ଟ୍ରେନ୍‌ ସମ୍ପ୍ରସାରଣ ପାଇଁ ଦାବିପତ୍ର

ବ୍ରହ୍ମପୁର ଅଫିସ୍‌,୮ା୧୧-ଗଞ୍ଜାମ ଜିଲା ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚର ଏକ ବୈଠକ ସ୍ଥାନୀୟ ପାତାଳେଶ୍ୱର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେ।ଇଥିଲା। ଏହି ଅବସରରେ ବରିଷ୍ଠ ନାଗରିକମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଅନୁଷ୍ଠାନ ସଭାପତି ପ୍ରଫେସର ଡ.ରବିନାରାୟଣ ମିଶ୍ର ଏଥିରେ ଅଧ୍ୟକ୍ଷତା କରିଥିଲେ । ସଭା ଅବସରରେ କାର୍ଯ୍ୟକାରୀ ସଭାପତି ରାଧାଚରଣ ନାୟକ, ଆଇନ ପରାମର୍ଶଦାତା ଆଇନଜୀବୀ ଜିତେନ୍ଦ୍ର କୁମାର ପଟ୍ଟନାୟକ, ଉପସଭାପତି ଗୋପାଳକୃଷ୍ଣ ପାଢ଼ୀ, ସାଧାରଣ ସମ୍ପାଦକ ଦୀନବନ୍ଧୁ ଶ୍ରୀପଲ୍ଲବ, କୋଷାଧ୍ୟକ୍ଷ ନରସିଂହ ପାଣିଗ୍ରାହୀଙ୍କ ସମେତ ହାଡ଼ିବନ୍ଧୁ ମାଳି, ବିଜୟ କୁମାର ସାହୁ, ସ୍ବର୍ଣ୍ଣପ୍ରଭା ମିଶ୍ର, ପ୍ରମୋଦିନୀ ପଣ୍ଡା, ଡ.ସୂଚନା ପାଢ଼ୀ, ପ୍ରମିଳା ମହଲା, ଲକ୍ଷ୍ମୀପ୍ରିୟା ମାଳି, ଭିକାରୀଚରଣ ମହାପାତ୍ର, ଲଡୁକେଶ ମିଶ୍ର, ସୁବାସ ଚନ୍ଦ୍ର ସୁବୁଦ୍ଧି, ତ୍ରିନାଥ ପଣ୍ଡା ପ୍ରମୁଖଙ୍କ ସମେତ ବହୁ ସଭ୍ୟାସଭ୍ୟ ଯୋଗ ଦେଇଥିଲେ । ଏଥି ସହ ପଲାସା ଭୁବନେଶ୍ୱର ଡିଏମ୍‌ୟୁ ଟ୍ରେନକୁ ପୁରୀ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା, ଇଚ୍ଛାପୁର କଟକ ମେମୋ ଟ୍ରେନ ବ୍ରହ୍ମପୁରରୁ ଚଳାଚଳ କରିବା, ବର୍ତ୍ତମାନ ବିଶାଖାପାଟଣାରୁ ଆଲ୍ଲାହାବାଦ୍‌ ସାମୟିକ ଭାବେ ଚଳାଚଳ କରୁଥିବା ଟ୍ରେନକୁ ନିତିଦିନିଆ କିମ୍ବା ସପ୍ତାହକୁ ତିନିଦିନ ଚଳାଚଳ କରିବା, ପୂର୍ବରୁ ପ୍ରସ୍ତାବିତ ବ୍ରହ୍ମପୁରରୁ ସମ୍ବଲପୁର ଭାୟା ଭଞ୍ଜନଗର-ଫୁଲବାଣୀ ରେଢାଖୋଲ ରେଳପଥ ନିର୍ମାଣ କରିବା, ବ୍ରହ୍ମପୁର ନିକଟରେ ରେଳଡବା ଧୁଆ, ସଫା ଓ ସଜଡା ସହ ଟ୍ରେନରେ ପାଣି ଭରିବା ବ୍ୟବସ୍ଥିତ କେନ୍ଦ୍ର ସ୍ଥାପନ କରିବା ଦାବିଗୁଡ଼ିକ ସମ୍ପର୍କରେ ଆଲୋଚନା ହୋଇଥିଲା । ପରେ ପଦାଧିକାରୀମାନେ ଏ ସମ୍ପର୍କିତ ଏକ ଦାବିପତ୍ର ବ୍ରହ୍ମପୁର ରେଳ ପ୍ରବନ୍ଧକ ଚଣ୍ଡୀ ତ୍ରିଦେବ ପ୍ରସନ୍ନ କୁମାର ଦାସଙ୍କ ଜରିଆରେ ଖୋର୍ଦ୍ଧାରୋଡ଼ ରେଳବାଇ ଡିଭିଜନାଲ ପ୍ରବନ୍ଧକଙ୍କୁ ପ୍ରଦାନ କରିଥିଲେ । ଷ୍ଟେଶନ ପ୍ରବନ୍ଧକ ଦାସ ସ୍ମାରକପତ୍ର ଗ୍ରହଣ କରି ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ପ୍ରତିଶ୍ରୁତି ପ୍ରଦାନ କରିଥିଲେ। ସ୍ମାରକପତ୍ରର ନକଲ ଭୁବନେଶ୍ୱର ରେଳବାଇ ମହାପ୍ରବନ୍ଧକଙ୍କ ସମେତ ରେଳମନ୍ତ୍ରୀ, ଭାରତ ସରକାର ନୂଆଦିଲ୍ଲୀ, ମୁଖ୍ୟମନ୍ତ୍ରୀ, ବାଚସ୍ପତି, ବ୍ରହ୍ମପୁର ଏମ୍‌ପିଙ୍କୁ ଏହାର ସମାଧାନ ପାଇଁ ପଠାଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri