ଡାକ୍ତରଖାନା ଯିବା ବାଟରେ ଆଖି ବୁଜିଲେ ମହିଳା: ବଳାତ୍କାର ଅଭିଯୋଗ ଆଣିଲେ ସ୍ବାମୀ

ରାୟଗଡା ଅଫିସ,୧୨।୫-ମାଲକାନଗିରି ଜିଲା ସଦର ମହକୁମାସ୍ଥିତ ପୋଲିସ କ୍ୟାଣ୍ଟିନରେ କାମ କରୁଥିବା ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ନେଇ ତାଙ୍କ ସ୍ବାମୀ ଗତ ୭ ତାରିଖରେ ମାଲକାନଗିରି ଥାନାରେ ଅଭିଯୋଗ କରିଥିଲେ। ତେବେ ସମ୍ପୃକ୍ତା ମହିଳାଙ୍କୁ ମଙ୍ଗଳବାର ରାତିରେ ସଙ୍କାଟାପନ୍ନ ଅବସ୍ଥାରେ କୋରାପୁଟ ମେଡ଼ିକାଲରୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଉଥିବାବେଳେ ରାୟଗଡ଼ା ନିକଟରେ ତାଙ୍କର ମୃତ୍ୟୁ ଘଟିଛି।
ପ୍ରକାଶ ଯେ, ସମ୍ପୃକ୍ତ ପୀଡ଼ିତା ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେବା ପରେ ମଧ୍ୟ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସି ନ ଥିଲା। ପରେ କୋରାପୁଟ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇ ଗୋଟିଏ ଟିମ ଗଠନ କରି ତାଙ୍କର ଚିକିତ୍ସା କରାଯାଇଥିଲା। ହେଲେ ମଙ୍ଗଳବାର ହଠାତ ସ୍ବାସ୍ଥ୍ୟବସ୍ଥା ବିଗି଼ଡି ଯିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଉଥିବାବେଳେ ଅଧା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କ ମୃତଦେହ ବ୍ୟବଚ୍ଛେଦ କରାଯାଇଛି। ଅପରପକ୍ଷେ ତାଙ୍କ ସ୍ବାମୀଙ୍କ ଅଭିଯୋଗକ୍ରମେ ମାଲକାନଗିରି ପୋଲିସ ନଂ. ୧୪୨ /୨୦ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।