ଡାକ୍ତର ନାହାନ୍ତି: ଖରାସାହାପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ତାଲା ପକାଇଲେ ଗ୍ରାମବାସୀ

ବାହାନଗା, ୧୯।୧୦(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଳକ ଖରାସାହାପୁରଠାରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନ ଥିବାରୁ ଶନିବାର ଗ୍ରାମବାସୀ ତାଲାପକାଇ ଧାରଣାରେ ବସିଛନ୍ତି। ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅଭୟ ପଣ୍ଡା ଡେପୁଟେସନରେ ନିଯୁକ୍ତି ପାଇବାରୁ ସେଠାରେ ଫାର୍ମାସିିଷ୍ଟ ଡାକ୍ତରଙ୍କ ବଦଳରେ ରୋଗୀଙ୍କୁ ଔଷଧ ଲେଖିଥିଲେ ସୁଦ୍ଧା ତାହାକୁ ସେଠାକାର ଏଏନ୍‌ଏମ୍‌ ଇନ୍ଦ୍ରମଣୀ ନାୟକ ବିରୋଧ କରି ରୋଗୀ ମାନଙ୍କୁ ଓଷଧ ଦିଅନ୍ତି ନାହିଁ। ଫଳରେ ପ୍ରତିବାଦରେ ଫାର୍ମାସିଷ୍ଟ ଛୁଟିରେ ରହିବାରୁ ସ୍ବାସ୍ଥ୍ୟ କେନ୍ଦ୍ରରେ ରୋଗୀସେବା ବ୍ୟାହତ ହୋଇଛି। ସେଥିପାଇଁ ଗ୍ରାମର ସଭାପତି ନିର୍ମଳ ଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ଗ୍ରାମବାସୀମାନେ ସ୍ବାସ୍ଥ୍ୟକେନ୍ଦ୍ରରେ ତାଲା ପକାଇବା ସହ ଧାରଣାରେ ବସିଥିଲେ। ତେବେ ଏଠାରୁ ଡେପୁଟେସନରେ ଯାଇଥିବା ଡାକ୍ତରଙ୍କୁ ସ୍ଥାୟୀ କରାଯାଉ ଓ ଏଠାରେ ଥିବା ଏଏନ୍‌ଏମ୍‌ ଦିଦିଙ୍କୁ ଅନ୍ୟତ୍ର ବଦଳି କରାଯାଉ ବୋଲିସ ସେମାନେ ଦାବି କରିଛନ୍ତି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ସ୍ବାସ୍ଥ୍ୟକେନ୍ଦ୍ରର ତାଲା ଖୋଲିବ ନାହିଁ ବୋଲି ସେମାନେ କହିଛନ୍ତି।