ଡିଜିଟାଇଜେଶନ ମାଧ୍ୟମରେ ମିଳିବ କୁପୋଷଣଜନିତ ତଥ୍ୟ: ରାଜ୍ୟରେ ଗଣିଆ ବ୍ଲକରେ ପାଇଲଟ ପ୍ରକଳ୍ପ ଆରମ୍ଭ

ନୟାଗଡ଼ ଅଫିସ/ ଗଣିଆ(ଡି.ଏନ.ଏ.),୧୯।୭-ଜାତୀୟ ପୋଷଣ ପ୍ରତିଷ୍ଠାନ, ହାଇଦ୍ରାବାଦ ଏବଂ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ସମନ୍ବୟରେ ଗୁରୁବାର ଗଣିଆ ବ୍ଳକ କାର୍ଯ୍ୟାଳୟ ପରିସରରେ ଏକ ଡିଜିଟାଇଜେଶନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଡା. ଏନ୍‌. ତିରୁମାଲା ନାୟକ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଉକ୍ତ କର୍ମଶାଳାକୁ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥିଭାବେ ଜାତୀୟ ପୋଷଣ ପ୍ରତିଷ୍ଠାନ, ଦ୍ରାଇଦାବ୍ରାଦର ବୈଜ୍ଞାନିକ ଏ . ଲକ୍ଷ୍ମାହି, ଜିଲା ସମାଜ ମଙ୍ଗଳ ଅଧିକାରୀ ଭୁଲେଶ୍ୱର କହଁର, ଗଣିଆ ବ୍ଲକ ଅଧ୍ୟକ୍ଷ ଶେଷଦେବ ସ୍ବାଇଁ , ବିଡିଓ ମାନସ ରଞ୍ଜନ ସାମଲ, ଗଣିଆ ମେଡିକାଲ୍‌ ଅଫିସର ମଧୁସୂଦନ ଦାସ, ସିଡିପିଓ ଲକ୍ଷ୍ମୀ ଦାଶ, ଜିଲା ପରିଷଦ ସଭ୍ୟ ମହେଶ୍ୱର ମହାରଣା ଏବଂ ଏବିଡିଓ ସରୋଜ କୁମାର ନାୟକ ପ୍ରମୁଖ ଯୋଗ ଦେଇଥିଲେ। ଅତିଥିମାନେ ବିଭିନ୍ନ ରାଜ୍ୟର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ କିଶୋରୀ, ବାଳିକା, ଶିଶୁ , ଗର୍ଭବତୀ ଓ ପ୍ରସୂତି ମହିଳା କୁପୋଷଣର ଶିକାର ହୋଇଥିବା ଦର୍ଶାଇଥିଲେ। ଏହି ତଥ୍ୟକୁ ଅଙ୍ଗନୱାଡ଼ିକର୍ମୀମାନେ କାଗଜକଲମ ମାଧ୍ୟମରେ ସରକାରଙ୍କୁ ପ୍ରଦାନ କରିଥାନ୍ତି। କୁପୋଷଣଜନିତ ତଥ୍ୟକୁ ସହଜ ଓ ଠିକ୍‌ କରିବା ପାଇଁ ଜାତୀୟ ପୋଷଣ ପ୍ରତିଷ୍ଠାନ ଓ ମହିଳା ଶିଶୁ ବିକାଶ ବିଭାଗର ମିଳିତ ଉଦ୍ୟମରେ ଡିଜିଟାଇଜେଶନ୍‌ ବ୍ୟବସ୍ଥା ଆରମ୍ଭ କରାଯାଇଛି। ପ୍ରାଇଲଟ ପ୍ରକଳ୍ପ ଭାବେ ଦେଶର କେରଳ, ମଧ୍ୟପ୍ରଦେଶ, ମେଘାଳୟ, ମହାରାଷ୍ଟ୍ର, ଓଡ଼ିଶା ଓ ତେଲେଙ୍ଗାନା ରାଜ୍ୟର ଗୋଟିଏ ଗୋଟିଏ ବ୍ଲକକୁ ନିଆଯାଇଛି। ରାଜ୍ୟରେ ନୟାଗଡ଼ ଜିଲାର ଗଣିଆ ବ୍ଳକରେ ଏହି ପ୍ରକଳ୍ପକୁ ପ୍ରଥମେ ଗ୍ରହଣ କରାଯାଇଛି। ଏହି ପ୍ରକଳ୍ପ ହେବା ଦ୍ୱାରା ଅଙ୍ଗନୱାଡ଼ି କେନ୍ଦ୍ରଠାରୁ ଆରମ୍ଭ କରି ଜାତୀୟ ସ୍ତର ପର୍ଯ୍ୟନ୍ତ ଖୁବ କମ ସମୟ ମଧ୍ୟରେ ଅତି ସହଜରେ ସମସ୍ତ ତଥ୍ୟ ମିଳିପାରିବ। ଏହି ଡିଜିଟାଇଜେଶନ ଦ୍ୱାରା କୁପୋଷଣକୁ ରୋକିବା ସହଜସାଧ୍ୟ ହୋଇପାରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ପରେ ବ୍ଲକର ୮୨ ଅଙ୍ଗନୱାଡ଼ି କର୍ମୀ, ସୁପରଭାଇଜର ଓ ସିଡ଼ିପିଓଙ୍କୁ ମିନି ଲାପଟପ୍‌ ପ୍ରଦାନ କରାଯାଇଥିଲା। ଆସନ୍ତା ୧୯ ଓ ୨୦ ତାରିଖ ଦୁଇ ଦିନ ଧରି ସମସ୍ତ ଅଙ୍ଗନୱାଡ଼ି କର୍ମୀଙ୍କୁ ସ୍ବତନ୍ତ୍ର ତାଲିମ ଦିଆଯିବ ବୋଲି ସିଡ଼ିପିଓ ସୂଚନା ଦେଇଥିଲେ। ଏହି ଅବସରରେ ଜିଲାପାଳ ବାଲ୍ୟବିବାହକୁ ରୋକିବା ପାଇଁ ଅଙ୍ଗନୱାଡ଼ିି କର୍ମୀମାନଙ୍କୁ ଆହ୍ବାନ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri