Posted inଖେଳ

ଡବ୍ଲ୍ୟୁଡବ୍ଲ୍ୟୁଇକୁ ଅଲ୍‌ବିଦା କହିଲେ ‘ଡେଡ୍‌ମ୍ୟାନ’ ଅଣ୍ଡରଟେକର

ହୋଷ୍ଟନ (ଆମେରିକା), ୨୨।୬- ଓ୍ବାଲର୍‌ଡ ରେସଲିଂ ଏଣ୍ଟରଟେନମେଣ୍ଟ (ଡବ୍ଲ୍ୟୁଡବ୍ଲ୍ୟୁଇ)ର ସର୍ବକାଳୀନ ଶ୍ରେଷ୍ଠ ରେସ୍‌ଲର ତଥା ‘ଡେଡ୍‌ମ୍ୟାନ’ ଭାବେ ପରିଚିତ ଦି ଅଣ୍ଡରଟେକର ରିଙ୍ଗ୍‌ରେ ଆଉ ଲଢ଼େଇ କରୁଥିବାର ଦେଖିବାକୁ ମିଳିବେନି। ୫୫ ବର୍ଷୀୟ ଏହି କିମ୍ବଦନ୍ତୀ ଆମେରିକୀୟ ପ୍ରଫେଶନାଲ ରେସ୍‌ଲର ତାଙ୍କ ୩୦ ବର୍ଷର ଜ୍ୱାଜୁଲ୍ୟମୟ କ୍ୟାରିୟରରେ ପୂର୍ଣ୍ଣଛେଦ ପକାଇ ଡବ୍ଲ୍ୟୁଡବ୍ଲ୍ୟୁଇକୁ ଅଲ୍‌ବିଦା କହିଛନ୍ତି। ଫଳରେ ଡବ୍ଲ୍ୟୁଡବ୍ଲ୍ୟୁଇରେ ଏକ ଯୁଗର ଅବସାନ ଘଟିଛି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ। ୬ ଫୁଟ୍‌ ୧୦ ଇଞ୍ଚ ଉଚ୍ଚତା ବିଶିଷ୍ଟ ଏହି ରେସଲର୍‌ଙ୍କ ପ୍ରକୃତ ନାମ ହେଉଛି ମାର୍କ ଓ୍ବିଲିୟମ କାଲଓ୍ବେ। କିନ୍ତୁ ରିଙ୍ଗରେ ସେ ‘ଦି ଅଣ୍ଡରଟେକର୍‌’ ଭାବେ ବିଶ୍ୱରେ ବେଶ୍‌ ପରିଚିତ। ୧୯୮୭ରେ ଫ୍ରଫେଶନାଲ ରେସ୍‌ଲର ଭାବେ ଅଣ୍ଡରଟେକର କ୍ୟାରିୟର ଆରମ୍ଭ କରିଥିଲେ। କିନ୍ତୁ ୧୯୯୦ରେ ସେ ଡବ୍ଲ୍ୟୁଡବ୍ଲ୍ୟୁଇରେ ପଦାର୍ପଣ କରିଥଲେ। ଲଢ଼େଇ ପୂର୍ବରୁ ଅଣ୍ଡରଟେକର ଯେତେବେଳେ ରିଙ୍ଗ୍‌କୁ ପ୍ରବେଶ କରିଥାନ୍ତି ସେ ସମୟ ବେଶ୍‌ ରୋମାଞ୍ଚକ ଥାଏ। କଳା ରଙ୍ଗର ଲମ୍ବା ଜ୍ୟାକେଟ୍‌ ସାଙ୍ଗକୁ ଟୋପି ପରିଧାନ କରି ଅଣ୍ଡରଟେକର ଏରେନାକୁ ପ୍ରବେଶ କରିବାବେଳେ ପୁରା ପରିବେଶ ଅନ୍ଧକାର ଓ ଧୂଆଁମୟ ହୋଇଉଠେ। କେତେବେଳେ ଚାଲି ଚାଲି ତ ପୁଣି ବୁଲେଟ୍‌ ଚଢ଼ି ଅଣ୍ଡରଟେକର ରିଙ୍ଗକୁ ଆସିଥାନ୍ତି। ୩୦ ବର୍ଷର କ୍ୟାରିୟରେ ରିଙ୍ଗରେ ସେ ଅନେକ ଜଣାଶୁଣା ରେସ୍‌ଲରଙ୍କୁ ଧରାଶାୟୀ କରିଛନ୍ତି। ସେ ଡବ୍ଲ୍ୟୁଡବ୍ଲ୍ୟୁଇର ବହୁ ଟାଇଟଲ୍‌ର ଅଧିକାରୀ ମଧ୍ୟ ହୋଇଛନ୍ତି। ରେସଲମାନିଆରେ ସେ କ୍ରମାଗତ ୨୧ ଲଢ଼େଇ ଜିତିଥିଲେ। କିନ୍ତୁ ବ୍ରୋକ ଲେନସର୍‌ ଏହି ରେକର୍ଡକୁ ଭାଙ୍ଗିଥିଲେ। ବୟସ ୫୦ ଅତିକ୍ରମ କରିଥିଲେ ମଧ୍ୟ ସେ କେବେ ଥକି ପଡ଼ି ନ ଥିଲେ। ଶେଷଥର ପାଇଁ ଅଣ୍ଡରଟେକରଙ୍କୁ ଗତ ଏପ୍ରିଲରେ ରେସଲମାନିଆ-୩୬ରେ ଏ.ଜେ. ଷ୍ଟାଇଲଙ୍କ ବିପକ୍ଷରେ ଲଢ଼େଇ କରୁଥିବାର ଦେଖିବାକୁ ମିଳିଥିଲା। ଏହି ଲଢ଼େଇରେ ସେ ବିଜୟୀ ହୋଇଥିଲେ। ଅଣ୍ଡରଟେକର ରିଙ୍ଗ୍‌କୁ ଅଲ୍‌ବିଦା କରିଥିଲେ ମଧ୍ୟ ରେସ୍‌ଲିଂ ସହ ପରିଚିତ ଥିବା ଲୋକେ ତାଙ୍କୁ ସର୍ବଦା ମନେରଖିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଲକ୍ଷ୍ନୌକୁ ହରାଇଲା ଗୁଜରାଟ

ଲକ୍ଷ୍ନୌ,୧୨ା୪: ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦମ୍‌ଦାର ବୋଲିଂ ବଳରେ ଗୁଜରାଟ ଟାଇଟନ୍ସ ୭ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲ୍‌ଏସ୍‌ଜି)କୁ ପରାସ୍ତ କରିଛି। ଏହା ଗୁଜରାଟର ୪ ମ୍ୟାଚ୍‌ରେ ଦ୍ୱିତୀୟ…

ନୀତୀଶ ରାଣାଙ୍କୁ ବଡ଼ ଜରିମାନା, କାହିଁକି ଜାଣନ୍ତୁ…

ଚେନ୍ନାଇ,୧୨ା୪:ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟର ନୀତୀଶ ରାଣାଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୨୫ ପ୍ରତିଶତ ଜରିମାନା କରାଯାଇଛି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବିପକ୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌…

ଭିନ୍ନ ଢଙ୍ଗରେ ଆଶା ଭୋସଲେଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା RCB, ସଙ୍ଗୀତ ସବୁବେଳେ….

ନୂଆଦିଲ୍ଲୀ,୧୨ା୪: ‘ମେଲୋଡି କ୍ୱିନ୍’ ଆଶା ଭୋସଲେଙ୍କର ରବିବାର ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ସମଗ୍ର ଭାରତରେ ଶୋକର ଛାୟା ଖେଳିଯାଇଥିଲା। ତେବେ କ୍ରୀଡା ଜଗତ ମଧ୍ୟ…

ପତ୍ନୀ ନୁହନ୍ତି, ଏ ହେଉଛନ୍ତି ମୋର ଲକି ଚାର୍ମ; ଶତକ ମାରିବା ପରେ ଏମିତି କହି…

ଚେନ୍ନାଇ,୧୨।୪: ଚେନ୍ନାଇର ଐତିହାସିକ ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲ ୨୦୨୬ର ୧୮ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଚେନ୍ନାଇ ସୁପର କିଙ୍ଗସର ଉଇକେଟ କିପର ବ୍ୟାଟର…

IPL 2026 ରେ ପ୍ରଥମ ବିଜୟ ପରେ ମଧ୍ୟ କାହିଁକି ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହିଲେ ଋତୁରାଜ ଗାୟକୱାଡ? ଜାଣନ୍ତୁ କିଏ ଲଗାଇଲା ଜରିମାନା

ନୂଆଦିଲ୍ଲୀ,୧୨।୪: ଶନିବାର ଅନୁଷ୍ଠିତ ଏକ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୨୩ ରନରେ ପରାସ୍ତ କରିଛି। ଏହା ଆଇପିଏଲ ୨୦୨୬ରେ ସିଏସକେର ପ୍ରଥମ ବିଜୟ;…

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri