Posted inଖେଳ

ଡନ ଗ୍ରାଣ୍ଡସ୍ଲାମ ଟେନିସ: ପ୍ରଥମ ରାଉଣ୍ଡରୁ ଓସାକା, ଜେଭରେଭଙ୍କ ବିଦାୟ

ଲଣ୍ଡନ, ୨।୭-ବର୍ଷର ତୃତୀୟ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତା ଓ୍ବିମ୍ବେଲଡନ ଓପନ ସୋମବାରଠାରୁ ଆରମ୍ଭ ହୋଇଛି। ଏହାର ମହିଳା ସିଙ୍ଗଲ୍ସ ପ୍ରଥମ ରାଉଣ୍ଡରୁ ହାରି ବିଦାୟ ନେଇଛନ୍ତି ଦ୍ୱିତୀୟ ସିଡ୍‌ ଜାପାନର ନାଓମି ଓସାକା। କାଜାଖସ୍ତାନର ୟୁଲିଆ ପୁଟିନସେଭା ୭-୬(୭/୪), ୬-୨ ସେଟରେ ଓସାକାଙ୍କୁ ହରାଇ ପ୍ରତିଯୋଗିତାରେ ପ୍ରଥମ ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି। ସେହିପରି ପୁରୁଷ ସିଙ୍ଗଲ୍ସରେ ଜର୍ମାନୀର ଆଲେଜାଣ୍ଡର ଜେଭରେଭ ୬-୪, ୩-୬, ୨-୬, ୫-୭ ସେଟରେ ଚେକ୍‌ ରିପବ୍ଲିକର ଜେରି ଭାସେଲିଙ୍କଠାରୁ ହାରି ବିଦାୟ ନେଇଛନ୍ତି। ସର୍ବିୟାର ନୋଭାକ ଜୋକୋଭିଚ୍‌ ଓ ଦକ୍ଷିଣଆଫ୍ରିକାର କେଭିନ ଆଣ୍ଡରସନ ପ୍ରମୁଖ ସହଜ ବିଜୟ ସହ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଜୋକୋଭିଚ୍‌ ପ୍ରଥମ ରାଉଣ୍ଡରେ ଜର୍ମାନୀର କୋଲଶ୍ଚର୍ବରଙ୍କୁ ୬-୩, ୭-୫ ୬-୩ ସେଟରେ ପରାସ୍ତ କରିଛନ୍ତି। ସେହିପରି ଆଣ୍ଡରସନ ୬-୩, ୬-୪, ୬-୨ ସେଟରେ ପିଏରେ-ହ୍ୟୁଗ୍ସ ହର୍ବର୍ଟଙ୍କୁ ହରାଇ ଦେଇଛନ୍ତି। ସୁଇଜରଲାଣ୍ଡର ଷ୍ଟାନ ଓ୍ବାରିଙ୍କା ୬୩, ୬-୨ ୬-୨ ସେଟରେ ରୁବେନ ବେମେଲମାନ୍ସଙ୍କୁ ପରାସ୍ତ କରିଛନ୍ତି।
ମହିଳା ସିଙ୍ଗଲ୍ସରେ ଆମେରିକାର ମାଡିସନ କିଜ୍‌ ୬-୩, ୬-୨ ସେଟ୍‌ରେ ଥାଇଲାଣ୍ଡର ଲୁକସିକା କୁମଖୁମ୍‌ଙ୍କୁ ହରାଇ ଅଭିଯାନ ଆରମ୍ଭ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଏଲିନା ସ୍ବିତୋଲିନା ୭-୫, ୬-୦ରେ ଡାରିଆ ଗାଭ୍ରିଲୋଭାଙ୍କୁ, ସିମୋନା ହାଲେପ ୬-୪, ୭-୫ ସେଟ୍‌ରେ ଆଲେକସାଣ୍ଡ୍ରା ସାସ୍‌ନୋଭିଚ୍‌, ଆନାସ୍ତାସିଜା ସେବାତ୍ସୋଭା ୬-୩, ୬-୪ରେ କ୍ରିଷ୍ଟି ଆହନ, କାରୋଲିନା ପ୍ଲିସକୋଭା ୬-୨, ୭-୬(୭/୪) ସେଟ୍‌ରେ ଝୁ ଲିନ୍‌ଙ୍କୁ ହରାଇ ଦ୍ୱିତୀୟ ରାଉଣ୍ଡରେ ପହଞ୍ଚତ୍ଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri