ଡାକ୍ତର-ରୋଗୀ ଉପାଖ୍ୟାନମ୍‌

ଜୁଲାଇ ୧ ହେଉଛି ‘ଜାତୀୟ ଚିକିତ୍ସକ ଦିବସ/ ନ୍ୟାଶନାଲ ଡକ୍ଟର’ସ ଡେ ।
ସେ ସମ୍ପର୍କିତ ବିଷୟକୁ ନେଇ ଉପସ୍ଥାପନା…

“ରୋଗୀ ଚିକିତ୍ସାରେ ନିଜର ଭୁଲ୍‌ଭଟକାକୁ ଖୋଲାଖୋଲି ମାନିଯାଉଥିଲେ ଡାକ୍ତର ନିକୋଲାର ପିରାଟୋଭ। ଏପରିକି ନିଜ ଭୁଲ୍‌ କରିଥିବା କଥାକୁ ପ୍ରକାଶ କରିଦେଉଥିଲେ ସାମ୍ବାଦିକମାନଙ୍କ ସମ୍ମୁଖରେ। ସେ କହୁଥିଲେ, “ଚିକିତ୍ସାରେ ଯେ ଭୁଲ୍‌ ହେବ ନାହିଁ, କୌଣସି ଡାକ୍ତର ଏପରି ପ୍ରତିଶ୍ରୁତି ଦେଇପାରିବେନି। ଯେଉଁ ଡାକ୍ତର ରୋଗୀ ଚିକିତ୍ସାରେ ଭୁଲ୍‌ କରନ୍ତିନି ବୋଲି କହିଥାନ୍ତି
ସେମାନେ ନିପଟ ମିଛୁଆ।”

‘ଦେହ ଗୋଟିଏକୁ ରୋଗ କୋଟିଏ’ ବୋଲି କୁହାଯାଇଥାଏ। ତେଣୁ ଡାକ୍ତର ଆମ ଜୀବନର ଏକ ଅତି ପ୍ରୟୋଜନୀୟ ଏବଂ ଅବିଚ୍ଛେଦ୍ୟ ଅଙ୍ଗ ହେବା ସ୍ବାଭାବିକ। ରୋଗ ହେଲେ, ତାହା ସାମାନ୍ୟ ଜ୍ୱର ହୋଇଥାଉ କି ମୁଣ୍ଡବ୍ୟଥା କିମ୍ବା ହୋଇଥାଉ ଅନ୍ୟ କୌଣସି ଜଟିଳ ସମସ୍ୟା, ଏହାର ଉପଶମ ପାଇଁ ଆମେ ଡାକ୍ତରଙ୍କ ନିକଟକୁ ଧାଇଁଯାଉ। ଲକ୍ଷଣ, ଦେହ ପରୀକ୍ଷା ଓ ଗବେଷଣାଗାରରେ କରାଯାଇଥିବା ପରୀକ୍ଷା ଆଦିର ଫଳାଫଳକୁ ଏକତ୍ର ବିଚାର କରି ଡାକ୍ତର ନିର୍ଣ୍ଣୟ କରନ୍ତି ରୋଗ। ରୋଗର ପ୍ରକାରକୁ ଚାହିଁ ବତେଇଦିଅନ୍ତି ଚିକିତ୍ସା। ଭଲ ଡାକ୍ତରମାନେ କେବଳ ଚିକିତ୍ସା ବିଜ୍ଞାନ ଆଧାରିତ ତାତ୍ତ୍ୱିକ ଜ୍ଞାନ ଉପରେ ନିର୍ଭର କରି ନ ଥାନ୍ତି, ନିର୍ଭର ମଧ୍ୟ କରିଥାନ୍ତି ନିଜର ବ୍ୟକ୍ତିଗତ ପାରଦର୍ଶିତା ଓ ଅଭିଜ୍ଞତା ଉପରେ। ସମାଜରେ ଡାକ୍ତରଙ୍କର ଅମୂଲ୍ୟ ଅବଦାନ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରେଇବା ଉଦ୍ଦେଶ୍ୟରେ ଭାରତରେ ପ୍ରତିବର୍ଷର ଜୁଲାଇ ୧ ତାରିଖରେ ପାଳିତ ହୋଇଥାଏ ‘ଜାତୀୟ ଚିକିତ୍ସକ ଦିବସ’ ବା ‘ନ୍ୟାଶନାଲ ଡକ୍ଟର’ସ୍‌ ଡେ।

ଏହି ଜୁଲାଇ ୧ ତାରିଖରେ (୧୮୮୨ ମସିହା) ବିଖ୍ୟାତ ଚିକିତ୍ସକ ଡାକ୍ତର ବିଧାନ ଚନ୍ଦ୍ର ରାୟ ଭୂମିଷ୍ଠ ହୋଇଥିଲେ। ବଡ଼ ଆଶ୍ଚର୍ଯ୍ୟର କଥା ଯେ ଜୁଲାଇ ୧ ତାରିଖ (୧୯୬୨) ମଧ୍ୟ ତାଙ୍କର ମୃତ୍ୟୁ ତିଥି। ସେ ଇଂଲଣ୍ଡରୁ ଏମ୍‌ଆରସିପି ଏବଂ ଏଫ୍‌ଆର୍‌ସିଏସ୍‌ କରି କଲିକତାର ତତ୍କାଳୀନ କ୍ୟାମ୍ବେଲ ମେଡିକାଲ ସ୍କୁଲ (ବର୍ତ୍ତମାନର ନୀଲ୍‌ରତନ ସରକାର ମେଡିକାଲ କଲେଜ)ରେ ଶିକ୍ଷକତା ଓ ରୋଗୀ ଚିକିତ୍ସା କରିଥିଲେ। ସେ ଯେ କେବଳ ଜଣେ ସୁଦକ୍ଷ ଚିକିତ୍ସକ ଥିଲେ ସେତିକି ନୁହେଁ, ସେ ଥିଲେ ଜଣେ ସ୍ବାଧୀନତା ସଂଗ୍ରାମୀ । ୧୯୪୮ ମସିହାଠାରୁ ମୃତ୍ୟୁ ପର୍ଯ୍ୟନ୍ତ ୧୪ ବର୍ଷ ଧରି ସେ ରହି ଆସିଥିଲେ ନବଗଠିତ ପଶ୍ଚିମବଙ୍ଗ ରାଜ୍ୟର ମୁଖ୍ୟମନ୍ତ୍ରୀ। ୧୯୬୧ରେ ତାଙ୍କୁ ‘ଭାରତ ରତ୍ନ’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ତାଙ୍କ ସମ୍ମାନାର୍ଥେ କଲିକତାର ଉପନଗରୀ ସଲ୍ଟଲେକର ନାମକରଣ କରାଯାଇଛି ‘ବିଧାନ ନଗର’। ଯାହାହେଉ, ସବୁ ଯୁଗରେ ଖରାପ ଡାକ୍ତର ଥିଲେ। ସୁଇଜରଲାଣ୍ଡର ଡାକ୍ତର ପାରାସେଲସସ୍‌ କହିଯାଇଛନ୍ତି, ”ରୋଗୀ ଉପରେ ଔଷଧର ପ୍ରଭାବ ଅପେକ୍ଷା ଡାକ୍ତରମାନଙ୍କ ରୋଗୀଦରଦୀ ଆଚାର ଆଚରଣର ପ୍ରଭାବ ଅଧିକ ଫଳପ୍ରଦ।“
କିଛିବର୍ଷ ତଳେ କରାଯାଇଥିବା ଏକ ଅନୁଧ୍ୟାନରୁ ଜଣାପଡ଼ିଥିଲା ଯେ ୪୦ ପ୍ରତିଶତ ରୋଗୀ ବିଶେଷଜ୍ଞ ଡାକ୍ତରମାନଙ୍କ ଦ୍ୱାରା ଚିକିତ୍ସିତ ହେବାକୁ ଚାହିଁଥିବାବେଳେ ଦରଦୀ, ଦୟାଳୁ, ସହାନୁଭୂତିଶୀଳ ଡାକ୍ତରମାନଙ୍କ ଦ୍ୱାରା ଚିକିତ୍ସିତ ହେବାକୁ ଚାହିଁଥିଲେ ୬୦ ପ୍ରତିଶତ ରୋଗୀ।
ଚିକିତ୍ସା ବିଜ୍ଞାନର ଭବିଷ୍ୟତ ସମ୍ବନ୍ଧରେ ମତ ଦେବାକୁ ଯାଇ ଆଣ୍ଟୋଇନ୍‌ ଡି. ସେଣ୍ଟ ଏକ୍‌ସପେରୀ କହିଥିଲେ, ”ଫିଜିସିଆନ୍‌ ବା ଚିକିତ୍ସାବିଜ୍ଞାନୀମାନଙ୍କ ପରିବର୍ତ୍ତେ ଏଣିକି ରୋଗୀଙ୍କୁ ଚିକିତ୍ସା କରିବେ ଫିଜିସିଷ୍ଟ ବା ପଦାର୍ଥବିଜ୍ଞାନୀମାନେ। କାରଣ ରୋଗ ନିର୍ଣ୍ଣୟ, ଚିକିତ୍ସା ଏବଂ ଏପରିକି ଶଲ୍ୟୋପଚାରର ଦାୟିତ୍ୱ ମଧ୍ୟ ନେଲେଣି କମ୍ପ୍ୟୁଟର ପରିଚାଳିତ ଉପକରଣମାନ।“
କିନ୍ତୁ ନିଜର ବ୍ୟକ୍ତିଗତ ପସନ୍ଦ ସମ୍ପର୍କରେ ତାଙ୍କର ମତ ଥିଲା, ”ମୁଁ ଗଁାର ସେହି ପୁରୁଣା ବୁଢ଼ା ଡାକ୍ତରଙ୍କ ଦ୍ୱାରା ଚିକିତ୍ସିତ ହେବା ପାଇଁ ବେଶି ପସନ୍ଦ କରିବି। ରୋଗାକ୍ରାନ୍ତ ହୋଇ ତାଙ୍କ ପାଖରେ ପହଞ୍ଚିଲେ ବୁଢ଼ା ଡାକ୍ତର ତାଙ୍କ ଚଷମା ଉପରର ଫାଙ୍କ ବାଟେ ମୋତେ ଟିକିଏ କଣେଇ ଚାହିଁବେ। ମୋତେ ଖଟ ଉପରେ ଶୁଆଇ ହାତ ବୁଲେଇବେ ମୋ ପେଟ ଉପରେ। ତାଙ୍କର ସେହି ଅତି ପୁରୁଣା ଓ ରଙ୍ଗ ଛାଡ଼ିଯାଇଥିବା ଷ୍ଟେଥୋସ୍କୋପ୍‌ ସାହାଯ୍ୟରେ କରିନେବେ ମୋର ଛାତି ପରୀକ୍ଷା। ଏହା ଉତ୍ତାରୁ ସେ ଟିକିଏ ଖୁଁ ଖୁଁ କାଶିବେ। ଚୁରୁଟରେ ନିଅଁା ଧରେଇ ଟାଣିନେବେ କଳେ ଦି’କଳ ଧୂଅଁା। ପରେପରେ ଓଠରେ ହାତରଖି ଓ ଆଖିବୁଜି ବସିରହିବେ ଦୁଇ ଅଢ଼େଇ ମିନିଟ୍‌; ସତେ ଯେମିତି ମୋ’ର ସମସ୍ୟାଟା ଏବେ ସବାରହୋଇଯାଇଛି ତାଙ୍କ ଉପରେ।
ରୋଗୀ ଚିକିତ୍ସାରେ ନିଜର ଭୁଲ୍‌ଭଟକାକୁ ଖୋଲାଖୋଲି ମାନିଯାଉଥିଲେ ଡାକ୍ତର ନିକୋଲାର ପିରାଟୋଭ। ଏପରିକି ନିଜ ଭୁଲ୍‌ କରିଥିବା କଥାକୁ ପ୍ରକାଶ କରିଦେଉଥିଲେ ସାମ୍ବାଦିକମାନଙ୍କ ସମ୍ମୁଖରେ। ସେ କହୁଥିଲେ, ‘ଚିକିତ୍ସାରେ ଯେ ଭୁଲ୍‌ ହେବ ନାହିଁ, କୌଣସି ଡାକ୍ତର ଏପରି ପ୍ରତିଶ୍ରୁତି ଦେଇପାରିବେନି। ଯେଉଁ ଡାକ୍ତର ରୋଗୀ ଚିକିତ୍ସାରେ ଭୁଲ୍‌ କରନ୍ତିନି ବୋଲି କହିଥାନ୍ତି ସେମାନେ ନିପଟ ମିଛୁଆ।
ସ୍ନେହ, ପ୍ରେମ, କରୁଣା ଆନ୍ତରିକତା ସହାନୁଭୂତିଶୀଳତା ଏବଂ ରୋଗ ପ୍ରତି ନିଜର ଦାୟବଦ୍ଧତା – ଏସବୁ ଥିଲେ କୃତ୍ରିମତାର କଳଙ୍କ ନ ଥିଲେ ରୋଗୀ କିମ୍ବା ରୋଗୀଙ୍କ ଆତ୍ମୀୟ, କେହି ଡାକ୍ତରଙ୍କ ତ୍ରୁଟି ବିଚ୍ୟୁତି ପ୍ରତି ଅସହିଷ୍ଣୁ ହେବେ ନାହିଁ ବୋଲି କହିଛନ୍ତି ଅଷ୍ଟ୍ରିଆର ଡାକ୍ତର ଥିଓଡୋର ବିଲ୍‌ରୋଥ। ରାଜା ନବମ ଚାର୍ଲସଙ୍କ ଚିକିତ୍ସକ ଥିଲେ ଆମ୍ବୋଏ ପାରେ। ତାଙ୍କୁ ଟିକିଏ ଭଲ ଭାବରେ ଚିକିତ୍ସା କରିବା ନିମିତ୍ତ ରାଜା ଅନୁରୋଧ କରିଥିଲେ ଡାକ୍ତର ପାରେଙ୍କୁ। ମାତ୍ର ରାଜାଙ୍କୁ ଡାକ୍ତର ପାରେଙ୍କର ଉତ୍ତର ଥିଲା, ପୂଜ୍ୟ ମଣିମା, ରାଜା ଆଉ ରଙ୍କ ଉଭୟଙ୍କୁ ମୁଁ ସମାନ ଆନ୍ତରିକତାର ସହ ଚିକିତ୍ସା କରିଥାଏ।
କିନ୍ତୁ ଚିକିତ୍ସକଙ୍କୁ ତାଙ୍କର ନ୍ୟାଯ୍ୟ ଫି’ ଦେଇଦେବା ପାଇଁ କହିଥିଲେ ଭାରତୀୟ ଚିକିତ୍ସକ ଚରକ। ଦଶମ ଶତାବ୍ଦୀରେ ପ୍ରକାଶିତ ହୋଇଥିଲା, ମେଡିକାଲ ଗାଇଡ୍‌ ନାମକ ବହି। ଡାକ୍ତରମାନଙ୍କୁ ପରାମର୍ଶ ଦେଇ ବହିର ଲେଖକ ଉଲ୍ଲେଖ କରିଥିଲେ ଯେ ରୋଗୀର ଅବସ୍ଥା ନିହାତି ସାଂଘାତିକ ନ ହେବା ପର୍ଯ୍ୟନ୍ତ ତା’ର ପାଖ ମାଡନି। ରୋଗୀ ପାଖରେ ପହଞ୍ଚତ୍ବା ପରେ ତାକୁ ପରୀକ୍ଷା କରିସାରି ଚିକିତ୍ସା ଆରମ୍ଭ କରିବା ପୂର୍ବରୁ ନିଜ ପାଉଣା ସମ୍ବନ୍ଧରେ କଥାବାର୍ତ୍ତା ଛିଣ୍ଡେଇ ଦିଅ। କାରଣ ରୋଗୀ ସାମାନ୍ୟ ଉପଶମ ଅନୁଭବ କରିବା ମାତ୍ରେ ସେ ତୁମକୁ ଭୁଲିଯିବା କିଛି ଅସମ୍ଭବ ନୁହେଁ।
ଡାକ୍ତରୀ ପଢା ଆରମ୍ଭ କରିବା ପୂର୍ବରୁ ଛାତ୍ରୀଛାତ୍ରମାନେ ମହାନ ଗ୍ରୀକ୍‌ ଚିକିତ୍ସକ ତଥା ଆଧୁନିକ ଚିକିତ୍ସା ବିଜ୍ଞାନର ଜନକ ଭାବେ ଖ୍ୟାତ ହିପ୍ପୋକ୍ରାଟିସ୍‌ଙ୍କ ନାମରେ ହିପ୍ପୋକ୍ରାଟିସ୍‌ ଶପଥ ନେଇଥାନ୍ତି। ସେହି ଶପଥନାମାରେ ଉଲ୍ଲେଖ ଅଛି, ସମସ୍ତ ମାନବୀୟ ଧର୍ମକୁ ପୋଷଣ କରିବା ସହ ମୁଁ ଅର୍ଥ ଉପାର୍ଜନ ପ୍ରତି ନିଃସ୍ପୃହ ରହିବି। ଆଜି ପର୍ଯ୍ୟନ୍ତ କେହି ହିପୋକ୍ରାଟିସ୍‌ ଶପଥନାମାକୁ ସଂଶୋଧନ କରିବାର ଆବଶ୍ୟକତା ଅନୁଭବ କରିନାହାନ୍ତି। କାରଣ ହିପ୍ପୋକ୍ରାଟିସ୍‌ କହିଥିଲେ, ରୋଗୀର ସର୍ବାଙ୍ଗୀନ ମଙ୍ଗଳ କରିବା ହିଁ ମୋର ପରମ କର୍ତ୍ତବ୍ୟ।
ସେଥିପାଇଁ ହୁଏତ ଲିଓନାର୍ଡୋ ଦା ଭିଞ୍ଚ ପରାମର୍ଶ ଦେଇଥିଲେ, ”ପ୍ରତ୍ୟେକ ବ୍ୟକ୍ତି ଡାକ୍ତରଙ୍କୁ ଫି’ ଦେବା ପାଇଁ ଯଥେଷ୍ଟ ଧନ ସଞ୍ଚି ରଖିବା ଉଚିତ। କାରଣ ସେମାନେ ଜୀବନହନ୍ତା। ତେଣୁ ସେମାନଙ୍କୁ ଫି’ଦେଇ ଧନୀ କରି ରଖିବା ହିଁ ନିରାପଦ।“
ସେହିପରି ନିଜ ବିଷୟରେ ଡାକ୍ତର ଜେ.ସି. ଲେଟ୍ଟସସ୍‌ ଲେଖିଥିଲେ, ”ଲୋକଙ୍କର ଦେହ ଖରାପ ହେଲେ ସେମାନେ ଚିକିତ୍ସା ପାଇଁ ମୋ ପାଖକୁ ଆସିଥାନ୍ତି। ମୁଁ ସେମାନଙ୍କ ଠାରୁ ରକ୍ତ ଓ ଝାଳ ଝରେଇ ଦେଇ ଚିକିତ୍ସା କରିଥାଏ। ସେମାନଙ୍କ ଭିତରୁ କିଏ ବଞ୍ଚିଯାଏ ତ କିଏ ମରିଯାଏ। ମାତ୍ର ସେଥିରେ ମୋର ଯାଏ ଆସେ କେତେ?“
ପ୍ରଖ୍ୟାତ ଗ୍ରୀକ୍‌ ବୀର ଆଲେକ୍‌ଜାଣ୍ଡର ମୃତ୍ୟୁବରଣ କରିବାର ଅବ୍ୟବହିତ ପୂର୍ବରୁ ନିଜର ବିଶ୍ୱସ୍ତ ସେନାପତିମାନଙ୍କୁ ଅନୁରୋଧ କରିଯାଇଥିଲେ ଯେ ସେ ମରିଗଲା ପରେ ତାଙ୍କ ଶବାଧାରକୁ ଅନ୍ତିମ ସଂସ୍କାର ପାଇଁ ଶ୍ମଶାନକୁ ନେବାବେଳେ ତାଙ୍କୁ ଚିକିତ୍ସା କରିଥିବା ଡାକ୍ତରମାନେ ହିଁ ହେବେ ଶବବାହକ। ଡାକ୍ତରମାନଙ୍କ ସୀମିତ ସାମର୍ଥ୍ୟ ସମ୍ପର୍କରେ ସମସ୍ତଙ୍କୁ ସଚେତନ କରେଇ ଦେବା ନିମନ୍ତେ ହିଁ କେବଳ ଏପରି ଏକ ଅଦ୍ଭୁତ ଅନୁରୋଧ କରିଯାଇଥିଲେ ଆଲେକ୍‌ଜାଣ୍ଡର।
ଅବଶ୍ୟ ଜଣେ ଭବିଷ୍ୟତରେ ଭଲ ଡାକ୍ତର ହେବ କି ଖରାପ ଡାକ୍ତର ହେବ, ଏହା ମେଡିକାଲ କଲେଜ୍‌ରେ ନାଁ ଲେଖେଇବାବେଳେ ଜାଣିପାରିବା ଆଦୌ ସମ୍ଭବ ନୁହେଁ। କାରଣ ଡାକ୍ତରୀ ବିଦ୍ୟାଟି ପ୍ରତି କାହାଠାରେ କୌଣସି ଜନ୍ମଗତ ପ୍ରେରଣା ଓ ପ୍ରବୃତ୍ତି ଥିବା କଥା ପ୍ରମାଣିତ ହୋଇପାରିନାହିଁ।
ମଣିଷ ସୃଷ୍ଟିର ଇତିହାସ ଯେତିକି ପୁରୁଣା, ରୋଗୀ ଓ ଚିକିତ୍ସକଙ୍କ ମଧ୍ୟରେ ସମ୍ପର୍କ ହୁଏତ ସେତିକି ପୁରୁଣା। ସେଥିପାଇଁ ମୁନିଋଷି, ଦାର୍ଶନିକ, ରାଜାମହାରାଜା ଏବଂ ଏପରିକି କେତେକ ଚିକିତ୍ସକ ନିଜେ ରୋଗୀ ଓ ଚିକିତ୍ସକଙ୍କ ପାରସ୍ପରିକ ସମ୍ପର୍କ କିପରି ହେବା ଉଚିତ ଏ ବିଷୟରେ ସବିଶେଷ ଆଲୋକପାତ କରିଯାଇଛନ୍ତି। ମାତ୍ର ହାୟ, ଆଜିର ଦୁନିଆ ହୋଇଛି ବିକାକିଣାର ଦୁନିଆ। ରୋଗୀ ଚିକିତ୍ସା ପାଲଟିଯାଇଛି ଏକ ‘ଶିଳ୍ପ’। ଚିକିତ୍ସା ସେବା ବିକୁଛି ଚିକିତ୍ସକ ଏବଂ ଚିକିତ୍ସା ସେବା କିଣୁଛି ରୋଗୀ!

ଡା. ନିତ୍ୟାନନ୍ଦ ସ୍ବାଇଁ

-‘ଅଭୀପ୍‌ସା’, ସେକ୍ଟର-୬, ପ୍ଲଟ ନଂ- ୧୧୩୧, ଅଭିନବବିଡ଼ାନାସୀ, କଟକ, ମୋ : ୮୩୨୮୯୭୫୧୧୮


Enter your email to get our daily news in your inbox.

All Right Reserved By Dharitri.Com

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri