ଟ୍ରେନ୍‌ରୁ ଖସି ପଡ଼ି କଟିଲା ଗୋଡ଼

ଧର୍ମଶାଳା,୫ା୧୦(ଡି.ଏନ୍‌.ଏ.): ଧର୍ମଶାଳା ବ୍ଲକ ଅନ୍ତର୍ଗତ ଗଡ଼ମଧୁପୁର ଷ୍ଟେଶନ ନିକଟରେ ଶୁକ୍ରବାର ଟ୍ରେନ୍‌ରୁ ଖସିପଡି ଜଣେ ବ୍ୟକ୍ତିଙ୍କ ୨ ଗୋଡ କଟିଯାଇଛି। ସେ ହେଉଛନ୍ତି ଧର୍ମଶାଳା ବ୍ଲକ ଥାନୁଆଳ ଗ୍ରାମର ପେଡା ବ୍ୟବସାୟୀ ଗୁଣନିଧି ଦୋରା(୫୪)। ଧର୍ମଶାଳା ଅଗ୍ନିଶମ ବାହିନୀ ପହଞ୍ଚତ୍ ତାଙ୍କୁ ଉଦ୍ଧାର କରି ଧର୍ମଶାଳା ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ପ୍ରକାଶ ଯେ, ଗୁଣନିଧି କୌଣସି ଏକ କାମରେ ବନ୍ଧୁଘରକୁ ଯିବାଲାଗି ଷ୍ଟେଶନରେ ଟ୍ରେନ୍‌ରେ ଚଢ଼ିବା ସମୟରେ ହଠାତ୍‌ ଖସିପଡ଼ିଥିଲେ। ଫଳରେ ଟ୍ରେନ ଚକାରେ ତାଙ୍କର ଗୋଡ କଟିଯାଇଥିଲା। ସେ ଜଣେ ଗରିବ ଶ୍ରେଣୀର ବ୍ୟକ୍ତି ହୋଇଥିବାରୁ ସରକାର ତାଙ୍କର ଚିକିତ୍ସା ଖର୍ଚ୍ଚ ବହନ କରିବାକୁ ସରପଞ୍ଚ ଅମୂଲ୍ୟଧନ ଜେନା ଓ ଗ୍ରାମବାସୀ ଦାବି କରିଛନ୍ତି ା