ଡେବିଟ୍‌ କାର୍ଡ ଦେୟ ବଢ଼ିଛି ୨୭%

ନୂଆଦିଲ୍ଲୀ,୨୦-୫: ଦେଶରେ କିଣାକିଣି କରିବା ଲାଗି ଲୋକେ ଡେବିଟ୍‌ କାର୍ଡ ବ୍ୟବହାରରେ ବେଶ୍‌ ଉତ୍ସାହ ପ୍ରଦର୍ଶନ କରୁଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଦ୍ୱାରା ଜାରି ତଥ୍ୟ ଅନୁଯାୟୀ, ମାର୍ଚ୍ଚରେ ପଏଣ୍ଟ ଅଫ୍‌ ସେଲ୍‌ ମେଶିନ(ପିଓଏସ୍‌) ଜରିଆରେ ଡେବିଟ୍‌ କାର୍ଡ ଦ୍ୱାରା ଦେୟ ପ୍ରଦାନ ବର୍ଷକୁ ବର୍ଷ ହାରରେ ୨୭ ପ୍ରତିଶତ ବୃଦ୍ଧି ହୋଇଛି। ଅନ୍ୟପକ୍ଷରେ ଆଲୋଚ୍ୟ ଅବଧିରେ ଏଟିଏମ୍‌ରୁ ଉଠାଣ ବୃଦ୍ଧି ହାର ଏହାଠାରୁ କମ୍‌ ମାତ୍ର ୧୫ ପ୍ରତିଶତ ହୋଇଛି। ମାର୍ଚ୍ଚରେ ଡେବିଟ୍‌ କାର୍ଡ ଜରିଆରେ ୪୦.୭ କୋଟି ଟ୍ରାଞ୍ଜାକସନ ହୋଇଛି, ଯାହା କି ୮୯.୧ କୋଟି ଟଙ୍କାର ଏଟିଏମ୍‌ ଉଠାଣରୁ ପ୍ରାୟ ଅଧା। ତେବେ ୨୦୧୬ରୁ ୨୦୧୯ମାର୍ଚ୍ଚ ମଧ୍ୟରେ ମର୍ଚ୍ଚାଣ୍ଟ ଡେବିଟ କାର୍ଡ ଦ୍ୱାରା ଦେୟ ପ୍ରଦାନରେ ୨୫୦ ପ୍ରତିଶତରୁ ଅଧିକ ବୃଦ୍ଧି ଦେଖାଯାଇଛି। ଏହା ବିପରୀତରେ, ଗତ ୨/୩ ବର୍ଷରେ ମୋଟ ଏଟିଏମ୍‌ ଉଠାଣ ସଂଖ୍ୟା ପ୍ରତି ମାସରେ ୮୦ କୋଟି ଆଖପାଖରେ ରହିଛି। କେନ୍ଦ୍ର ସରକାର ୨୦୧୬ ନଭେମ୍ବର ୮ରେ ବିମୁଦ୍ରୀକରଣ ଘୋଷଣା କରିବା ପରେ ଡେବିଟ କାର୍ଡ ଟ୍ରାଞ୍ଜାକସନକୁ ସବୁଠୁ ବଡ଼ ପ୍ରୋତ୍ସାହନ ମିଳିଥିଲା। ଚଳିତ ବର୍ଷ ମାର୍ଚ୍ଚରେ ବର୍ଷକୁ ବର୍ଷ ଆଧାରରେ କ୍ରେଡିଟ କାର୍ଡ ଜରିଆରେ ପିଓଏସ୍‌ ମେଶିନରୁ ଟ୍ରାଞ୍ଜାକସନ ବୃଦ୍ଧି ହାର ୨୨ ପ୍ରତିଶତ ରହିଥିଲା। ଚଳିତ ବର୍ଷ ମାର୍ଚ୍ଚରେ ପିଓଏସ୍‌ ଟ୍ରାଞ୍ଜାକସନ୧୬.୨ କୋଟି ରହିଛି, ଯାହା କି ଗତବର୍ଷ ମାର୍ଚ୍ଚରେ ୧୨.୭ ପ୍ରତିଶତ ରହିଥିଲା। ନିଜର ନାମ ଗୋପନ ରଖିବା ସର୍ତ୍ତରେ ଜଣେ ପେମେଣ୍ଟ କମ୍ପାନୀ ଅଧିକାରୀ କହିଛନ୍ତି ଯେ, ପିଓଏସ୍‌ ଟର୍ମିନାଲ କମ୍‌ ହେବା ସତ୍ତ୍ୱେ କାର୍ଡ ଜରିଆରେ ଟ୍ରାଞ୍ଜାକସନରେ ଭାରି ବୃଦ୍ଧି ଦର୍ଶାଉଛି ଯେ, ଦୋକାନୀମାନେ ଏକ୍ଷେତ୍ରରେ ମୁଖ୍ୟ ଭୂମିକା ନିର୍ବାହ କରିପାରିଛନ୍ତି। ତାଛଡ଼ା ଯେଉଁଠି ପିଓଏସ୍‌ ମେଶିନ ଲଗାଯାଇଛି, ସେଠାରେ ଭାରି ମାତ୍ରାରେ ଟ୍ରାଞ୍ଜାକସନ ହେଉଥିବାରୁ ଦେଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri