ଡିଜିଟାଇଜେଶନ ମାଧ୍ୟମରେ ମିଳିବ କୁପୋଷଣଜନିତ ତଥ୍ୟ: ରାଜ୍ୟରେ ଗଣିଆ ବ୍ଲକରେ ପାଇଲଟ ପ୍ରକଳ୍ପ ଆରମ୍ଭ

ନୟାଗଡ଼ ଅଫିସ/ ଗଣିଆ(ଡି.ଏନ.ଏ.),୧୯।୭-ଜାତୀୟ ପୋଷଣ ପ୍ରତିଷ୍ଠାନ, ହାଇଦ୍ରାବାଦ ଏବଂ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ସମନ୍ବୟରେ ଗୁରୁବାର ଗଣିଆ ବ୍ଳକ କାର୍ଯ୍ୟାଳୟ ପରିସରରେ ଏକ ଡିଜିଟାଇଜେଶନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଡା. ଏନ୍‌. ତିରୁମାଲା ନାୟକ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଉକ୍ତ କର୍ମଶାଳାକୁ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥିଭାବେ ଜାତୀୟ ପୋଷଣ ପ୍ରତିଷ୍ଠାନ, ଦ୍ରାଇଦାବ୍ରାଦର ବୈଜ୍ଞାନିକ ଏ . ଲକ୍ଷ୍ମାହି, ଜିଲା ସମାଜ ମଙ୍ଗଳ ଅଧିକାରୀ ଭୁଲେଶ୍ୱର କହଁର, ଗଣିଆ ବ୍ଲକ ଅଧ୍ୟକ୍ଷ ଶେଷଦେବ ସ୍ବାଇଁ , ବିଡିଓ ମାନସ ରଞ୍ଜନ ସାମଲ, ଗଣିଆ ମେଡିକାଲ୍‌ ଅଫିସର ମଧୁସୂଦନ ଦାସ, ସିଡିପିଓ ଲକ୍ଷ୍ମୀ ଦାଶ, ଜିଲା ପରିଷଦ ସଭ୍ୟ ମହେଶ୍ୱର ମହାରଣା ଏବଂ ଏବିଡିଓ ସରୋଜ କୁମାର ନାୟକ ପ୍ରମୁଖ ଯୋଗ ଦେଇଥିଲେ। ଅତିଥିମାନେ ବିଭିନ୍ନ ରାଜ୍ୟର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ କିଶୋରୀ, ବାଳିକା, ଶିଶୁ , ଗର୍ଭବତୀ ଓ ପ୍ରସୂତି ମହିଳା କୁପୋଷଣର ଶିକାର ହୋଇଥିବା ଦର୍ଶାଇଥିଲେ। ଏହି ତଥ୍ୟକୁ ଅଙ୍ଗନୱାଡ଼ିକର୍ମୀମାନେ କାଗଜକଲମ ମାଧ୍ୟମରେ ସରକାରଙ୍କୁ ପ୍ରଦାନ କରିଥାନ୍ତି। କୁପୋଷଣଜନିତ ତଥ୍ୟକୁ ସହଜ ଓ ଠିକ୍‌ କରିବା ପାଇଁ ଜାତୀୟ ପୋଷଣ ପ୍ରତିଷ୍ଠାନ ଓ ମହିଳା ଶିଶୁ ବିକାଶ ବିଭାଗର ମିଳିତ ଉଦ୍ୟମରେ ଡିଜିଟାଇଜେଶନ୍‌ ବ୍ୟବସ୍ଥା ଆରମ୍ଭ କରାଯାଇଛି। ପ୍ରାଇଲଟ ପ୍ରକଳ୍ପ ଭାବେ ଦେଶର କେରଳ, ମଧ୍ୟପ୍ରଦେଶ, ମେଘାଳୟ, ମହାରାଷ୍ଟ୍ର, ଓଡ଼ିଶା ଓ ତେଲେଙ୍ଗାନା ରାଜ୍ୟର ଗୋଟିଏ ଗୋଟିଏ ବ୍ଲକକୁ ନିଆଯାଇଛି। ରାଜ୍ୟରେ ନୟାଗଡ଼ ଜିଲାର ଗଣିଆ ବ୍ଳକରେ ଏହି ପ୍ରକଳ୍ପକୁ ପ୍ରଥମେ ଗ୍ରହଣ କରାଯାଇଛି। ଏହି ପ୍ରକଳ୍ପ ହେବା ଦ୍ୱାରା ଅଙ୍ଗନୱାଡ଼ି କେନ୍ଦ୍ରଠାରୁ ଆରମ୍ଭ କରି ଜାତୀୟ ସ୍ତର ପର୍ଯ୍ୟନ୍ତ ଖୁବ କମ ସମୟ ମଧ୍ୟରେ ଅତି ସହଜରେ ସମସ୍ତ ତଥ୍ୟ ମିଳିପାରିବ। ଏହି ଡିଜିଟାଇଜେଶନ ଦ୍ୱାରା କୁପୋଷଣକୁ ରୋକିବା ସହଜସାଧ୍ୟ ହୋଇପାରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ପରେ ବ୍ଲକର ୮୨ ଅଙ୍ଗନୱାଡ଼ି କର୍ମୀ, ସୁପରଭାଇଜର ଓ ସିଡ଼ିପିଓଙ୍କୁ ମିନି ଲାପଟପ୍‌ ପ୍ରଦାନ କରାଯାଇଥିଲା। ଆସନ୍ତା ୧୯ ଓ ୨୦ ତାରିଖ ଦୁଇ ଦିନ ଧରି ସମସ୍ତ ଅଙ୍ଗନୱାଡ଼ି କର୍ମୀଙ୍କୁ ସ୍ବତନ୍ତ୍ର ତାଲିମ ଦିଆଯିବ ବୋଲି ସିଡ଼ିପିଓ ସୂଚନା ଦେଇଥିଲେ। ଏହି ଅବସରରେ ଜିଲାପାଳ ବାଲ୍ୟବିବାହକୁ ରୋକିବା ପାଇଁ ଅଙ୍ଗନୱାଡ଼ିି କର୍ମୀମାନଙ୍କୁ ଆହ୍ବାନ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରେ ଯୋଗଦେଲେ ଇରାନୀ ରାୟ; ଅରୁଣଙ୍କ ରାସ୍ତା ସଫା, ସମ୍ବିତଙ୍କ ପାଇଁ ସମସ୍ୟା

