Categories: ଗଞ୍ଜାମ

ଡାକ୍ତର ନାହାନ୍ତି, ରୋଗୀ ହନ୍ତସନ୍ତ

ଫିରିଙ୍ଗିଆ,୨୪।୬-ଫିରିଙ୍ଗିଆ ବ୍ଲକ ନୂଆପଦର ପଞ୍ଚାୟତରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ୩ ମାସ ହେଲା ଡାକ୍ତର ନାହନ୍ତି। ଏହି ମେଡିକାଲ ଉପରେ ନିର୍ଭର କରୁଥିବା ୩ ପଞ୍ଚାୟତବାସୀ ଚିକିତ୍ସା ସେବା ନ ପାଇ ହନ୍ତସନ୍ତ ହେଉଛନ୍ତି। ଏହି ମେଡିକାଲରେ ନିଯୁକ୍ତି ପାଇଥିବା ଡାକ୍ତର ଜେ.ସାଇ ରଜତଙ୍କୁ ୩ ମାସ ତଳେ ଫିରିଙ୍ଗିଆସ୍ଥିତ ସିଏଚ୍‌ସି ଇନ୍‌ଚାର୍ଜ ଭାବେ ବଦଳି କରାଯାଇଛି। ମାତ୍ର ତାଙ୍କ ସ୍ଥାନରେ ଆଉ କାହାକୁ ନିଯୁକ୍ତି ଦିଆଯାଇନାହିଁ। ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଥିବା ଜଜେଶିପଙ୍ଗା, ଡିମିରିଗୁଡା ଓ ନୂଆପଦର ପଞ୍ଚାୟତର ପ୍ରାୟ ୬ ହଜାରରୁ ଉର୍ଦ୍ଧ୍ୱ ଲୋକେ ଏବେ ଚିକିତ୍ସା ସୁବିଧାରୁ ବଞ୍ଚତ୍ତ ହୋଇଛନ୍ତି। ଏବେ ସେଠାରେ କେବଳ ଜଣେ ଫାର୍ମାସିଷ୍ଟ ରଞ୍ଜନ ସ୍ବାଇଁ ରହି ଚିକିତ୍ସା କରୁଛନ୍ତି। ଅଞ୍ଚଳବାସୀ କୌଣସି ରୋଗରେ ପଡିଲେ ଫୁଲବାଣୀ ମୁଖ୍ୟ ଡାକ୍ତରଖାନାକୁ ଆସି ଖର୍ଚ୍ଚାନ୍ତ ହେଉଛନ୍ତି। ତେଣୁ ତୁରନ୍ତ ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନିଯୁକ୍ତି କରିବାକୁ ଉକ୍ତ ଅଞ୍ଚଳର ଅଙ୍ଗଦ ବେହେରା, ଯୁଗୁନି କହଁର, ଚକ୍ରଧର କହଁର, ବାପି କହଁର ପ୍ରମୁଖ ଦାବି କରିଛନ୍ତି। ସମସ୍ୟା ସମ୍ପର୍କରେ ଫିରିଙ୍ଗିଆ ସ୍ଥିତ ଇନଚାର୍ଜ ଡାକ୍ତରଙ୍କ ସହ ଯୋଗାଯୋଗ ପାଇଁ ଫୋନ ନଂ.୯୮୫୩୬୬୬୬୫୬ରେ ଚେଷ୍ଟା କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇ ନଥିଲେ।