ଡେରାବିଶର ବିଭିନ୍ନ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ୩୩୦୦ ଶଯ୍ୟା ପ୍ରସ୍ତୁତ, ରହିଲେଣି ୮୨୦ ପ୍ରବାସୀ ଓଡ଼ିଆ

ଡେରାବିଶ,୧୫ା୫(ସ୍ବ.ପ୍ର.): ମହାମାରୀ କରୋନା ପାଇଁ ବିଭିନ୍ନ ରାଜ୍ୟରୁ ଫେରୁଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଅଧୀନରେ ଥିବା ୨୬ଟି ପଞ୍ଚାୟତରେ ମୋଟ୍‌ ୬୮ଟି କ୍ୱାରାଣ୍ଟାଇନ୍‌ ସେଣ୍ଟର ଖୋଲାଯାଇଛି। ଏହି କେନ୍ଦ୍ରଗୁଡ଼ିକରେ ସମୁଦାୟ ୩୩୦୦ ଶଯ୍ୟା ବ୍ୟବସ୍ଥା ହୋଇଛି। ଗୁରୁବାର ସନ୍ଧ୍ୟା ସୁଦ୍ଧା ବ୍ଲକ ଅଧୀନ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ମୋଟ୍‌ ୮୨୦ ପ୍ରବାସୀ ସେମାନଙ୍କ ନାଁ ପଞ୍ଜିକୃତ କରିବା ସହ ୨୧ ଦିନ ଯାଏ କ୍ୱାରାଣ୍ଟାଇନ୍‌ରେ ରହିବେ ବୋଲି ବିଡିଓ ଗୋପବନ୍ଧୁ ଭୋସାଗର ସୂଚନା ଦେଇଛନ୍ତି। କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଥିବା ପ୍ରବାସୀଙ୍କ ପାଇଁ ପାନୀୟ ଜଳ, ସୁଷମ ଖାଦ୍ୟ ସହ ସ୍ବାସ୍ଥ୍ୟ ପରୀକ୍ଷା ବ୍ୟବସ୍ଥା କରାଯାଇଥିବା ବିଡିଓ କହିଛନ୍ତି।