ଟ୍ରେନ ଫେରନ୍ତା ଯୁବକଙ୍କଠାରୁ ଲୁଟ୍‌

ଭୁବନେଶ୍ୱର, ୭ା୩(ବ୍ୟୁରୋ): ରାଜଧାନୀରେ ରାତିରେ କିନ୍ନରମାନଙ୍କ ଉପତ୍ାତ ଦିନକୁ ଦିନ ବଢିବାରେ ଲାଗିଛି। ଗୁରୁବାର ରାତିରେ ମାଷ୍ଟରକ୍ୟାଣ୍ଟିନ ଛକରେ ଜଣେ ଟ୍ରେନ ଫେରନ୍ତା ଯାତ୍ରୀଙ୍କୁ ଲୁଟପାଟ କରିବା ଘଟଣାରେ ଜଣେ କିନ୍ନର ଓ ମହିଳାଙ୍କୁ ପୋଲିସ ଗିରଫ କରିଛି। ସେମାନେ ହେଲେ ପୁରୀ ଜିଲା ନିମାପଡ଼ା ଅଞ୍ଚଳର ବିଷ୍ଣୁପ୍ରିୟା ବିଶ୍ୱାଳ ଓ ଢେଙ୍କାନାଳ ଜିଲା ମୋଟୋ ଅଞ୍ଚଳର କଣ୍ଢେଇ ସାହୁ। ସୂଚନା ମୁତାବକ, ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ନୀଳାଦ୍ରିବିହାର ବାସିନ୍ଦା ପ୍ରଦୀପ୍ତ ବଳିୟାର ସିଂ ଗୁରୁବାର ରାତି ସାଢେ ୨ଟାରେ ଟ୍ରେନରୁ ଓହ୍ଲାଇଥିଲେ। ପ୍ରଦୀପ୍ତ ଷ୍ଟେଶନରୁ ବାହାରି ଅଟୋ ପାଇଁ ଷ୍ଟାଣ୍ଡକୁ ଆସୁଥିବା ବେଳେ କଣ୍ଢେଇ ଓ ବିଷ୍ଣୁପ୍ରିୟା ତାଙ୍କୁ ଅଟକାଇ ଟଙ୍କା ମାଗିଥିଲେ। ପ୍ରଦୀପ୍ତ ପର୍ସରୁ ୨୦ ଟଙ୍କା କାଢି ଦେବା ବେଳେ କଣ୍ଢେଇ ତାଙ୍କ ପର୍ସରୁ ୭ ହଜାର ୧୦୦ ଟଙ୍କା ଛଡ଼ାଇ ନେଇ ବିଷ୍ଣୁପ୍ରିୟାଙ୍କୁ ଦେବା ସହ ଉଭୟ ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲେ। ପ୍ରଦୀପ୍ତ ଚିକତ୍ାର କରି ଉଭୟଙ୍କ ପିଛା କରିବା ବେଳେ ଉପସ୍ଥିତ ଲୋକେ କଣ୍ଢେଇଙ୍କୁ କାବୁ କରି ପୋଲିସ ଜିମା ଦେଇଥିଲେ। ଏ ନେଇ ପ୍ରଦୀପ୍ତ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ କେସ୍‌ (ନଂ. ୬୫/୨୦) ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଶୁକ୍ରବାର ଉଭୟଙ୍କୁ ଗିରଫ କରିବା ସହ ଟଙ୍କା ଜବତ କରିଥିଲା। ଗିରଫ ମହିଳାଙ୍କ ନାମରେ ପୂର୍ବରୁ ମାଷ୍ଟରକ୍ୟାଣ୍ଟିନ ଅଞ୍ଚଳରେ ଯାତ୍ରୀଙ୍କୁ ଲୁଟପାଟ ଓ ଛିନ୍‌ତାଇ କରିବା ନେଇ ଅଭିଯୋଗ ରହିଥିବା ଖାରବେଳନଗର ଥାନା ଅଧିକାରୀ ବିଶ୍ୱରଞ୍ଜନ ସେନାପତି କହିଛନ୍ତି।