ଡବ୍ଲ୍ୟୁଓଡିସି କାର୍ଯ୍ୟାଳୟ : ପଶ୍ଚିମ ଓଡ଼ିଶା ସ୍ଥାନ୍ତାନ୍ତର ନ ହେବା ନେଇ ଉଦ୍‌ବେଗ

ଭୁବନେଶ୍ୱର,୧୯ା୭(ବ୍ୟୁରୋ): ପଶ୍ଚିମ ଓଡ଼ିଶା ବିକାଶ ପରିଷଦ(ଡବ୍ଲ୍ୟୁଓଡିସି)ର ମୁଖ୍ୟାଳୟ ପଶ୍ଚିମ ଓଡ଼ିଶାକୁ ସ୍ଥାନ୍ତାନ୍ତରିତ ହୋଇପାରିଲା ନାହିଁ। ଦକ୍ଷ ଲୋକଙ୍କୁ ଅଧ୍ୟକ୍ଷ କରିବା ବଦଳରେ ହାରିଥିବା ଅଥବା ଦଳୀୟ ଟିକେଟ୍‌ରୁ ବଞ୍ଚିତ ହୋଇଥିବା ନେତାଙ୍କୁ ସେହି ପଦପଦବୀରେ ଥଇଥାନ କରାଯାଉଛି। ପରିଷଦକୁ ଅଧିକ ପରିମାଣରେ ଅର୍ଥ ଦିଆଯାଉ ନାହିଁ ବୋଲି ଯୋଜନା ଓ ସଂଯୋଜନା ବିଭାଗ ଖର୍ଚ୍ଚଦାବି ଆଲୋଚନା ସମୟରେ ଏକାଧିକ ସଦସ୍ୟ ମତ ରଖିଥିଲେ। ସେହିପରି ବିଧାୟକମାନଙ୍କୁ ମିଳୁଥିବା ହାତପାଣ୍ଠିକୁ କୋଟିଏ ଟଙ୍କାରୁ ବୃଦ୍ଧି କରାଯାଇ ଅନୂ୍ୟନ ୨କୋଟି କିମ୍ବା ୫ କୋଟି କରାଯାଉ ବୋଲି ମତ ପ୍ରକାଶ ପାଇଛି।
ଆଲୋଚନାକୁ ଆରମ୍ଭ କରି ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ କହିଥିଲେ ଯେ, ବିଜୁ କେବିକେ ଯୋଜନାର ଅନୁଦାନ ୧୨୦ କୋଟିରୁ ୧୫୦ କୋଟି ଟଙ୍କାକୁ ବୃଦ୍ଧି କରାଯାଉ। ସେହିପରି ସ୍ବତନ୍ତ୍ର ଉନ୍ନୟନ ପାଣ୍ଠିର ଅନୁଦାନ ବୃଦ୍ଧି ପାଇଁ ସାମଲ ମତ ରଖିଥିଲେ। ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ ଯେ, ଯୋଜନା ଓ ସଂଯୋଜନା ବିଭାଗରେ ପ୍ରକୃତ କାର୍ଯ୍ୟ ଅପେକ୍ଷା କାଗଜପତ୍ର କାମ ଅଧିକ କରାଯାଉଛି। ହୀରାକୁଦ ବିସ୍ଥାପିତଙ୍କୁ ଏ ଯାଏ ଥଇଥାନ କରାଯାଇ ପାରିଲା ନାହିଁ। ସ୍ଥିର ସରକାର ଥାଇ ଏପରି ନ ହୋଇପାରିବା ଦୁର୍ଭାଗ୍ୟଜନକ। ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ କଥା ସେମିତି ଶୁଣିଆସୁଛୁ, ହେଲେ ପ୍ରକଳ୍ପ କାର୍ଯ୍ୟ ସରୁ ନାହିଁ। ରେଳପଥ ପାଇଁ ଆବଶ୍ୟକ ଜମି ଅଧିଗ୍ରହଣ ହୋଇପାରୁ ନାହିଁ, ତେଣୁ କି ବିଭାଗ ଇଏ ବୋଲି ନରସିଂହ ପ୍ରଶ୍ନ କରିଥିଲେ। ପଶ୍ଚିମ ଓଡ଼ିଶା ବିକାଶ ପରିଷଦ କାର୍ଯ୍ୟାଳୟ ପଶ୍ଚିମ ଓଡ଼ିଶାକୁ ସ୍ଥାନ୍ତାନ୍ତରିତ ନ ହେବା ନେଇ ସେ ଉଦ୍‌ବେଗ ମଧ୍ୟ ପ୍ରକାଶ କରିଥିଲେ। ରାଜ୍ୟ ସରକାରଙ୍କ ଆମ ଗାଁ ଆମ ବିକାଶ ଯୋଜନାକୁ ନରସିଂହ ସମାଲୋଚନା କରିବା ସହ ପ୍ରକଳ୍ପ ବାବଦକୁ ନିର୍ଦ୍ଦିଷ୍ଟ ବ୍ୟୟବରାଦ ରଖିବା ପାଇଁ କହିବା ସହ ତାହାକୁ ଟେଣ୍ଡର ପ୍ରକ୍ରିୟା ମାଧ୍ୟମରେ ବଣ୍ଟନ ପାଇଁ ନରସିଂହ ମତ ରଖିଥିଲେ। ବିଜେଡି ବିଧାୟକ ପ୍ରମୋଦ ମଲ୍ଲିକ ଡବ୍ଲ୍ୟୁଓଡିସିର ମୁଖ୍ୟାଳୟ ନେଇ ସହମତି ହେବା ଉପରେ ଗୁରୁତ୍ୱ ଦେଇଥିଲେ। ନୃସିଂହ ସାହୁ କେତେକ ପ୍ରସ୍ତାବ ରଖିବା ସହ ରାଜ୍ୟ ସରକାରଙ୍କ ଯୋଜନାକୁ ପ୍ରଶଂସା କରିଥିଲେ। ଏହା ପରେ ଖରିଆର ବିଧାୟକ ଅଧିରାଜ ପାଣିଗ୍ରାହୀ କହିଥିଲେ ଯେ, ଉପକୂଳ ଓଡ଼ିଶାର ଗୋଟିଏ ଗୋଟିଏ ଜିଲାର ବଜେଟ ସହ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ବଜେଟ ସମାନ ରହୁଛି। ସହଜରେ ପରିଷଦ ଅର୍ଥକୁ ବାଟମାରଣା କରାଯାଉଛି। ବିଧାୟକ ନ ଚାହିଁଲେ ବି ଠିକାଦାରଟିଏ ଅର୍ଥ ମଞ୍ଜୁର କରେଇ କାର୍ଯ୍ୟ ହାସଲ କରିପାରୁଛି ବୋଲି ଅଧିରାଜ କହିଥିଲେ। ଏହା ପରେ ମୀନାକ୍ଷୀ ମହନ୍ତ, ମୌଷଧୀ ବାଗ ସଂକ୍ଷିପ୍ତ ବକ୍ତବ୍ୟ ରଖିଥିଲେ। ଏହା ପରେ କଂଗ୍ରେସ ସଭ୍ୟ ସନ୍ତୋଷ ସିଂ ସାଲୁଜା କହିଥିଲେ ଯେ, କୌଣସି ଯୋଜନା ଗାଇଡଲାଇନ ଅନୁଯାୟୀ କାର୍ଯ୍ୟକାରୀ ହେଉନାହିଁ। ଡବ୍ଲ୍ୟୁଓଡିସି ସରକାରୀ ଦଳର ଥଇଥାନ କେନ୍ଦ୍ର ପାଲଟିଛି। ସରକାର ସେଠି ଦକ୍ଷ ଲୋକଙ୍କୁ ନିଯୁକ୍ତି କରନ୍ତୁ ବୋଲି ସାଲୁଜା ମନ୍ତବ୍ୟ ରଖିଥିଲେ। ଏହା ପରେ ଅନନ୍ତ ଦାସ କିଛି ପ୍ରସ୍ତାବ ରଖିବା ସହ ବିଧାୟକ ପାଣ୍ଠି ବୃଦ୍ଧି ନେଇ ମତ ରଖିଥିଲେ। ପରେ ପଏଣ୍ଟ ଅଫ୍‌ ଅର୍ଡର ଜରିଆରେ କଂଗ୍ରେସ ସଭ୍ୟ ତାରାପ୍ରସାଦ ବାହିନୀପତି କହିଥିଲେ ଯେ, ଯାଜପୁର ଜିଲାର ନଗଡା ପରି ଅବିଭକ୍ତ କୋରାପୁଟ ଏବଂ ଗଜପତି ଜିଲାରେ ଅନେକ ଗାଁ ରହିଛି। ସେଠାରେ ଡିଏମ୍‌ଏଫ୍‌ ପାଣ୍ଠି ବିନିଯୋଗ ହୋଇପାରୁ ନାହିଁ। ଆଜିର ସମୟରେ ବାର୍ଷିକ କୋଟିଏ ଟଙ୍କା ବିଧାୟକ ପାଣ୍ଠି ବାବଦରେ କିଛି ନୁହେଁ, ତେଣୁ ଏହାକୁ ଅନୂ୍ୟନ ୫ କୋଟି ଟଙ୍କାକୁ ବୃଦ୍ଧି କରାଯାଉ।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଅଗଷ୍ଟ ୩ରୁ ୫ ପର୍ଯ୍ୟନ୍ତ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର, ୨୧।୭: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ଅଗଷ୍ଟ ୩ରୁ ୫ ତାରିଖ ପର୍ଯ୍ୟନ୍ତ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ଏହି ଗସ୍ତ ଅବସରରେ ସେ…

ଆସିଲା ଆଜ୍ଞାମାଳ: ରଥ ନେବ ଦକ୍ଷିଣ ମୋଡ଼

ପୁରୀ,୨୧ା୭: ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପମଣ୍ଡପରେ ଲୀଳାଖେଳା ସାରି ବାହୁଡ଼ାରେ ଶ୍ରୀମନ୍ଦିରକୁ ବାହୁଡ଼ିବେ ଦାରୁଦିଅଁ। ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ସମ୍ମୁଖରେ ଦଣ୍ଡାୟମାନ ରହିଥିବା…

ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ନୂଆ ଭୋଟର: ୨୬ରୁ ଆରମ୍ଭ ହେବ ଘରକୁ ଘର ସର୍ଭେ

ଭୁବନେଶ୍ୱର, ୨୦।୭: ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ନିର୍ବାଚନ ଆୟୋଗ ଭୋଟର ତାଲିକା ପ୍ରସ୍ତୁତି ପାଇଁ ବଡ଼ ଘୋଷଣା କରିଛନ୍ତି। ସ୍ୱତନ୍ତ୍ର…

ସରକାରଙ୍କ ବଡ଼ ପଦକ୍ଷେପ: ବଦଳିଲା ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟର ନାଁ

ଭୁବନେଶ୍ୱର,୨୧।୭: ରାଜ୍ୟ ସରକାର ଆଞ୍ଚଳିକ ଶିକ୍ଷା ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି। ରାଜ୍ୟ ସରକାର ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନରେ କାର୍ଯ୍ୟରତ ‘ଆଞ୍ଚଳିକ ଶିକ୍ଷା…

ଆଗାମୀ ପଞ୍ଚାୟତ, ପୌର ନିର୍ବାଚନ ପ୍ରସ୍ତୁତି : ନିର୍ବାଚନ ଆୟୋଗଙ୍କ ବଡ଼ ବୈଠକ

ଭୁବନେଶ୍ୱର, ୨୧।୭: ଆଗାମୀ ପଞ୍ଚାୟତ ଏବଂ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ଓଡ଼ିଶା ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆରମ୍ଭ ହୋଇଛି।…

ସଂଶୋଧିତ ଇଂଲିଶ ବନାନ ତ୍ୱରିତ କାର୍ଯ୍ୟକାରୀ ଲାଗି ନିର୍ଦ୍ଦେଶ, ସବୁ ଜିଲାପାଳଙ୍କୁ ରାଜସ୍ବ ସଚିବଙ୍କ ଚିଠି

ଭୁବନେଶ୍ୱର,୨୧।୭(ସୁନିତ୍‌ ମିଶ୍ର): ରାଜ୍ୟର ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳ ଗୁଡ଼ିକ ନାମର ସଂଶୋଧିତ ଇଂଲିଶ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ ତୁରନ୍ତ କାର୍ଯ୍ୟକାରୀ କରିବା…

ବାହୁଡ଼ା ଯାତ୍ରା ଯାଏ ରାଜ୍ୟରେ ପ୍ରବଳ ବର୍ଷା, ଏହି ଜିଲାକୁ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୨୧।୭(ବନ୍ଦନା ସେଠୀ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଅପରପକ୍ଷେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଉପରେ ଥିବା ବାୟୁମଣ୍ଡଳୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri