ଡାକ୍ତରଖାନା ପରିସରରୁ ସଶସ୍ତ୍ର ଡକାୟତି

କେନ୍ଦୁଝର ,୯।୧୧( ସ୍ବ.ପ୍ର.)- ସ୍ଥାନୀୟ ଟାଉନ ଥାନା ଅନ୍ତର୍ଗତ ଜିଲା ମୁଖ୍ୟ ଡାକ୍ତରଖାନା ପରିସରରେ ଜଣେ ଷ୍ଟାଫ ନର୍ସଙ୍କ ଘରେ ଶୁକ୍ରବାର ସାରେ ସଶସ୍ତ୍ର ଡକାୟତି ଘଟଛି। ଡକାୟତ ଦଳ ଘରୁ ଟଙ୍କା ଓ ସୁନା ଅଳଙ୍କାର ଲୁଟ କରିଥିବା ନେଇ ଷ୍ଟାଫନର୍ସ ସୌମ୍ୟା ମିଶ୍ର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଏନେଇ ଧରପଗଡ଼ ଆରମ୍ଭ କରିଛି। ୫ ଜଣ ଡ଼କାୟତ ସାରେ ଆସି ଷ୍ଟାଫନର୍ସଙ୍କ କବାଟ ବାଡେଇ ମାଓବାଦୀ ଓ ପୋଲିସ ସେମାନଙ୍କୁ ପିଛା କରୁଥିବା କହି ଆଶ୍ରୟ ମାଗିଥିଲେ। ପୋଲିସ ଯିବା ପରେ ପଳାଇଯିବେ ବୋଲି କହିଥିଲେ। ପରେ ସେମାନେ ବନ୍ଧୁକ ଓ ଭୁଜାଲି ଦେଖାଇ ଘରୁ ପ୍ରାୟ ଦେଢ ଲକ୍ଷ ଟଙ୍କା ଓ ୭ ଲକ୍ଷ ଟଙ୍କାର ଗହଣା ଲୁଟି ନେଇଥିବା ଷ୍ଟାଫନର୍ସ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି।