ଠିକାଦାର ସଂଘ ପ୍ରଦାନ କଲା ୨ ଲକ୍ଷ

ବାରିପଦା ଅଫିସ, ୧୫ା୪- କରୋନା ମହାମାରୀର ମୁକାବିଲା କରିବା ପାଇଁ ମୟୂରଭଞ୍ଜ ଜିଲା ଠିକାଦାର ସଂଘ ୨ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ୧ ଲକ୍ଷ ଏବଂ ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡଙ୍କୁ ୧ ଲକ୍ଷ ଟଙ୍କା ଠିକାଦାରମାନେ ପ୍ରଦାନ କରିଛନ୍ତି। ଜିଲା ଜରୁରୀକାଳୀନ ଅଧିକାରୀ ସୁଜୟ କୁମାର ପତିଙ୍କୁ ଠିକାଦାରମାନେ ଏହି ଚେକ୍‌ ପ୍ରଦାନ କରିଥିଲେ।