Categories: ରାୟଗଡା

ଡାବୁଗାଁ-ପାପଡ଼ାହାଣ୍ଡି ରାଜ୍ୟ ରାଜପଥ ପାଲଟିଛି ମରଣଯନ୍ତା

ଡାବୁଗାଁ, ୩୦।୪ (ଡି.ଏନ.ଏ.): ନବରଙ୍ଗପୁର ଜିଲା ଡାବୁଗାଁ- ପାପଡାହାଣ୍ଡି ରାଜ୍ୟ ରାଜପଥ ପାଲଟିଛି ମରଣଯନ୍ତା । ଡାବୁଗାଁ- ପାପଡାହାଣ୍ଡି ୩୯ ନଂ ରାଜ୍ୟ ରାଜପଥର ମହେନ୍ଦ୍ରୀ ଛକ ଠାରୁ ବାରିଗୁଡା ଛକ ମଧ୍ୟରେ ୫/୬ ସ୍ଥାନରେ ପ୍ରାୟ ୨କିମି ହେବ ରାସ୍ତା ଫାଟି ନଷ୍ଟ ହୋଇଯାଇଥିଲା । ଗତ ସେପ୍ଟେମ୍ବର ମାସରେ ଉକ୍ତ ସ୍ଥାନକୁ ଡାବୁଗାଁ ପୂର୍ତ୍ତ ବିଭାଗ ପକ୍ଷରୁ ମରାମତି କରାଯାଇଥିଲା । ୨ ମାସ ନପୁରୁଣୁ ଉକ୍ତ ସ୍ଥାନ ଗୁଡିକରୁ ପିଚୁ ଉଠିଯାଇଥିବା ଦେଖିବାକୁ ମିଳିଛି।  ଏହି ରାସ୍ତା ମରାମତି କାର୍ଯ୍ୟ ନିମ୍ନମାନର ହୋଇଥବା ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଆଲୋଚନା ହେଉଛି । ଏନେଇ ବିଭାଗର କୌଣସି ନିଘା ନାହିଁ । ଉକ୍ତ ରାସ୍ତା ପୁଣି ଥରେ ମରାମତି କରାଯିବାକୁ ସାଧାରଣରେ ଦାବି ସତ୍ତ୍ୱେ ଏ ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ । ଯାହାଫଳରେ ଏହି ରାସ୍ତାରେ ପ୍ରତିଦିନ ଛୋଟ ବଡ ଦୁର୍ଘଟଣା ଘଟୁଛି। ଗତ ୧୮ତାରିଖରେ ବିରିସୋଲା ଛକ ନିକଟରେ ରାସ୍ତା ଫାଟିଥିବା ସ୍ଥାନରେ ୨ଟି ମୋଟର ସାଇକେଲ ମଧ୍ୟରେ ଦୁର୍ଘଟଣା ଘଟି ୨ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ୨ ଜଣ ଗୁରୁତର ଆହତ ହୋଇ ଏ ପର୍ଯ୍ୟନ୍ତ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏଥିପ୍ରତି  ଜିଲାପାଳ ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବାକୁ ଜନସାଧାରଣରେ ଦାବି ହୋଇଛି ।