ଡିସେମ୍ବର ଶେଷସୁଦ୍ଧା ଭାଜପାର ସଭାପତି ଚୟନ: ଅରୁଣ

ଭୁବନେଶ୍ୱର,୧୬।୧୨(ବ୍ୟୁରୋ): ଭାଜପା ରାଜ୍ୟ ପ୍ରଭାରୀ ଅରୁଣ ସିଂ ରାଜ୍ୟ ସଭା ସଦସ୍ୟଭାବେ ନିର୍ବାଚିତ ହେବାପରେ ପ୍ରଥମ ଥର ଲାଗି ରବିବାର ଓଡିଶା ଗସ୍ତରେ ଆସିଛନ୍ତି। ଏହି ଅବସରରେ ତାଙ୍କୁ ଦଳ ପକ୍ଷରୁ ବ୍ୟାପକ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଗଣମାଧ୍ୟମକୁ ସୂଚନା ଦେଇ ଅରୁଣ କହିଛନ୍ତି ଯେ, ଭାଜପା ରାଜ୍ୟ ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଖୁବଶୀଘ୍ର ସରିବ। ଡିସେମ୍ବର ଶେଷ ସୁଦ୍ଧା ରାଜ୍ୟ ସଭାପତି ନିର୍ବାଚନ ହେବ। ସଭାପତିି ପଦ ପାଇଁ ଏକ ମତଦାତା ସୂଚୀ ତିଆରି କରାଯାଇଥାଏ। ଏଥିରେ ସମସ୍ତ ସାଙ୍ଗଠନିକ ଜିଲାର ସଭାପତି ଓ ରାଜ୍ୟ ପରିଷଦର ସଦସ୍ୟମାନେ ରହିଥାନ୍ତି। ଏହି ମତଦାତା ସୂଚୀର ସଦସ୍ୟମାନେ ରାଜ୍ୟ ସଭାପତି ବାଛିଥାନ୍ତି। ଭାଜପାରେ କେବଳ ଆଭ୍ୟନ୍ତରୀଣ ଗଣତନ୍ତ୍ର ରହିଛି। ସଭାପତି କିଏ ହେବ ତାହା ଏବେଠାରୁ କହି ହେବନାହିଁ। ଏହି ମତଦାତା ସୂଚୀରେ ଥିବା ମତଦାତାମାନେ ଏନେଇ ସ୍ଥିର କରିବେ ବୋଲି ଅରୁଣ କହିଛନ୍ତି।
ଅନ୍ୟପକ୍ଷରେ ଭାଜପାର ଜିଲା ସଭାପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଦଳର ୩୬ ସାଙ୍ଗଠନିକ ଜିଲା ମଧ୍ୟରୁ ରବିବାର ସୁଦ୍ଧା ୧୭ ଜିଲାର ସଭାପତି ଚୟନ ପାଇଁ ପ୍ରକ୍ରିୟା ଶେଷ ହୋଇଯାଇଛି। ସୋମବାର ବାକି ୧୯ଟି ଜିଲା ସଭାପତି ଚୟନ ପ୍ରକ୍ରିୟା ସରିବ ବୋଲି ରାଜ୍ୟ ସହ ନିର୍ବାଚନ ଅଧିକାରୀ ସୁଦୀପ୍ତ ରାୟ ସୂଚନା ଦେଇଛନ୍ତି। ସେ ଆହୁରି କହିଛନ୍ତି, ୧୭ ତାରିଖ ସୁଦ୍ଧା ଜିଲା ସଭାପତି ଚୟନ ପ୍ରକ୍ରିୟା ସମ୍ପୂର୍ଣ୍ଣ ସରିବ। ଏହାପରେ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଜୀବ ପ୍ରତାପ ରୁଡ୍ଡୀଙ୍କଠାରୁ ସମୟ ଲୋଡାଯିବ। ସେମାନେ ଯେବେ ସମୟ ଦେବେ ସେହି ଅନୁଯାୟୀ ରାଜ୍ୟ ସଭାପତି ନିର୍ବାଚନ କରାଯିବ। ଗତ ସପ୍ତାହରେ ୯ଟି ଗ୍ରୁପ୍‌ କରାଯାଇ ପ୍ରତ୍ୟେକଙ୍କୁ ୪ଟି ଲେଖାଏ ଜିଲାର ଦାୟିତ୍ୱ ବଣ୍ଟାଯାଇଥିଲା। କାହାକୁ କେଉଁ ଜିଲାର ସଭାପତି କଲେ ଭଲ ହେବ ସେ ନେଇ ସେହି ଗ୍ରୁପଗୁଡିକ କର୍ମୀଙ୍କ ସହ ଆଲୋଚନା କରି ମତାମତ ସଂଗ୍ରହ କରିଛନ୍ତି। ଅନ୍ୟପଟେ ରାଜ୍ୟସ୍ତରରେ ଏକ ୬ ଜଣିଆ ଗ୍ରୁପ କରାଯାଇଛି। ଉକ୍ତ ଗ୍ରୁପରେ ରାଜ୍ୟ ସଭାପତି ବସନ୍ତ ପଣ୍ଡା, ରାଜ୍ୟ ନିର୍ବାଚନ ଅଧିକାରୀ ରଞ୍ଜନ ପଟେଲ, ସୁଦୀପ୍ତ ରାୟ, ସମୀର ମହାନ୍ତି, ପୃଥ୍ବୀରାଜ ହରିଚନ୍ଦନ ଏବଂ ଭୃଗୁବକ୍ସି ପାତ୍ର ରହିଛନ୍ତି। ଏହି ଟିମ୍‌ ସହ ରବିବାର ବିଧାୟକ, ଏମ୍‌ପି, ଦଳର ସାଧାରଣ ସମ୍ପାଦକ ପ୍ରମୁଖ ଭେଟିଛନ୍ତି। ଏହି ପ୍ରକ୍ରିୟା ସରିବାପରେ ପୁନର୍ବାର ସବୁ ଜିଲାସ୍ତରରେ ଯେଉଁଠାରେ ଜଣେ ଲେଖା ସଭାପତି ଆବେଦନକାରୀ ଏବଂ ଦୁଇଜଣ ଲେଖା ଅଛନ୍ତି ସେହି ସ୍ଥାନଗୁଡିକର ସମୀକ୍ଷା କରାଯାଇ ଚୂଡାନ୍ତ ଜିଲା ସଭାପତି ରିପୋର୍ଟ ପ୍ରକାଶ ପାଇବ ବୋଲି ରାୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

ସାବରିମାଲା ଦୁର୍ନୀତିର ବଡ଼ ପର୍ଦ୍ଦାଫାଶ

କୋଚି,୧ା୧: କେରଳ ହାଇକୋର୍ଟଙ୍କ ତରଫରୁ ସାବରିମାଲା ମନ୍ଦିରର ସୁନା ଚୋରି ଘଟଣାର ତଦନ୍ତ ଆରମ୍ଭ କରିଥିବା ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ମନ୍ଦିର ଗର୍ଭଗୃହର ଦ୍ୱରାପାଳକ...

ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ

ମେଲବୋର୍ନ,୧ା୧: ଶ୍ରୀଲଙ୍କା ଏବଂ ଭାରତରେ ହେବାକୁଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ଅଷ୍ଟ୍ରେଲିଆ ଚୟନକର୍ତ୍ତା ଏକ ୧୫ଜଣିଆ ଦଳ ଘୋଷଣା କରିଛନ୍ତି। ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ...

ନୂଆବର୍ଷରେ କର୍ମୀଙ୍କ ବ୍ୟାନର ଓ୍ବାର, ନୂଆନୂଆ ଚେହେରା ଦେଖି…

ଧର୍ମଶାଳା,୧ା୧(ଶିବପ୍ରସାଦ ମହାନ୍ତି): ବିଦାୟ ନେଇଛି ବର୍ଷ ୨୦୨୫, ଆରମ୍ଭ ହୋଇଛି ନବବର୍ଷ ୨୦୨୬। ଏଥିପାଇଁ ଅନେକ ପ୍ରସ୍ତୁତି ମଧ୍ୟ ହୋଇଛି। ସବୁଠି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ...

୨୦୨୬ରେ ଲେଖା ହେବ ମହାକାଶ ବିଜ୍ଞାନର ନୂଆ ଅଧ୍ୟାୟ: ଭାରତ, ଆମେରିକା ରଚିବେ ଇତିହାସ

ନୂଆଦିଲ୍ଲୀ,୧।୧: ୨୦୨୬ ବର୍ଷଟି ବିଶ୍ୱ ମହାକାଶ ଇତିହାସରେ ଏକ ନୂତନ ଯୁଗର ସୂତ୍ରପାତ କରିବାକୁ ଯାଉଛି। ଭାରତର ‘ଇସ୍ରୋ’ ଏବଂ ଆମେରିକାର ‘ନାସା’ ଦୁଇଟି ଭିନ୍ନ...

ନୂଆ ରେକର୍ଡ କଲା ନନ୍ଦନକାନନ: ବୁଲିଲେ ୪୦ ଲକ୍ଷ ପର୍ଯ୍ୟଟକ

ଭୁବନେଶ୍ୱର,୧।୧: ୨୦୨୫ରେ ନନ୍ଦନକାନନକୁ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ ଆଗମନ କରିଥିବା ଗୁରୁବାର ସୂଚନା ମିଳିଛି। ୨୦୨୫ରେ ନନ୍ଦନକାନନକୁ ୪୦ ଲକ୍ଷ ୨୦ହଜାର ୫୩୯ ପର୍ଯ୍ୟଟକ ଆସିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri