Categories: ଗଞ୍ଜାମ

ଡକାୟତି ଯୋଜନା ପଣ୍ଡ: ୧୪ କୋର୍ଟ ଚାଲାଣ

ଗଞ୍ଜାମ,୧ା୬(ଡି.ଏନ.ଏ.)-ଗଞ୍ଜାମ ଜିଲା ରମ୍ଭା ଥାନା ଗଡ଼ହୁମ୍ମା ପାହାଡ଼ି ଅଞ୍ଚଳରେ ଡକାୟତି ଯୋଜନା କରୁଥିବା ବେଳେ ଏକ ଡକାୟତି ଦଳକୁ ପୋଲିସ କାବୁ କରି କୋର୍ଟ ଚାଲାଣ କରିଛି।
ସୂଚନାନୁଯାୟୀ, ରବିବାର ଅପରାହ୍ନରେ ଡକାୟତି ଯୋଜନା କରୁଥିବା ଏକ ଦଳ ଉପରେ ଚଢ଼ାଉ କରି ୧୪ ଜଣ ଜଣଙ୍କୁ ପୋଲିସ କାବୁ କରିଛି। ସେମାନଙ୍କ ନିକଟରୁ ଖଣ୍ଡା, କାତି ଓ ଠେଙ୍ଗା ଆଦି ବିଭିନ୍ନ ମାରଣାସ୍ତ୍ର ଜବତ କରାଯାଇଥିବା ବେଳେ ନଂ. ୧୭୩/୨୦ରେ ମାମଲା ରୁଜୁ ହୋଇଥିବା ରମ୍ଭା ପୋଲିସ ସୂଚନା ଦେଇଛି।