ଠାକୁରମୁଣ୍ଡା ବଜାର ହେଲା ବିଶୋଧନ

ଠାକୁରମୁଣ୍ଡା,୮ା୩ (ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବଜାର ଅଞ୍ଚଳକୁ ବିଶୋଧନ କରାଯାଇଛି। କରୋନା ସଂକ୍ରମଣକୁ ରୋକିବାଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍‌ ଡାଉନ କରାଯାଇଥିବାରୁ ଲୋକେ ଘରୁ ବାହାରକୁ ବାହାରୁ ନାହାନ୍ତି। ପ୍ରତ୍ୟେହ କିଛି ଲୋକ ବଜାରକୁ ପନିପରିବା, ତେଜରାତି ସାମଗ୍ରୀ, ଔଷଧ ଓ ବ୍ୟାଙ୍କକୁ ଟଙ୍କା ଉଠାଇବାକୁ ଆସୁଛନ୍ତି। ଏହି ଦୃଷ୍ଟିରୁ ବଜାର ଅଞ୍ଚଳରେ କରୋନା ସଂକ୍ରମଣର ଆଶଙ୍କା ଅଧିକ ରହୁଛି। ଠାକୁରମୁଣ୍ଡା ତହସିଲଦାର ଏବଂ ବିଡ଼ିଓଙ୍କ ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ଅଗ୍ନିଶମ ବିଭାଗ ପକ୍ଷରୁ ମଙ୍ଗଳବାର ଠାକୁରମୁଣ୍ଡା ବଜାର, ରାସ୍ତା,ସ୍ବାସ୍ଥ୍ୟ କେନ୍ଦ୍ର,ବ୍ୟାଙ୍କ,ତହସିଲ ଓ ବ୍ଲକ ପରିସରକୁ ବ୍ଲିଚିଂ ସହିତ ବିଶୋଧନ କରାଯାଇଛି।