ଡାଉନ୍‌ଷ୍ଟ୍ରିମ ଶିଳ୍ପ ପ୍ରତି ଅନାଗ୍ରହ ବୁଡ଼ିବାକୁ ବସିଛି କଳିଙ୍ଗନଗର ଶିଳ୍ପ ସ୍ଥାନୀୟ ନେତୃତ୍ୱ, ସରକାରଙ୍କ ଅସହଯୋଗ ଦାୟୀ

ଯାଜପୁର ଅଫିସ,୩ା୯- କୃଷି ପରେ ଦେଶର କର୍ମ ନିଯୁକ୍ତି କ୍ଷେତ୍ରରେ ବଡବଡ ଶିଳ୍ପ ସମେତ ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ବଡ଼ ଭାଗିଦାରୀ ତୁଲାଇ ଆସୁଛି। ଅର୍ଥନୀତି ଅଭିବୃଦ୍ଧିର ଏହି କ୍ଷେତ୍ରରେ ଯୋଗଦାନ ବିଶେଷ ଗୁରୁତ୍ୱ ରଖେ। ସେହି ଦୃଷ୍ଟିରୁ ବିଶ୍ୱର ପ୍ରତ୍ୟେକ ଅଗ୍ରଣୀ ଦେଶ ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗର ବିକାଶ ପାଇଁ ଚେଷ୍ଟା କରି ଆସୁଛନ୍ତି। ଏହିକ୍ରମରେ ଯାଜପୁର ଜିଲାର ଏମ୍‌ଏସ୍‌ଏମ୍‌ଇ କଳିଙ୍ଗନଗର ନ୍ୟାଶନାଲ ଇନଭେଷ୍ଟମେଣ୍ଟ ମାନୁଫ୍ୟାକ୍ଚରିଂ ଜୋନ ଡୁବୁରୀଠାରେ ଏନ୍‌ସିଲିଆରି ଓ ଡାଉନ୍‌ଷ୍ଟ୍ରିମ ଉଦ୍ୟୋଗ ସ୍ଥାପନ ପାଇଁ ଯୋଜନା ହୋଇଛି। ଗତ ମେକ୍‌ ଇନ୍‌ ଓଡ଼ିଶା କେନକ୍ଲେଭରେ ଯେଉଁ ଉଦ୍ୟୋଗଗୁଡିକ ଏଠାରେ ପୁଞ୍ଜି ଖଟାଇବା ପାଇଁ ରାଜ୍ୟ ସରକାରଙ୍କ ସହ ଚୁକ୍ତି କରିଥିଲେ ତାହା ଏଯାଏ ଫଳପ୍ରଦ ହୋଇପାରି ନାହିଁ। ରାଜନୈତିକ କ୍ଷେତ୍ରରେ ଅସହଯୋଗ ଏବଂ ସାମ୍ପ୍ରତିକ ପରିସ୍ଥିତିକୁ ଦେଖି ଏଠାରେ ଡାଉନଷ୍ଟ୍ରିମ ଶିଳ୍ପ ପ୍ରତି ଆଗ୍ରହ ପ୍ରକାଶ କରୁ ନ ଥିବା ମତପ୍ରକାଶ ପାଇଛି।
ଜିଲାସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିଅରାନ୍ସ କମିଟି ଦ୍ୱାରା ୧ା୪ା୨୦୧୫ରୁ ଜୁନ ୨୦୧୯ ସୁଦ୍ଧା ୫୫୧୪୫.୨୩ କୋଟି ମୂଲ୍ୟରେ ୨୩ଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି। ସେଥିରୁ ମାତ୍ର ୨ଟି ୟୁନିଟ କାମ ଆରମ୍ଭ କରିଥିବା ସୂଚନା ମିଳିଛି। ଏଥିରୁ ଡାଉନ୍‌ଷ୍ଟ୍ରିମ ଶିଳ୍ପ ପ୍ରତି ଶିଳ୍ପପତିଙ୍କ ଆଗ୍ରହ କେତେ ତାହା ସ୍ପଷ୍ଟ ଜଣାପଡୁଛି। ଏପରିକି କଳିଙ୍ଗନଗର ଶିଳ୍ପାଞ୍ଚଳରେ ବଡ଼ବଡ଼ ଶିଳ୍ପ ପ୍ରତିଷ୍ଠା ପାଇଁ ଆଗ୍ରହ ପ୍ରକାଶ କରୁଥିଲେ ହେଁ ବିଭିନ୍ନ କାରଣ ଯୋଗୁ ସେମାନେ ପଛଘୁଞ୍ଚା ଦେଉଥିବା ସୂଚନା ମିଳିଛି। ଗତ ୨ସପ୍ତାହ ହେଲା ସୁକିନ୍ଦା କ୍ରୋମ ଖଣିରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଫାଷ୍ଟ କମ୍‌ ଫାଷ୍ଟ ଲୋଡିଂ ବିବାଦ ଯୋଗୁ ପରିବହନ ଠପ୍‌ ହୋଇପଡିଛି। ଟ୍ରକ ଓ ଶ୍ରମିକ ନିୟୋଜନରେ ବେଆଇନ ଚାନ୍ଦା ଆଦାୟ କରୁଥିବା ସମ୍ପୃକ୍ତ ସଂଘ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବିରୋଧ କରୁଥିବାରୁ ଏଭଳି ସଂଗୀନ ପରିସ୍ଥିତି ସୃଷ୍ଟି ହୋଇଛି। ଯଦ୍ଦ୍ବାରା କଳିଙ୍ଗନଗର ଶିଳ୍ପାଞ୍ଚଳରେ କଞ୍ଚାମାଲ ଅଭାବରୁ ଉପତ୍ାଦନ ଏକପ୍ରକାର ବନ୍ଦ ରହିଛି। ଅନ୍ୟପକ୍ଷେ କାର୍ଯ୍ୟକ୍ଷମ କାରଖାନା ଭାବେ ନିଳାଚଳ ଇସ୍ପାତ ନିଗମ, ମେସ୍କୋ, ଜିନ୍ଦଲ, ବିଆରପିଏଲ ଓ ଭିସା ଷ୍ଟିଲ ଆର୍ଥିକ ସଙ୍କଟରେ ଗତି କରୁଛି। କେଜେ ଇସ୍ପାତ, ମଇଥାନ, ରୋହିତ ଫେରୋଟେକ କାରଖାନାରେ ତାଲା ପଡିଛି। ତେଣୁ ଏହିସବୁର ଏକ ସ୍ଥାୟୀ ସମାଧାନ ନ ହେଲେ ଶିଳ୍ପ କାରଖାନା ଏଠାରେ ତିଷ୍ଠି ରହିବା ଅସମ୍ଭବ ବୋଲି ମତପ୍ରକାଶ ପାଉଛି। ଏହାବାଦ ବ୍ୟାଙ୍କଗୁଡ଼ିକ ପକ୍ଷରୁ ପ୍ରଦାନ କରାଯାଉଥିବା ଋଣ ହାର ଅଧିକ ରହିବା ଏହି ଉଦ୍ୟୋଗର ଅଗ୍ରଗତିରେ ପ୍ରତିବନ୍ଧକ ସାଜିଛି। ସେହିପରି କଞ୍ଚାମାଲର ମୂଲ୍ୟବୃଦ୍ଧି, ଉତ୍ପାଦର ମୂଲ୍ୟ ଠିକ୍‌ ସମୟରେ ନ ମିଳିବା ସେମାନଙ୍କୁ ହାତ ବାନ୍ଧି ବସିବାକୁ ଅନେକ ସମୟରେ ବାଧ୍ୟ କରୁଛି। ପୂର୍ବରୁ ବ୍ୟାଙ୍କଗୁଡ଼ିକୁ କ୍ଷୁଦ୍ର ଶିଳ୍ପ ଉଦ୍ୟୋଗଗୁଡ଼ିକୁ ସହଯୋଗର ହାତ ବଢାଇ ଆଗେଇ ନେବାକୁ ସରକାର ପରାମର୍ଶ ଦେଇଆସୁଛନ୍ତି। ଏହିକ୍ରମରେ ପ୍ରଧାନମନ୍ତ୍ରୀ, ଅର୍ଥମନ୍ତ୍ରୀ ବ୍ୟାଙ୍କଗୁଡ଼ିକୁ କୃଷିକ୍ଷେତ୍ର, କ୍ଷୁଦ୍ର ଉଦ୍ୟୋଗ ପ୍ରତି ଆବଶ୍ୟକ ଦୃଷ୍ଟି ଦେଉ ନ ଥିବା କାରଣରୁ ତାଗିଦ ମଧ୍ୟ କରିଛନ୍ତି। ମାତ୍ର ଫଳ କିଛି ହୋଇନାହିଁ। ଦେଶର ଅଭିବୃଦ୍ଧି କିମ୍ବା ଫାଇଦାକୁ ଦୃଷ୍ଟିରେ ନ ରଖି ଅନେକ ସମୟରେ ବ୍ୟାଙ୍କଗୁଡ଼ିକ ସେମାନଙ୍କ ବ୍ୟବସାୟିକ ଅଭିବୃଦ୍ଧିକୁ କିପରି ଆଗେଇ ନେଇପାରିବେ ସେଥିପ୍ରତି ଗୁରୁତ୍ୱ ଦେଉଛନ୍ତି। ବଡବଡ ଶିଳ୍ପପତିଙ୍କୁ ବ୍ୟାଙ୍କ ଅଧିକାରୀମାନେ ବ୍ୟାଙ୍କ ଋଣ ମଞ୍ଜୁର କରୁଥିଲାବେଳେ କ୍ଷୁଦ୍ର ଚାଷୀ ଏବଂ ଆତ୍ମନିର୍ଭରଶୀଳ ହେବା ପାଇଁ ଚାହୁଁଥିବା ବେକାର ଯୁବତୀଯୁବକଙ୍କୁ ବାରମ୍ବାର କାଗଜପତ୍ର, ପ୍ରମାଣପତ୍ର ଇତ୍ୟାଦିର ବିଭିନ୍ନ ବାହାନା ଦେଖାଇ ନିରାଶ କରୁଥିବା ଅଭିଯୋଗ ହେଉଛି। ହତାଶ ହୋଇ ସେମାନେ ମହାଜନଙ୍କ ଉପରେ ନିର୍ଭର କରୁଛନ୍ତି। ଅତ୍ୟଧିକ ଋଣ ଭାର ସେମାନଙ୍କ ସ୍ବପ୍ନରେ ବାଧକ ସାଜିଛି। ସେମାନଙ୍କ ସ୍ବପ୍ନ ଭାଙ୍ଗିବା ଅର୍ଥ ଦେଶର ଅଭିବୃଦ୍ଧି ପ୍ରତିହତ ହେବା ସ୍ପଷ୍ଟ। ମାତ୍ର ଏହି କ୍ଷେତ୍ରକୁ ବ୍ୟାଙ୍କ କର୍ତ୍ତୃପକ୍ଷ ଗୁରୁତର ସହ ହୃଦବୋଧ କରିବା ମନେହୁଏ ନାହିଁ। ତେଣୁ କୃଷି କ୍ଷେତ୍ର ହେଉ ଅବା ଲଘୁ କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ହେଉ ଏହି ଦିଗ ପ୍ରତି ବ୍ୟାଙ୍କ କର୍ତ୍ତୃପକ୍ଷ ଏବଂ ସରକାର ବିଶେଷ ଯନତ୍ଶୀଳ ହେବା ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି। କେତେକ କ୍ଷେତ୍ରରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଯୁକ୍ତି ମଧ୍ୟ ଗ୍ରହଣ କରାଯାଇପାରେ। ଆବଶ୍ୟକୀୟ ଭିତ୍ତିଭୂମି ଏବଂ ସୁବିଧା ସୁଯୋଗ ନ ଥାଇ ଋଣ ପ୍ରଦାନ କରାଗଲେ ସେମାନଙ୍କ ଅର୍ଥ ବୁଡିଯିବାର ଯଥେଷ୍ଟ କାରଣ ରହିଛି । ଆଜିର ଯୁଗରେ ନୂଆ ଟେକ୍ନୋଲୋଜି ଏବଂ ବୈଜ୍ଞାନିକ କୌଶଳ, କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ ଆବଶ୍ୟକ ପ୍ରଶିକ୍ଷଣ ବିଶେଷ କରି ଆଗକୁ ବଢିବାର ଇଚ୍ଛା ଏବଂ ଉଦ୍ୟମ ସଫଳତାରେ ମୁଖ୍ୟ ଭୂମିକା ଗ୍ରହଣ କରେ। ତେଣୁ କେବଳ ବ୍ୟାଙ୍କ ସହାୟତା ନୁହେଁ, ସ୍ଥାନୀୟ ନେତୃବର୍ଗ ଓ ସରକାରଙ୍କ ପକ୍ଷରୁ ଏହି କ୍ଷେତ୍ରର ବିକାଶ ପାଇଁ ସମୁଚିତ ପଦକ୍ଷେପ ଅତ୍ୟନ୍ତ ଜରୁରୀ। ଯାହାକି କଳିଙ୍ଗନଗର ଶିଳ୍ପାଞ୍ଚଳରେ ଦେଖିବାକୁ ମିଳୁନାହିଁ। ବରଂ ନିଜ ସ୍ବାର୍ଥ ପାଇଁ ଖଣି ଓ ଶିଳ୍ପାଞ୍ଚଳରେ ସାମୁହିକ ସ୍ବାର୍ଥକୁ ବଳି ଦିଆଯାଉଛି। ଯେହେତୁ ଅଭିବୃଦ୍ଧିରେ ଏହି କ୍ଷେତ୍ର ଏକ ପ୍ରମୁଖ ଅଙ୍ଗ, ବର୍ତ୍ତମାନ ବିଶ୍ୱବଜାର ପରିସ୍ଥିତିରେ ଏହି ବିଭାଗକୁ ଅଣଦେଖା କରାଯାଇପାରିବ ନାହିଁ। ସେହି ଦୃଷ୍ଟିରୁ ବ୍ୟାଙ୍କଠାରୁ ଆରମ୍ଭ କରି ସରକାର, ଶିଳ୍ପ ବିଭାଗର ହାଲୁକା ମନୋବୃତ୍ତି କଳିଙ୍ଗନଗର ଶିଳ୍ପାଞ୍ଚଳକୁ ମହଙ୍ଗା ପଡିପାରେ ବୋଲି ମତପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପବିତ୍ର ଅକ୍ଷୟ ତୃତୀୟାରେ ପାଳନ ହେବ କବିସୂର୍ଯ୍ୟଙ୍କ ଶ୍ରାଦ୍ଧୋତ୍ସବ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ରବିବାର ମଧ୍ୟାହ୍ନରେ ଦିଗପହଣ୍ଡିସ୍ଥିତ କବିସୂର୍ଯ୍ୟ ସ୍ମୃତି ପରିଷଦ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

୩୦୦ ୟୁନିଟ ମାଗଣା ବିଜୁଳି, ୭୮ହଜାର ଟଙ୍କାର ସବସିଡି; ଜାଣନ୍ତୁ କେମିତି ଉଠାଇବେ ଏହି ସରକାରୀ ଯୋଜନାର ଲାଭ…

ନୂଆଦିଲ୍‌ଲୀ,୧୨।୪: ମାଗଣା ବିଦ୍ୟୁତ ଯୋଜନା ଅଧୀନରେ, ସରକାର ସ୍ଥାପିତ ସୌର ପ୍ୟାନେଲର କ୍ଷମତା (kW) ଉପରେ ଆଧାର କରି ସବସିଡି ପ୍ରଦାନ କରନ୍ତି। 1 kW ସିଷ୍ଟମ…

ଚଳନ୍ତା ଟ୍ରେନରେ ଚଢ଼ିବା ପ୍ରୟାସ ପଡ଼ିଲା ମହଙ୍ଗା, ସିସିଟିଭିରେ କଏଦ ହେଲା ମୃତ୍ୟୁର Live Video

ଭୋପାଳ,୧୨।୪: ମଧ୍ୟପ୍ରଦେଶର ରତଲାମ ରେଳ ଷ୍ଟେସନରେ ଚଳନ୍ତା ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରିବା ସମୟରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଟ୍ରେନରେ ଫସିବା ପରେ, ସେ…

ଇରାନ-ଆମେରିକା ଆଲୋଚନା ବିଫଳ, ଆସିଲା ନେତାନ୍ୟାହୁଙ୍କ ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କ’ଣ କହିଛନ୍ତି

ତେହରାନ,୧୨।୪: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ଇରାନ ବିରୁଦ୍ଧରେ ଆରମ୍ଭ ହୋଇଥିବା ଅଭିଯାନ ବହୁଳ ଭାବରେ ସଫଳ ହୋଇଛି। ସେ ଦାବି କରିଛନ୍ତି ଯେ…

ପାଳନ ହେବ ଐତିହାସିକ ଜମ୍ବୁ ଦ୍ୱୀପ ମହୋତ୍ସବ: ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିବ ଅଞ୍ଚଳ

ମହାକାଳପଡ଼ା, ୧୨ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ପୀଠରେ ଦୁଇ ଦିନ ପରେ ପଣା ସଂକ୍ରାନ୍ତି ଝାମୁଯାତ୍ରା ଅନୁଷ୍ଠିତ…

ବଦଳିଲା Xର ମନିଟାଇଜେସନ୍ ନିୟମ, ଅଯଥା ପୋଷ୍ଟ କଲେ…..

ନୂଆଦିଲ୍ଲୀ,୧୨।୪: ସୋସିଆଲ ମିଡିଆ ପ୍ଲାଟଫର୍ମ X ଏହାର ମନିଟାଇଜେସନ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ କାର୍ଯ୍ୟକାରୀ କରିଛି । ନିମ୍ନ-ଗୁଣବତ୍ତା ଏବଂ କ୍ଲିକ୍ବେଟ୍ କଣ୍ଟେଣ୍ଟ ମାଧ୍ୟମରେ ପ୍ଲାଟଫର୍ମରେ…

ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି କରି ଶପଥ ନେଲା ସୁରକ୍ଷା ସମିତି

ଗୁଣପୁର,୧୨ା୪(ସୁଜାତା ପାଢ଼ୀ): ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି ନେଇ ଏକ ଅଭିନବ ଢଙ୍ଗରେ ନଦୀ ତଟବର୍ତ୍ତୀ ଗ୍ରାମ ଗଜପତି ଜିଲା ସାରା ଗ୍ରାମରେ ଜଳସଂକଳ୍ପ ଯାତ୍ରା…

ଡିଜେଲ-ATF ଉପରେ ରପ୍ତାନି ଶୁଳ୍କ ବୃଦ୍ଧି କଲେ କେନ୍ଦ୍ର ସରକାର, ବଢୁଛି ତୈଳ କମ୍ପାନୀଗୁଡ଼ିକ ଉପରେ ଚାପ

ନୂଆଦିଲ୍ଲୀ,୧୨।୪: କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଏବଂ ବିମାନ ଇନ୍ଧନ ସମ୍ପର୍କରେ ଶନିବାର (୧୧ ଏପ୍ରିଲ, ୨୦୨୬) ଏକ ବଡ଼ ନିଷ୍ପତ୍ତି ଘୋଷଣା କରିଛନ୍ତି। ସରକାର ଡିଜେଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri