ପ୍ରଥମେ କାଜୁ ପକାନ୍ତୁ। କାଜୁ କଲର ଆସିବା ପରେ ସେଥିରେ ଶୁଖିଲା ଲଙ୍କା ପକାନ୍ତୁ। ଏହାପରେ ସେଥିରେ ଲଙ୍କା ପେଷ୍ଟ, ସୋୟା ସସ୍‌, ଲୁଣ, ଟମାଟୋ ସସ୍‌, ଚିନି ଓ ଅଳ୍ପ ପାଣି ଦେଇ ମିଶାନ୍ତୁ। ୨ ମିନିଟ୍‌ ପରେ ସେଥିରେ ଫ୍ରାଏଡ୍‌ ଚିକେନ୍‌ ମିଶାନ୍ତୁୁ। ପରେ ଧନିଆ ପତ୍ର ପକାନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଡ୍ରାଗନ ଚିକେନ୍‌। ଗରମ ଗରମ ପରଷି ଦିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

ଚାକିରି ନାଁରେ ଠକେଇ: ଖୋର୍ଦ୍ଧା କୋର୍ଟରେ ଜାମିନ ଆବେଦନ କଲେ ଗିରଫ ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା, ୨୦ରେ… 

ହାଟଡିହୀ,୧୭l୨(ଶୁଭକାନ୍ତ ନାୟକ): ୨୨ ଲକ୍ଷ ଟଙ୍କା  ଠକେଇ ମାମଲାରେ ଗିରଫ ହୋଇଥିବା ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଗିରଫ ପରେ ଜାମିନ ପାଇଁ ଖୋର୍ଦ୍ଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri