Categories: ଜାତୀୟ

ଟ୍ରମ୍ପ୍‌ଙ୍କ କାର୍‌ ତାଜମହଲ ପରିସରକୁ ଯିବା ନେଇ ବିବାଦ: ସୁପ୍ରିମ୍‌କୋର୍ଟ କହିଲେ ଭିତରକୁ ଯିବନି ଗାଡ଼ି

ନୂଆଦିଲ୍ଲୀ,୧୯।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ କାର ତାଜମହଲ ପରିସରକୁ ଯାଇପାରିବ ନାହିଁ। ଏନେଇ ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ବାରଣ କରାଯାଇଛି। ତାଜମହଲ ସଂରକ୍ଷଣକୁ ଦୃଷ୍ଟିରେ ରଖି କୋର୍ଟ ଏଭଳି ନିର୍ଦ୍ଦେଶ ଜାରି କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ତାଜମହଲ ପରିସର ଭିତରକୁ କୌଣସି ଗାଡ଼ି ଯାଇ ପାରିବ ନାହିଁ। ଏହାର ୫୦୦ ମିଟର ପରିସୀମା ମଧ୍ୟରେ ପେଟ୍ରୋଲ ଅବା ଡିଜେଲ ଚାଳିତ ଯାନ ଚଳାଚଳ କରିପାରିବ ନାହିଁ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି। ଏହା ସହିତ କୋର୍ଟ କ୍ଷୋଭ ପ୍ରକାଶ କରି କହିଛନ୍ତି ତାଜମହଲର ସଂରକ୍ଷଣ କର ଅବା ଏହାକୁ ବନ୍ଦ କର କିମ୍ବା ଧ୍ୱଂସ କର। ଟ୍ରମ୍ପ୍‌ଙ୍କ ସୁରକ୍ଷା ଦୃଷ୍ଟିରୁ ୟୁଏସ୍‌ ସିକ୍ରେଟ୍‌ ସର୍ଭିସ୍‌ ତାଙ୍କର ସୁପର କାର୍‌କୁ ତାଜମହଲ ପରିସର ଭିତରକୁ ନେବାକୁ ଚାହୁଁଛି। ତେବେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏହା ସମ୍ଭବ ନୁହେଁ ବୋଲି କୁହାଯାଉଛି।

Share