Posted inଫୁରସତ

ଡିଗ୍ରୀଧାରୀ କୁକୁର ଗ୍ରିଫିନ

ବେଳେବେଳେ ପୋଷା ଜୀବଜନ୍ତୁ ମଣିଷ ଜୀବନର ବିଶେଷ ଅଙ୍ଗ ପାଲଟି ଯାଆନ୍ତି। ଯେମିତି କି ଆମେରିକା, ନ୍ୟୁୟର୍କରେ କ୍ଲାର୍କସନ୍‌ ବିଶ୍ୱବିଦ୍ୟାଳୟରେ ଅକୁପେଶନାଲ ଥେରାପିରେ ଡିଗ୍ରୀ କରୁଥିବା ୨୫ ବର୍ଷୀୟା ଭିନ୍ନକ୍ଷମ ଯୁବତୀ ବ୍ରିଟନୀ ହୌଲେଙ୍କ ଜୀବନରେ ତାଙ୍କ ପୋଷା କୁକୁର ପାଲଟିଛି ସବୁକିଛି। ଗ୍ରିଫିନ ନାମକ ଏହି କୁକୁର ହ୍ବିଲ୍‌ ଚେୟାରରେ ଜୀବନ ବିତାଉଥିବା ବ୍ରିଟନୀଙ୍କ ଜୀବନକୁ ବେଶ୍‌ ସହଜ କରିଦେଇଛି। ତାଙ୍କର ଚାପଗ୍ରସ୍ତ ଜୀବନକୁ ହାଲ୍‌କା କରିବା ସହ ଛୋଟ ଛୋଟ ଇଶାରାରେ ଗ୍ରିଫିନ ବ୍ରିଟନୀଙ୍କ ହାତକୁ ମୋବାଇଲ୍‌ ବଢାଇ ଦେବା, କବାଟ ଖୋଲିଦେବା, ଲାଇଟ୍‌ ସୁଇଚ୍‌ ଅନ୍‌ ଅଫ୍‌ କରି ଦେବା, କ୍ଷଣକରେ ବିଭିନ୍ନ ଆବଶ୍ୟକ ଜିନିଷ ହାତକୁ ବଢାଇ ଦେବା ଏବଂ ବ୍ରିଟନୀ ରୋଗୀଙ୍କୁ ଥେରାପୀ ଦେବାବେଳେ ବି ସେ ସାହାଯ୍ୟ କରେ। ସେଥିପାଇଁ ଅନେକ ରୋଗୀ କୁହନ୍ତି ଆମର ଥେରାପିଷ୍ଟ ବ୍ରିଟନୀ ଓ ଗ୍ରିଫିନ ବୋଲି। ଏସବୁ ଦେଖିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କେବଳ ବ୍ରିଟନୀଙ୍କୁ ନୁହେଁ ଗ୍ରିଫିନ୍‌କୁ ବି ଡିଗ୍ରୀ ଦେବା ଲାଗି ନିଷ୍ପତ୍ତି ନେଇଥିଲେ। କାରଣ ସେ ଅନ୍ୟ ଛାତ୍ରଙ୍କ ପରି ହିଁ ଅନେକ ପରିଶ୍ରମ କରିଥିଲା। ଶେଷରେ ନିର୍ଦ୍ଧାରିତ ଦିନରେ ବ୍ରିଟନୀ ଡିଗ୍ରୀ ହାସଲ କରିବା ସହ ଗ୍ରିଫିନ୍‌କୁ ବି କଳା ଟୋପି ପିନ୍ଧାଇ ମଞ୍ଚ ଉପରେ ଡିଗ୍ରୀ ଧାରଣର ମାନପତ୍ର ପ୍ରଦାନ କରାଗଲା। ଏହି ସାହାଯ୍ୟକାରୀ କୁକୁରକୁ ବ୍ରିଟନୀ ‘ପ’ସ୍‌ ଫରପ୍ରିଜନ୍ସ’ରୁ ଆଣିଥିଲେ। ଯେଉଁଠି କୁକୁରଙ୍କୁ ଉଚ୍ଚମାନର ତାଲିମ ପ୍ରଦାନ କରାଯାଇଥାଏ। ସେଠିଥିବା ଅନେକ କୁକୁର ଭିତରୁ ଗ୍ରିଫିନ୍‌ ହିଁ ତାଙ୍କ ନିକଟକୁ ଆସି ଗେହ୍ଲେଇ ହୋଇଥିଲା। ତେଣୁ ବ୍ରିଟନୀ ତାକୁ ନିଜ ସହ ନେଇଆସିଥିଲେ। ସେବେଠାରୁ ସେ ତାଙ୍କର ସାହାରା ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଘାଟିରେ ଓଲଟିଲା କୋଳଥ ବୋଝେଇ ଟ୍ରକ୍‌: ଡ୍ରାଇଭର ଗୁରୁତର 

ମୋହନା,୪।୫(ମନ୍ମଥ ମିଶ୍ର):ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଲିଲିଗଡ଼ ନିକଟ କେନ୍ଦୁଘାଟି ବୁଲାଣିରେ ଦୁର୍ଘଟଣା ଘଟିଛି। ସୂଚନା ପ୍ରକାରେ ବ୍ରହ୍ମପୁରଠାରୁ ଏକ କୋଳଥ ବୋଝେଇ ଟ୍ରକ ଜୟପୁର…

ପ୍ରକୃତ ଉଦ୍ୟୋଗୀ କେବଳ ନିଜ ପାଇଁ ସମ୍ପତ୍ତି ସୃଷ୍ଟି କରନ୍ତି ନାହିଁ

ଭାଲଚନ୍ଦ୍ର ମହାନ୍ତି ଜଣେ ପ୍ରଥମ ପିଢିର ଓଡ଼ିଆ ଉଦ୍ୟୋଗୀ ଏବଂ ଓରିକ୍ଲିନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ। ୧୯୯୦ ମସିହାରେ କମ୍ପାନୀ ପ୍ରତିଷ୍ଠା ହେବା ପରଠାରୁ ସେ…

ବଢ଼ୁଛି ନର୍ଲା ବିଧାୟିକା,ବ୍ଲକ ୟଧ୍ୟକ୍ଷଙ୍କ କ୍ରେଜ୍‌: ଓ୍ବାରେଣ୍ଟି ପରେବି ମିଳୁଛି ଲୋକଙ୍କ ସମର୍ଥନ

କେସିଙ୍ଗାତା,୫।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମବାସୀ ଏକତ୍ରିତ ହୋଇଛନ୍ତି। ନର୍ଲା ବିଧାୟିକା ମନୋରମ ମହାନ୍ତି ଓ ଭାରପ୍ରାପ୍ତ ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

ଇରାନ ପରେ ଇସ୍ତ୍ରାଏଲ ଉପରେ ଆକ୍ରମଣ କଲେ ହୁଥି ବିଦ୍ରୋହୀ, ସାମରିକ ଘାଟି ଉପରେ କ୍ଲଷ୍ଟର….

ତେହେରାନ,୫।୪: ଇରାନ ବ୍ୟତୀତ, ୟେମେନର ହୁତି ବିଦ୍ରୋହୀମାନେ ଏବେ ଇସ୍ରାଏଲ ଉପରେ ଏକ ବଡ଼ ଆକ୍ରମଣ ଆରମ୍ଭ କରିଛନ୍ତି । ଏକ ରିପୋର୍ଟ ଅନୁଯାୟୀ, ହୁଥି ବିଦ୍ରୋହୀମାନେ…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, ଅଧିକ ୫ କେଜି ଚାଉଳ ପାଇବେ ହିତାଧିକାରୀ

ଭୁବନେଶ୍ୱର,୫।୪(ସୁନିତ୍‌ ମିଶ୍ର): ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ) ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଏସ୍‌ଏଫଏସ୍‌ଏସ୍‌)ର ହିତାଧିକାରୀ ଏଣିକି ଅଧିକ ୫ କେଜି ଲେଖାଏ ଚାଉଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri