ଡାକ୍ତରଙ୍କୁ ପଚାରି ଖାଇହେବ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌

ଭୁବନେଶ୍ୱର,୨୯ା୪(ବ୍ୟୁରୋ): କରୋନା ସଂକ୍ରମଣର ସାମାନ୍ୟ କିମ୍ବା ସେଭଳି କିଛି ଲକ୍ଷଣ ଦେଖାଯାଉଥିବା ବ୍ୟକ୍ତିମାନେ ନିଜ ଘରେ ଏକାନ୍ତବାସ ବା ସଙ୍ଗରୋଧ( ହୋମ୍‌ ସେଲ୍‌ଫ ଆଇସୋଲେଶନ)ରେ ରହି ପାରିବେ। ସେଭଳି ରୋଗୀ କୋଭିଡ୍‌ ହସ୍ପିଟାଲ କିମ୍ବା କୌଣସି ସ୍ବାସ୍ଥ୍ୟକେନ୍ଦ୍ରକୁ ଯିବା ଦରକାର ନାହିଁ। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ଏକ ସଂଶୋଧିତ ଗାଇଡ୍‌ଲାଇନ୍‌ ବା ନିୟମାବଳୀ ଜାରି କରାଯାଇଛି। ଏଥିରେ କୁହାଯାଇଛି, ସାମାନ୍ୟ କୋଭିଡ୍‌ ଲକ୍ଷଣ ଦେଖାଯାଉଥିବା ନେଇ ମେଡିକାଲ ଅଫିସର ଯଦି ଘୋଷଣା କରିବେ ସେହି ରୋଗୀମାନେ ଘରେ ପରିବାରଠାରୁ ଅଲଗା ରହିପାରିବେ। ସେହି ସଂକ୍ରମିତ ବ୍ୟକ୍ତିଙ୍କର ଯତ୍ନ ନେବା ପାଇଁ ଜଣେ ସେବାକାରୀ ୨୪ ଘଣ୍ଟା ପାଖରେ ରହିବା ଦରକାର। ସେବା ଯୋଗାଉଥିବା ବ୍ୟକ୍ତି ମେଡିକାଲ ଅଫିସରଙ୍କ ପରାମର୍ଶ ନେଇ କୋଭିଡ୍‌ ସଂକ୍ରମିତଙ୍କୁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ପ୍ରଫିଲାକ୍ସିସ୍‌ ଔଷଧ ଖାଇବାକୁ ଦେଇ ପାରିବେ। ଏଥିସହିତ ନିଜ ମୋବାଇଲରେ ଆରୋଗ୍ୟ ସେତୁ ଡାଉନ୍‌ଲୋଡ୍‌ କରିବା ସହିତ ୨୪ଘଣ୍ଟିଆ ଏହାକୁ କାର୍ଯ୍ୟକ୍ଷମ କରିବାକୁ (ବ୍ଲୁ ଟୁଥ୍‌/ ୱାଇଫାଇ ସଂଯୋଗ)ପରାମର୍ଶ ଦିଆଯାଇଛି। ସଂକ୍ରମିତ ବ୍ୟକ୍ତି ନିୟମିତ ଭାବେ ନିଜର ସ୍ବାସ୍ଥ୍ୟ ବିଷୟରେ ତଦାରଖ କରିବାକୁ ଜିଲା ସେର୍ଭଲାନ୍ସ ଅଫିସରଙ୍କୁ ଜଣାଇବା ସହିତ ପରବର୍ତ୍ତୀ ସମୟରେ ସର୍ଭେଲାନ୍ସ ଟିମ୍‌କୁ ସ୍ବାସ୍ଥ୍ୟ ଯାଞ୍ଚ କରିବାକୁ ଅନୁମତି ଦେବାକୁ ପଡିବ। ସେଲ୍‌ଫ ଆଇସୋଲେଶନରେ ରହିବା ପୂର୍ବରୁ ସଂକ୍ରମିତଙ୍କୁ ଲିଖିତ ଆକାରରେ ଦେବାକୁ ହେବ। ଏଥିସହିତ ହୋମ୍‌ କ୍ୱାରାଣ୍ଟାଇନ୍‌ର ଗାଇଡ୍‌ଲାଇନ୍‌ ଅନୁସରଣ କରିବାକୁ ପଡିବ। କରୋନା ସଂକ୍ରମିତଙ୍କ ଯତ୍ନ ନେଉଥିବା ବ୍ୟକ୍ତି ନିୟମିତ ଭାବେ ସେମାନଙ୍କର ସ୍ବାସ୍ଥ୍ୟ ଉପରେ ଦୃଷ୍ଟି ରଖିବେ। ଯଦି ସମ୍ପୃକ୍ତ ରୋଗୀଙ୍କର ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେଉଥିବ, ଛାତିରେ ଯନ୍ତ୍ରଣା, ମାନସିକସ୍ତରରେ ଦୁର୍ବଳ କିମ୍ବା କଥା କହିବାକୁ ଅକ୍ଷମ ହେଉଥିବେ, ଓଠ କିମ୍ବା ମୁହଁରେ ନୀଳ ରଙ୍ଗର କେତେକ ପରିବର୍ତ୍ତନ ହେଉଥିବ କିମ୍ବା ମେଡିକାଲ ଅଫିସରଙ୍କ ପରାମର୍ଶକ୍ରମେ ସେହି ବ୍ୟକ୍ତିଙ୍କୁ ତୁରନ୍ତ ହସ୍ପିଟାଲ ସହ ଯୋଗାଯୋଗ କରିବାକୁ କୁହାଯାଇଛି। ଘରେ ସଙ୍ଗରୋଧରେ ଥିବା ବ୍ୟକ୍ତିଙ୍କର ଯଦି କୌଣସି କରୋନା ଲକ୍ଷଣ ଦେଖାଯାଉଥିବା ମନେ ହେବ ନାହିଁ, କିମ୍ବା ମେଡିକାଲ ଅଫିସର ସମ୍ପୃକ୍ତ ବ୍ୟକ୍ତିିଙ୍କର କୌଣସି ଲକ୍ଷଣ ନ ଥିବା ନେଇ ଲିଖିତ ଆକାରରେ ଦେବେ ସମ୍ପୃକ୍ତ ବ୍ୟକ୍ତି ଗୃହ ସଙ୍ଗରୋଧ ବା ହୋମ୍‌ ଆଇସୋଲେଶନରୁ ମୁକ୍ତି ପାଇପାରିବେ ବୋଲି ନୂତନ ଗାଇଡ୍‌ଲାଇନ୍‌ରେ କୁହାଯାଇଛି। ସୂଚନାଯୋଗ୍ୟ, ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ୨୦୨୦ ଏପ୍ରିଲ ୭ରେ ଜାରି କରାଯାଇଥିବା ଗାଇଡ୍‌ଲାଇନ୍‌ ଅନୁଯାୟୀ, ସାମାନ୍ୟ କରୋନା ଲକ୍ଷଣ ଦେଖାଦେଲେ ମଧ୍ୟ ରୋଗୀଙ୍କୁ କୋଭିଡ୍‌ ହସ୍ପିଟାଲକୁ ନେବାକୁ ପରାମର୍ଶ ଦିଆଯାଇଥିଲା। ଗୋଷ୍ଠୀ ସଂକ୍ରମଣକୁ ରୋକିବା ପାଇଁ ଏଭଳି ପଦକ୍ଷେପ ନିଆଯାଉଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri