ଟ୍ୟୁସନ ଯାଉଥିବା ଛାତ୍ରୀଙ୍କୁ ଟଣାଓଟରା ଅଭିଯୋଗ: ୨ ଗିରଫ

ଧାମନଗର ୩।୧୨(ଡି.ଏନ.ଏ.)- ଭଦ୍ରକ ଜିଲା ଧାମନଗର ବ୍ଲକ ଧୂଷୁରୀ ଥାନା ଅନ୍ତର୍ଗତ ନସଲାପୁର ପ୍ରାଥମିକ ବିଦ୍ୟାଳୟ ନିକଟରେ ଟ୍ୟୁସନ ଯାଉଥିବା ଜଣେ ଛାତ୍ରୀଙ୍କୁ ଗତ ୧ ତାରିଖରେ ଦୁଇଜଣ ଯୁବକ ଅଶ୍ଳିଳ ଇଂଗିତ କରିବା ସହିତ ଟଣାଓଟରା କରିଥିବା ନେଇ ଧୂଷୁରୀ ଥାନାରେ ଅଭିଯୋଗ ହୋଇଥିଲା ଥାନା ଏଏସଆଇ ଧୃତରାଷ୍ଟ୍ର ମଲ୍ଲିକ ଘଟଣାର ତଦନ୍ତ କରି ଦୁଇ ଅଭିଯୁକ୍ତଙ୍କୁ ଥାନାରେ ଅଟକରଖି ମଙ୍ଗଳବାର ଥାନାରେ ଏକ ମାମଲା (ନଂ. ୨୩୬/୧୯) ରୁଜୁକରି କୋର୍ଟଚାଲାଣ କରିଛନ୍ତି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ନସଲାପୁର ଗ୍ରାମର ତପୁ ମହାଳିକ ଏବଂ ଦିପୁ ମହାଳିକ ।