ଟ୍ରମ୍ପ୍‌ଙ୍କୁ ଘାରିଛି ମଧ୍ୟସ୍ଥତା ନିଶା: ଇମ୍ରାନ୍‌ଙ୍କ ପରେ ମୋଦିଙ୍କୁ ଭେଟିବେ

ଓ୍ବାଶିଂଟନ,୨୧।୯ : ଜମ୍ମୁ-କଶ୍ମୀରରେ ପ୍ରସଙ୍ଗରେ ମଧ୍ୟସ୍ଥତା କରିବା ନିଶା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ଙ୍କୁ ଘାରିଛି। ଏନେଇ ବାରମ୍ବାର ମନ୍ତବ୍ୟ ଦେବା ପରେ ଏବେ ଟ୍ରମ୍ପ୍‌ ପ୍ରଥମେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କୁ ସୋମବାର ଭେଟିବେ ବୋଲି ହ୍ବାଇଟ୍‌ ହାଉସ୍‌ ପକ୍ଷରୁ ଜଣାପଡ଼ିଛି। ଏହାପରେ ମଙ୍ଗଳବାର ଟ୍ରମ୍ପ୍‌ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ୍‌ କରିବେ। ତେବେ ସାକ୍ଷାତ୍‌ ସମୟରେ କେଉଁ ବିଷୟ ଉପରେ ଆଲୋଚନ କରାଯିବ ତାହା ଜଣାପଡ଼ି ନ ଥିଲେ ମଧ୍ୟ ଏହା ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ଉତ୍ତେଜନାକୁ ନେଇ ହେବାର ସମ୍ଭାବନା ରହିଛି।

Share