ମୁମ୍ବାଇ,୨୬।୧୧: ଏକ ନାଟକୀୟ ମୋଡ଼ର ଅନ୍ତ ଘଟାଇ ଶେଷରେ ଉଦ୍ଧବ ଠାକରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ତାଙ୍କୁ ମହାରାଷ୍ଟ୍ର ବିକାଶ ଆଘାଡ଼ି(ଏମ୍‌ଭିଏ) ଦଳର ନେତା ଭାବେ ବଛାଯାଇଛି। ଗଠବନ୍ଧନର ତିନି ପ୍ରତିନିଧି ରାଜ୍ୟପାଳଙ୍କୁ ଭେଟିବେ। ସେହିଭଳି ନଭେମ୍ବର ୨୮ ଗୁରୁବାର ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଶିବାଜୀ ପାର୍କରେ ଏହି ସମାରୋହ ଆୟୋଜିତ କରାଯିବ ବୋଲି ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର ସୂଚନା ଦେଇଛନ୍ତି।
ପ୍ରକାଶଯୋଗ୍ୟ, ଦେବେନ୍ଦ୍ର ଫଡ୍‌ନବିସ ଅପରାହ୍ନରେ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ବୁଧବାର ସନ୍ଧ୍ୟା ୫ଟାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ଥିବା ବେଳେ ଏହା ପୂର୍ବରୁ ସେ ଇସ୍ତଫା ଦେଇଥିଲେ। ସେହିଭଳି ସୁପ୍ରିମକୋର୍ଟଙ୍କ ରାୟ ପରେ ଉପମୁଖ୍ୟମନ୍ତ୍ରୀ ପଦରୁ ଅଜିତ ପାଓ୍ବାର ମଧ୍ୟ ଇସ୍ତଫା ଦେଇଛନ୍ତି। ଫଡନିବିସ୍‌ଙ୍କ ଇସ୍ତଫା ସହ ମହାରାଷ୍ଟ୍ରର ଭାଜପା ନେତୃତ୍ୱାଧିନ ସରକାର ଭାଙ୍ଗିଯାଇଛି।

Share