ଭୁବନେଶ୍ୱର,୨୪।୩: ଭାଜପା ନେତ୍ରୀ ଇରାନୀ ରାୟ ରବିବାର ବିଜେଡିରେ ଯୋଗ ଦେଇଛନ୍ତି। ଶତାଧିକ କର୍ମୀଙ୍କ ସହିତ ଆସି ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ବିଧିବଦ୍ଧ...

ନୟାଗଡ ଭାଜପାକୁ  ଝଟ୍‌କା: ବିଜେଡିରେ ଯୋଗଦେଲେ ଇରାନୀ ରାୟ

ନୟାଗଡ଼,୨୪।୩(ଲୋକନାଥ ମିଶ୍ର): ନୟାଗଡ଼ ଭାଜପାକୁ  ଝଟ୍‌କା । ଭାଜପା ନେତ୍ରୀ ଇରାନୀ ରାୟ ରବିବାର ବିଜେଡିରେ ଯୋଗଦେଇଛନ୍ତି।  ଶଙ୍ଖ ଭବନରେ ମିଶ୍ରଣ ପର୍ବରେ ବିଧିବଦ୍ଧ ଭାବେ...

ଆମ୍ବୁଲାନ୍ସ ସେବାରୁ ବଞ୍ଚିତ ଖଣ୍ଡପଡ଼ା ଅଞ୍ଚଳବାସୀ

ଖଣ୍ଡପଡ଼ା,୨୪ା୩ (ଅଜୟ କୁମାର ମହାରଣା):ରାଜ୍ୟ ସରକାର ସ୍ବାସ୍ଥ୍ୟ ସେବା ଯୋଗାଇବା ଲକ୍ଷ୍ୟରେ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି ା ତୃଣମୂଳସ୍ତରରେ ୧୦୮ ଆମ୍ବୁଲାନ୍ସ ସେବା କିପରି...

ଗୋକୁଳାନନ୍ଦ ପୀଠ ରାସ୍ତା ଅନ୍ଧକାର

ଖଣ୍ଡପଡ଼ା,୨୪ା୩ (ଅଜୟ କୁମାର ମହାରଣା):ଖଣ୍ଡପଡ଼ା ବ୍ଲକ୍‌ ଅଧୀନ ସିଧାମୂଳାସ୍ଥ ଗୋକୁଳାନନ୍ଦ ପୀଠ ଏବଂ ତତ୍‌ସଂଲଗ୍ନ ମଧୁକର୍ଣ୍ଣିକା ପାହାଡ଼ରେ ଅବସ୍ଥିତ ଇକୋ ଟୁରିଜିମ ପରିବେଶ ପର୍ଯ୍ୟଟନସ୍ଥଳୀ କେନ୍ଦ୍ରକୁ...

ପାଇଖାନା ନିର୍ମାଣରେ ଅନିୟମିତତା

ଖଣ୍ଡପଡ଼ା,୨୨ା୩(ଅଜୟ କୁମାର ମହାରଣା): ଖଣ୍ଡପଡ଼ା ବ୍ଲକ୍‌ ଅଧୀନ ୨୨ ପଞ୍ଚାୟତରେ ସ୍ବଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମ ଯୋଜନାରେ ୨୨ ହଜାର ପାଇଖାନା ନିର୍ମାଣ ପାଇଁ ସରକାରଙ୍କ...

ନୟାଗଡରେ ନବ ନିର୍ମିତ ରାମ ମନ୍ଦିରରୁ ଚୋରି

ନୟାଗଡ଼,୨୦।୩: ନୟାଗଡରେ ନବ ନିର୍ମିତ ରାମ ମନ୍ଦିରରୁ ହୋଇଛି ବଡ଼ ଚୋରି। ଦୁର୍ବୁତ୍ତମାନେ ମନ୍ଦିରରୁ ଲକ୍ଷାଧିକ ଟଙ୍କା ଏବଂ ସୁନା ଅଳଙ୍କାର ନେଇ ପଳାଇଥିବା କୁହାଯାଉଛି।...

ନିଆଁ ବଳୟରେ ନୟାଗଡ଼ ବନଖଣ୍ଡ ଜଙ୍ଗଲ

ନୟାଗଡ଼ ଅଫିସ,୧୮ା୩(ଲୋକନାଥ ମିଶ୍ର): ଜଙ୍ଗଲ ନିଆଁକୁ ଆୟତ କରିବା ପାଇଁ ସରକାର ଅନୁଦାନ ଯୋଗାଇ ଦେଉଛନ୍ତି। ତେବେ ନୟାଗଡ଼ ବନଖଣ୍ଡରେ ମନୁଷ୍ୟକୃତ ନିଆଁର ଭୟାବହତା ଚିନ୍ତାର...

ଭୋଟର ଖୋଜୁଛନ୍ତି ନୂଆ ମୁହଁ

ନୟାଗଡ଼/ରଣପୁର,୧୮।୩(ଲୋକନାଥ ମିଶ୍ର/ସୁକାନ୍ତ କିଶୋର ଡାକୁଆ): ନୟାଗଡ଼ ଜିଲାର ରଣପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଶାସକ ଦଳର ସତ୍ୟ ନାରାୟଣ ପ୍ରଧାନ ବିଧାୟକ ଅଛନ୍ତି। ହେଲେ ଦଳରେ ଗୋଷ୍ଠୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri