କୋରାପୁଟ,୯।୮(ଅମିତାଭ ବେହେରା): ନିଖିଳ ଉତ୍କଳ କୋରାପୁଟ ଜିଲା ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ସଙ୍ଘର ପୁନର୍ଗଠନ ତଥା ନୂତନ କମିଟି ଗଠନ ସ୍ଥାନୀୟ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ଆୟୋଜିତ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମରେ ସଭାପତି ଭାବେ ମାଧବ ବାଙ୍କିଆଙ୍କୁ ଚୟନ କରାଯାଇଥବା ବେଳେ ଉପସଭାପତି ଭାବେ ଚନ୍ଦନ ପାଣିଗ୍ରାହୀ ଏବଂ କେତନ ହାଲବା, ସମ୍ପାଦକ ଭାବେ ପ୍ରଳୟ ତ୍ରିପାଠୀ,ସହ ସମ୍ପାଦକ ଭାବେ କମଳ ରାଓସ୍ମିଥ, କୋଷଧ୍ୟକ୍ଷ କିଶୋର ମିଶ୍ର, ସଂଗଠନ ସଚିବ ଭାବେ ସାଇ ପଟ୍ଟନାୟକ ଏବଂ ବଳଭଦ୍ର ପାଢ଼ୀ, ଉପଦେଷ୍ଟା ଭାବେ ଭବାନୀ ପାଣିଗ୍ରାହୀ ଏବଂ ମାଧବ ପାଢ଼ୀ, ଆଇନ ପରାମର୍ଶଦାତା ଭାବେ ନରସିଂହ ପଟ୍ଟନାୟକ ଏବଂ ରଞ୍ଜିତ ପଟ୍ଟନାୟକଙ୍କୁ ନୂତନ କର୍ମକର୍ତ୍ତାଙ୍କୁ ଭାବେ ଚୟନ କରାଯାଇଥିଲା। ନବନିର୍ବାଚିତ ପଦାଧିକାରୀମାନେ ନିଜ ନିଜ ଦାୟିତ୍ୱ ଗ୍ରହଣ କରିଥିଲେ। ଆଗାମୀ ଦିନରେ ସେମାନଙ୍କମାନଙ୍କ ଭୂମିକାଏବଂ ସଂଗଠନକୁ ଅଧିକ ସୁଦୃଢ଼ କରିବା ନେଇ ଆଲୋଚନା ହୋଇଥିଲା।