‘ଡିଜିଟାଲର ପରବର୍ତ୍ତୀ ଯୁଗରେ ତିଷ୍ଠି ରହିବାକୁ ପୁନଃ ଆବିଷ୍କାର ଆବଶ୍ୟକ’

ଭୁବନେଶ୍ୱର, ୨୯ା୧୨(ବ୍ୟୁରୋ)- ସାରା ଦୁନିଆ ଏବେ ଡିଜିଟାଲ୍‌ରୁ ଡିଜିଟାଲ୍‌ ପରବର୍ତ୍ତୀ ଯୁଗ ଆଡ଼କୁ ଗତି କରୁଛି। ଆଧୁନିକ ଓ ଅଭିନବ ପ୍ରଯୁକ୍ତି ଆମର ପରୀକ୍ଷା ନେବ। ଆମ ପାଇଁ ନୂଆ ଓ ଜଟିଳ ଆହ୍ବାନ ସୃଷ୍ଟି କରିବ। ପ୍ରଯୁକ୍ତିର ଅଦ୍ଭ୍ୟୁଦୟ ସହିତ ସେହି ଯୁଗରେ ତିଷ୍ଠି ରହିବା ଲାଗି ଆମକୁ ଏବେ ପୁନଃ ଆବିଷ୍କାର କରିବାକୁ ହେବ। ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜମେଣ୍ଟ (ଆଇଆଇଏମ୍‌) ସମ୍ବଲପୁର ପକ୍ଷରୁ ଭୁବନେଶ୍ୱରଠାରେ ଶନିବାର ଆରମ୍ଭ ହୋଇଥିବା ୧୩ତମ ଆଇଏସ୍‌ଡିଏସ୍‌ଆଇ ସମ୍ମିଳନୀରେ ପ୍ରଫେସର ମହାଦେଓ ଜୈସ୍‌ଓ୍ବାଲ ଏହି ଆହ୍ବାନ ଦେଇଛନ୍ତି।

ତିନିଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀର ବିଷୟ ବସ୍ତୁ ରହିଛି ‘ଡିଜିଟାଲ ପରବର୍ତ୍ତୀ ଯୁଗରେ ଶିଳ୍ପ ପରିବର୍ତ୍ତନର ପରିଚାଳନା’। ଆଇଆଇଏମ୍‌ ସମ୍ବଲପୁରର ନିର୍ଦ୍ଦେଶକ ତଥା ଆଇଏସ୍‌ଡିଏସ୍‌ଆଇ ସଭାପତି ପ୍ରଫେସର ଜୈସ୍‌ୱାଲ ଯୋଗଦେଇ କହିଛନ୍ତି ଯେ, ଆଇଆଇଏମ୍‌ ସମ୍ବଲପୁରର ଗବେଷଣା ୩ ଡି’ (ଡିଜିଟାଲାଇଜେଶନ, ଡି-କାର୍ବନାଇଜେଶନ ଓ ବ୍ୟବସାୟର ଡେମୋକ୍ରାଟାଇଜେଶନ) ଉପରେ ପର୍ଯ୍ୟବସିତ। ଏହି ସମ୍ମିଳନୀ ଶିଳ୍ପକୁ ବର୍ତ୍ତମାନ ଏବଂ ଭବିଷ୍ୟତର ବିକାଶ ଉପରେ ଅପ୍‌ଡେଟ୍‌ ରଖିବ ଏବଂ ଆମେ ପ୍ରବେଶ କରିବାକୁ ଯାଉଥିବା ଗୁରୁତ୍ୱପୂର୍ଣ୍ଣ ସମୟକୁ ନେଇ ସମସ୍ତ ଅଂଶୀଦାରଙ୍କୁ ପ୍ରସ୍ତୁତ କରିବାରେ ସହାୟକ ହେବ। ଡିଜିଟାଲ ପରବର୍ତ୍ତୀ ଯୁଗରେ କ୍ୱାଣ୍ଟମ୍‌ କମ୍ପ୍ୟୁଟିଂ, ବ୍ଲକ୍‌ ଚେନ୍‌ ସିଷ୍ଟମ୍‌ ଓ ବିଟ୍‌ କଏନ୍‌ ମୁଦ୍ରା ଦେଖିବାକୁ ମିଳିବ। ଏସବୁ ଶିଳ୍ପ ସମେତ ପରିଚାଳନା ଏବଂ ପ୍ରଶାସନରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିବ। ତେଣୁ ଡିଜିଟାଲ ପରବର୍ତ୍ତୀ ଯୁଗରେ ପ୍ରାସଙ୍ଗିକତା ରହିବା ପାଇଁ ବିଶ୍ୱବିଦ୍ୟାଳୟ, ମ୍ୟାନେଜ୍‌ମେଣ୍ଟ ଅନୁଷ୍ଠାନ ଏବଂ ଶିଳ୍ପକୁ ଏହି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଲାଗି ନିଜକୁ ବ୍ୟବସ୍ଥିତ କରିବାକୁ ପଡ଼ିବ ବୋଲି ପ୍ରଫେସର ଜୈସୱାଲ ଗୁରୁତ୍ୱାରୋପ କରିଛନ୍ତି। ଉଦ୍‌ଘାଟନୀ ସଭାରେ ୟୁଏସ୍‌ଏ ଡିସିଶନ ସାଇନ୍ସ ଇନଷ୍ଟିଚ୍ୟୁଟ୍‌ର ସଭାପତି ପ୍ରଫେସର ବିଜୟ ଆର. କନନ, ବିଡବ୍ଲ୍ୟୁ ବିଜନେସ ୱାର୍ଲଡ ଅଧ୍ୟକ୍ଷ ଓ ମୁଖ୍ୟ ସମ୍ପାଦକ ଅନୁରାଗ ବାତ୍ରା, ଆଇଆଇଏମ୍‌ ତ୍ରିଚିର ନିର୍ଦ୍ଦେଶକ ପ୍ରଫେସର ଭିମରାୟ ମେତ୍ରୀ ପ୍ରମୁଖ ଯୋଗଦେଇଥିଲେ। ଏହି ସମ୍ମିଳନୀରେ ଭାରତ ସମେତ ଯୁକ୍ତରାଷ୍ଟ୍ର ଆମେରିକା, ଚୀନ୍‌, ୟୁରୋପ, ନ୍ୟୁଜିଲ୍ୟାଣ୍ଡ ଓ ଦକ୍ଷିଣ ଆଫ୍ରିକାର ୩୦୦ରୁ ଅଧିକ ପ୍ରଫେସର, ସ୍କଲାର୍‌ ଓ ଶିଳ୍ପ ପ୍ରବନ୍ଧକ ଯୋଗ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

ମହାନଦୀରେ ଡଙ୍ଗାବୁଡି ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୪: ମହାନଦୀରେ ଡଙ୍ଗା ବୁଡିବା ଘଟଣାରେ ମୃତକଙ୍କ ପରିବାରକୁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri