ଟ୍ରାକ୍ଟର ଓଲଟି ଚାଳକଙ୍କ ମୃତ୍ୟୁ

ହିଞ୍ଜିଳିକାଟୁ,୨୯ା୭(ଡି.ଏନ୍‌.ଏ.)- ହିଞ୍ଜିଳିକାଟୁ ବ୍ଲକ ଦାରୁଭଦ୍ରାଠାରେ ରବିବାର ସନ୍ଧ୍ୟାରେ ବିଲରେ ହଳ କରୁଥିବାବେଳେ ଏକ ଟ୍ରାକ୍ଟର ଓଲଟି ପଡିବାରୁ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ଉକ୍ତ ଗ୍ରାମର କାହ୍ନୁ ଦାଶ। ପ୍ରକାଶ ଯେ, କାହ୍ନୁ ରବିବାର ସନ୍ଧ୍ୟାରେ ଦାରୁଭଦ୍ରା ଗ୍ରାମର ଏକ ବିଲରେ ହଳ କରିଥିଲେ। ଭାରସାମ୍ୟ ହରାଇବାରୁ ଟା୍ରକ୍ଟରଟି ଓଲଟି ପଡିଥିଲା। ଫଳରେ ସେ ଟ୍ରାକ୍ଟର ତଳେ ଚାପି ହୋଇ ଯାଇଥିଲେ। ସେଠାରେ ଥିବା ଲୋକେ ତାଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏନେଇ ବୈଦ୍ୟନାଥପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁହୋଇ ସୋମବାର ମୃତଦେହ ବ୍ୟବଚ୍ଛେଦ ପରେ ପରିବାରଙ୍କୁ ହସ୍ତାନ୍ତର କରାଯାଇଛି।