ଡାକ୍ତର କହି ବିବାହ ମହଙ୍ଗା ପଡ଼ିଲା: ମହିଳା ଡାକ୍ତରଙ୍କ ଅଭିଯୋଗ ପରେ ସ୍ବାମୀ ଗିରଫ

ଭୁବନେଶ୍ୱର, ୧୫-୧(ବ୍ୟୁରୋ): ଯୁକ୍ତ୨ ଫେଲ୍‌, ହେଲେ କହିଥିଲେ ଡାକ୍ତରୀ ପାସ୍‌। ଏପରି ମିଛ କହି ଜଣେ ମହିଳା ଡାକ୍ତରଙ୍କୁ ମଧ୍ୟ ବିବାହ କରିବା ଏବେ ଜଣେ ଯୁବକ ଓ ତାଙ୍କ ପରିବାର ଲୋକଙ୍କ ପାଇଁ ମହଙ୍ଗା ପଡ଼ିଛି। ବାହାଘରର ୫ଦିନ ପରେ ମହିଳା ଡାକ୍ତର ଜଣକ ସ୍ବାମୀଙ୍କ ଏପରି ମିଛ ଜାଣିବା ପରେ ମହିଳା ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ କେସ୍‌ ନଂ.୩/୨୦ ଦଫା ୪୯୮(ଏ), ୩୨୩, ୨୯୪, ୩୫୪, ୩୦୭, ୫୦୬, ୩୪ ଓ ଯୌତୁକ ଦଫା ଲଗାଇ ତଦନ୍ତ ଆରମ୍ଭ କରିଥିବାବେଳେ ମଙ୍ଗଳବାର ଅଭିଯୁକ୍ତ ସ୍ବାମୀ ଶୈଳେନ୍ଦୁ ବିଶ୍ୱାଳଙ୍କୁ ଗିରଫ କରିଛି।
ଅଭିଯୋଗ ଅନୁଯାୟୀ, ମହିଳା ଡାକ୍ତର ଜଣକ ଏମ୍‌ସରୁ ଏମ୍‌ବିବିଏସ୍‌ ପାସ୍‌ କରିଛନ୍ତି। ଗତବର୍ଷ ଖଣ୍ଡଗିରି ଡେଲ୍‌ଟା ଛକରେ ରହୁଥିବା ଜଳ ସମ୍ପଦ ବିଭାଗର ଜଣେ ପୂର୍ବତନ ମୁଖ୍ୟ ଯନ୍ତ୍ରୀଙ୍କ ପୁଅ ସହ ତାଙ୍କର ବାହାଘର ଲାଗିଥିଲା। ପୁଅ ଡାକ୍ତରୀ ପାସ୍‌ କରିଥିବା ନେଇ ମହିଳା ଡାକ୍ତରଙ୍କ ଘରେ ପ୍ରସ୍ତାବ ଦେଇଥିଲେ ଯନ୍ତ୍ରୀଙ୍କ ପରିବାର ଲୋକେ। ଏପ୍ରିଲ ୧୬ରେ ଚନ୍ଦ୍ରଶେଖରପୁରସ୍ଥିତ ଏକ ମନ୍ଦିରରେ ସେମାନଙ୍କର ନିର୍ବନ୍ଧ ହୋଇଥିଲା। କିଛିଦିନ ତଳେ ସେମାନଙ୍କର ବାହାଘର ମଧ୍ୟ ହେଲା। ହେଲେ ଚତୁର୍ଥୀ ପରଦିନ ସ୍ବାମୀଙ୍କ ହାବଭାବରୁ ସ୍ତ୍ରୀଙ୍କର ସନ୍ଦେହ ହୋଇଥିଲା। କେଉଁ ମେଡିକାଲ କଲେଜରେ ପାଠ ପଢ଼ୁଥିଲ ଓ ଡାକ୍ତରୀ ପାଠପଢ଼ା ବିଷୟରେ ସ୍ତ୍ରୀ ଆଲୋଚନା କଲାବେଳେ ସନ୍ତୋଷ ଜନକ ଉତ୍ତର ଦେଇପାରି ନ ଥିଲେ ସ୍ବାମୀ। ମିଛ କଥା କୁହାଯାଇ ବାହାଘର ହୋଇଥିବା ଜାଣିବା ପରେ ମହିଳା ଡାକ୍ତର ଜଣକ ଗତ ୧୧ ତାରିଖରେ ଥାନାରେ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri