Categories: ଜାତୀୟ

ଡରାଇଲାଣି କୋରୋନା ଭାଇରସ: ସନ୍ଦେହରେ ମୁମ୍ବାଇର ୨ ବ୍ୟକ୍ତି

ମୁମ୍ବାଇ,୨୪।୧: କୋରୋନା ଭାଇରସ ଏବେ ଚାଇନାରେ ଆତଙ୍କ ଖେଳାଇଛି। ଏବେ ଚାଇନାରୁ ଆସିଥିବା ୨ ବ୍ୟକ୍ତି କୋରୋନା ଭାଇରସରେ ଆକ୍ରାନ୍ତ ଥିବା ସନ୍ଦେହ କରି ସେମାନଙ୍କୁ ମୁମ୍ବାଇର ଏକ ହସ୍ପିଟାଲର ସ୍ବତନ୍ତ୍ର ଓ୍ବାର୍ଡରେ ରଖି ଚିକିତ୍ସା କରାଯାଉଥିବା ଜଣାପଡିଛି। ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ୧୯ ଜାନୁୟାରୀରେ ପ୍ରାୟ ୧,୭୮୯ ଯାତ୍ରୀଙ୍କର କୋରୋନା ଭାଇରସ ସଂକ୍ରମଣର ଯାଞ୍ଚ କରାଯାଇଥିଲା। ଏମାନଙ୍କ ମଧ୍ୟରୁ ୨ଜଣ ଚାଇନାରୁ ଆସିଥିବାରୁ କାଳେ ଏମାନେ କୋରୋନା ଭାଇରସରେ ଆକ୍ରାନ୍ତ ଥିବେ ଏହା ସନ୍ଦେହ କରି ଏବେ ସେମାନଙ୍କ ଚିକିତ୍ସା ଚାଲିଥିବା ସୂଚନା ମିଳିଛି। ସ୍ବାସ୍ଥ ବିଭାଗର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏପର୍ଯ୍ୟନ୍ତ ଏହି ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ଭାରତରେ ଦେଖାଯାଇ ନାହିଁ। ହେଲେ ଏମାନେ ଚାଇନାରୁ ଆସିଥିବାରୁ କାଳେ ଏମାନେ ଏହି ଭାଇରସରେ ଆକ୍ରାନ୍ତ ହୋଇଥିବେ ସେଥିପାଇଁ ତାଙ୍କୁ ଭିନ୍ନ ଓ୍ବାର୍ଡରେ ରଖାଯାଇଛି।

Share