ଟ୍ରେନ ଧକ୍କାରେ ଭାଲୁ ମୃତ

ବଇଣ୍ଡା,୧।୮(ଡି.ଏନ.ଏ.)-ତାଳଚେର-ସମ୍ବଲପୁର ରେଳ ପଥର ହଣ୍ଡପା ଥାନା କୃଷ୍ଣପୁରଠାରେ ଟ୍ରେନ ଧକ୍କାରେ ଏକ ଅଣ୍ଡିରା ଭାଲୁର ମୃତ୍ୟୁ ହୋଇଛି।
ଘଟଣାରୁ ଜଣାପଡ଼ିଛି, ରେଳ ଲାଇନ ପାର ହୋଇ ଉକ୍ତ ଭାଲୁଟି ଜଙ୍ଗଲ ଅଭିମୁଖେ ଯାଉଥିବାବେଳେ ସମ୍ବଲପୁରରୁ ଅନୁଗୋଳ ଅଭିମୁଖେ ଆସୁଥିବା ଏକ ପାସେଞ୍ଜର ଟ୍ରେନ ତାକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଭାଲୁର ମୃତ୍ୟୁ ଘଟିଥିଲା। ଖବରପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଭାଲୁ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପୋତି ଦେଇଛି।