ଟ୍ରକ ଧକ୍କାରେ ୨ ହାତୀ ମୃତ

ଢେଙ୍କିକୋଟ/କୋଳିମାଟି/କେନ୍ଦୁଝର,୨୨।୮(ଡି.ଏନ.ଏ./ସ୍ବ.ପ୍ର.): କେନ୍ଦୁଝର ଜିଲା ଘଟଗାଁ ବାଲିଯୋଡି ଗ୍ରାମ ନିକଟ ୨୦ନଂ ଜାତୀୟ ରାଜପଥରେ ବୁଧବାର ବିଳମ୍ବିତ ରାତିରେ ଅଘଟଣ ଘଟିଛି। ଲୁହାପଥର ବୋଝେଇ ଟ୍ରକ ଧକ୍କାରେ ଦୁଇଟି ହାତୀର ମୃତ୍ୟୁ ହୋଇଥିବା ବେଳେ ଗୋଟିଏ ଆହତ ହୋଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ବୁଧବାର ଯାଜପୁର ରୋଡରୁ ଆସୁଥିବା ଏକ ୧୪ ଚକିଆ ଟ୍ରକ ୩ଟି ହାତୀକୁ ଧକ୍କା କରିଥିଲା। ଘଟଣାସ୍ଥଳରେ ୨ଟି ହାତୀର ମୃତ୍ୟୁ ହୋଇଥିବା ବେଳେ ଛୁଆ ହାତୀଟି ଗରୁତର ଆହତ ହୋଇଛି। ଉକ୍ତ ସ୍ଥାନରେ ରାତିସାରା ଘଟଗାଁ ଅଞ୍ଚଳର ବନକର୍ମଚାରୀ ହାତୀକୁ ଜଗିରହିଛନ୍ତି। ଅନ୍ୟପଟେ ଦୁର୍ଘଟଣା ଘଟାଇବା ପରେ ଟ୍ରକ ଡ୍ରାଇଭର ଓ ହେଲପର ଟ୍ରକ ଛାଡି ଫେରାର ହୋଇଯାଇଛନ୍ତି।