ଟ୍ରକ୍‌ ଚାଳକ, ଅସହାୟଙ୍କୁ ରନ୍ଧା ଖାଦ୍ୟ ଦେବାବେଳେ ପୋଲିସ ବାବୁ ଦୁର୍ବ୍ୟବହାର କଲେ

ବରଗଡ଼ ଅଫିସ୍‌,୧।୫: ବରଗଡ଼ର ସ୍ବେଚ୍ଛାସେବୀ ଅନୁଷ୍ଠାନ ନିଷ୍ଠା ପରିବାରର ସଭ୍ୟମାନେ ସ୍ଥାନୀୟ ବିକାଶ ଛକରେ ଅସହାୟ, ଟ୍ରକ୍‌ ଚାଳକମାନଙ୍କୁ ରନ୍ଧାଖାଦ୍ୟ ବିତରଣ କରୁଥିବାବେଳେ ଶୁକ୍ରବାର ଜଣେ ପୋଲିସ ଅଧିକାରୀ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ନେଇ ଏମାନେ ଶୁକ୍ରବାର ସନ୍ଧ୍ୟାରେ ବରଗଡ଼ ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କୁ ଭେଟି କାର୍ଯାନୁଷ୍ଠାନ ଦାବି କରିଛନ୍ତି। ଅଶ୍ୱିନୀ ତ୍ରିପାଠୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଯାଇ ଜିଲାପାଳଙ୍କୁ ଭେଟିଥିଲେ।