ଟ୍ରେନ୍‌ରୁ ଡେଇଁ ଅନାଥାଶ୍ରମ ମହିଳା ଗୁରୁତର

ନିରାକାରପୁର,୨୮ା୬(ଡି.ଏନ୍‌.ଏ.)-ଅନାଥାଶ୍ରମରେ ରହୁଥିବା ଜଣେ ବୃଦ୍ଧା ଗୁରୁବାର ପୂର୍ବାହ୍ନରେ ନିରାକାରପୁର ଷ୍ଟେଶନ ନିକଟସ୍ଥ ଟ୍ରେନ୍‌ରୁ ଡେଇଁ ଗୁରୁତର ହୋଇଛନ୍ତି ା ବୃଦ୍ଧା ଜଣକ ନିଜ ନାମ କହିପାରୁ ନ ଥିବାରୁ ତାଙ୍କର ପରିଚୟ ମିଳି ପାରି ନ ଥିବାବେଳେ ସେ କୁହୁଡ଼ିସ୍ଥିତ ତାଙ୍କ ବନ୍ଧୁ ଘରକୁ ଯାଉଥିବା ପ୍ରକାଶ କରିଛନ୍ତି। ତାଙ୍କର ବୟସ ୭୦ରୁ ୭୫ ବର୍ଷ ହୋଇପାରେ ବୋଲି ଅନୁମାନ କରାଯାଇଛି। ଘଟଣାରୁ ପ୍ରକାଶ, ନିରାକାରପୁର ରେଳଷ୍ଟେଶନରୁ ସକାଳ ପ୍ରାୟ ସାଢେ ୮ଟା ବେଳେ ପାସେଞ୍ଜର ଟ୍ରେନ୍‌ ଭାବି ରାଉର୍‌କେଲା-ଗୁଣପୁର ରାଜାରାଣୀଏକ୍ସପ୍ରେସ୍‌ ଟ୍ରେନ୍‌ରେ ବୃଦ୍ଧା ଜଣକ ଚଢ଼ିଯାଇଥିଲେ। ତେବେ ଏହା ଏକ ଏକ୍ସପ୍ରେସ ଗାଡ଼ି ଓ କୁହୁଡ଼ିଠାରେ ରହଣି କରିବ ନାହିଁ ବୋଲି ସହଯାତ୍ରୀଙ୍କଠାରୁ ଶୁଣିବା ପରେ ତୁରନ୍ତ ଟ୍ରେନ୍‌ରୁ ଡେଇଁ ପଡ଼ିଲେ। ଫଳରେ ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିବା ସହ ଡାହାଣ ପାଦ କଟି ଗଭୀର କ୍ଷତ ହୋଇଛି ା ଯୋଗାଯୋଗ ପରେ ୧୦୮ ଆମ୍ବୁଲାନ୍ସ ନ ଆସିବାରୁ ଦମକଳ ବାହିନୀ ସହାୟତାରେ ତାଙ୍କୁ ପ୍ରଥମେ ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ପରେ ଭୁବନେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ବୃଦ୍ଧା ଜଣକ କେବେଠାରୁ ଜରାଶ୍ରମରେ ରହିଥିଲେ ଏବଂ କାହିଁକି ବାହାରକୁ ଆସିଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଥିବାସ୍ଥଳେ ରେଳ ସୁରକ୍ଷା ବାହିିନୀ ଉକ୍ତ ଘଟଣା ପ୍ରତି ଗୁରୁତ୍ୱ ଦେଇ ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ବୃଦ୍ଧା ରାମେଶ୍ୱର ପଞ୍ଚାୟତସ୍ଥ ଜରାଶ୍ରମରେ ରହୁଥିବା ଅନ୍ୟ ଜଣେ ବୃଦ୍ଧା କହିଛନ୍ତି।