ଟ୍ରକ୍‌ ଚାଳକଙ୍କ ଉନ୍ମତ୍ତକାଣ୍ଡ : ଥାନା ଅଧିକାରୀଙ୍କୁ ଗାଡ଼ି ଚଢ଼ାଇବା ଉଦ୍ୟମ

ନୟାଗଡ଼ ଅଫିସ,୪ା୧୦: ନୟାଗଡ଼ ଜିଲା ଦେଇ ଯାଇଥିବା ୫୭ନଂ. ଜାତୀୟ ରାଜପଥ-୫୭ରେ ଗୁରୁବାର ଜଣେ ଟ୍ରକ୍‌ ଚାଳକଙ୍କ ଉନ୍ମତ୍ତକାଣ୍ଡ ଦେଖିବାକୁ ମିଳିଥିଲା। ଚାଳକଙ୍କ ବେପାରୁଆ ଗାଡ଼ି ଚାଳନା ଯୋଗୁ ୨ ବାଇକ୍‌ ସମେତ ପୋଲିସ ଚେକ୍‌ପୋଷ୍ଟ ଭାଙ୍ଗି ଚୂରମାର୍‌ ହୋଇଯାଇଛି। ସେହିଭଳି ଗାଡିଟି ଜଣେ ଥାନା ଅଧିକାରୀଙ୍କ ଉପରେ ଚଢାଇବାକୁ ଉଦ୍ୟମ କରିଥିଲା। ମାତ୍ର କୌଶଳକ୍ରମେ ସେ ବର୍ତ୍ତିଯାଇଛନ୍ତି। ପ୍ରକାଶ ଯେ, ସିଜି୦୬ଜିପି-୫୨୩୯ ନଂ. ବିଶିଷ୍ଟ ଟ୍ରକ୍‌ ବରଗଡ଼ରୁ ମକାଗୁଣ୍ଡ ବୋଝେଇ କରି କଟକ ଅଭିମୁଖେ ଯାଉଥିଲା। ନୂଆଗାଁ ବ୍ଲକ ମହିତମା ଛକଠାରେ ଅପରାହ୍ନରେ ଆର୍‌ଟିଓ ପକ୍ଷରୁ ଚେକିଂ ହେଉଥିଲା। ଏହି ସମୟରେ ଚେକିଂ ଦାୟତ୍ୱିରେ ଥିବା ଟ୍ରାଫିକ୍‌ ସବ୍‌ଇନ୍ସପେକ୍ଟର ସ୍ବୟଂପ୍ରଭା ରାଉତ ଗାଡ଼ିଟିକୁ ଅଟକାଇଥିଲେ। ହେଲେ ଚାଳକ ଜଣକ ଟ୍ରକଟିକୁ ଦ୍ରୁତଗତିରେ ନେଇ ପଳାଇ ଆସିଥିଲେ। ଏହା ପରେ ଏସ୍‌ଆଇ ରାଉତ ଏ ବିଷୟରେ ଏମ୍‌ଭିଆଇଙ୍କୁ କହିଥିଲେ। ଏମ୍‌ଭିଆଇ ଦୁର୍ଗାପ୍ରସାଦ ରାଓ ମହିପୁର ପାଖରେ ଗାଡ଼ିଟିକୁ ଅଟକାଇବା ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ। ପରେ ସଦର ପୋଲିସ ପକ୍ଷରୁ ନୂଆ ବସ୍‌ଷ୍ଟାଣ୍ଡଠାରେ ଚେକ୍‌ପୋଷ୍ଟ ରଖାଯାଇ ଗାଡ଼ିକୁ ଅଟକାଇବା ପାଇଁ ଚେଷ୍ଟା କରାଯାଇଥିଲା। ହେଲେ ଚାଳକ ଏହାକୁ ଅମାନ୍ୟ କରି ଚେକ୍‌ପୋଷ୍ଟ ଉପରେ ଗାଡ଼ି ଚଢ଼ାଇ ପଳାଇଥିଲେ। ସେ ସମୟରେ ସଦର ଥାନା ଅଧିକାରୀ ଅନ୍ନପୂର୍ଣ୍ଣା ବେହେରାଙ୍କୁ ଗାଡ଼ି ଚଢ଼ାଇ ଦେବାକୁ ଉଦ୍ୟମ କରିଥିବାବେଳେ ସେ କୌଶଳ କରି ଖସିଯାଇଥିଲେ। ଟ୍ରକଟି ଦ୍ରୁତଗତିରେ ଇଟାମାଟି ଅଭିମୁଖେ ଯାଉଥିବା ବେଳେ ଇଟାମାଟି ଥାନାକୁ ଏ ନେଇ ଖବର ଦିଆଯାଇଥିଲା। ସଙ୍ଗେ ସଙ୍ଗେ ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ର ପୋଲିସ ଟିମ୍‌ ସହ ସିନେମା ହଲ୍‌ଠାରେ ଏକ ଟ୍ରକ୍‌ ଓ ଷ୍ଟାଣ୍ଡପୋଷ୍ଟକୁ ରଖି ଜଗି ରହିଥିଲେ। ଏହି ସମୟରେ ଚାଳକ ଜଣକ କୌଶଳ କରି ସାଲୁଣି ଆଡକୁ ଗାଡି ବୁଲାଇ ଦେଇଥିଲେ। ଥାନା ଅଧିକାରୀ ପାତ୍ର ଟ୍ରକ୍‌ ପାଖକୁ ଆସିବା କ୍ଷଣି ଚାଳକ ହଠାତ୍‌ ଗାଡ଼ିଟିକୁ ବୁଲାଇ ପଳାଇଯାଇଥିଲେ। ଫଳରେ ଆଘାତ ପାଇ ଥାନା ଅଧିକାରୀ ପଡ଼ିଯିବା ସହ ଏଏସ୍‌ଆଇ ଆହତ ହୋଇଥିଲେ। ସେଠାରେ ଥିବା ଦୁଇଟି ବାଇକ୍‌କୁ ଚାପି ଦେଇ ଚାଳକ ପଳାଇ ଯାଇଥିଲେ। ଖବର ଦେବାରୁ ବୋଲଗଡ଼ ପୋଲିସ ଦୁଇଟି ଟ୍ରକ୍‌ ରାସ୍ତା ମଝିରେ ରଖିଦେଇଥିଲେ। ଫଳରେ ଦ୍ରୁତଗତିରେ ଯାଉଥିବା ଟ୍ରକ୍‌ଟି ଅନ୍ୟ ଏକ କଚ୍ଚା ରାସ୍ତା ଦେଇ ଯାଉଥିବା ବେଳେ ରାସ୍ତା ନ ଥିବାରୁ ଆଗକୁ ଯାଇପାରି ନ ଥିଲା। ପରେ ଚାଳକ ଟ୍ରକ୍‌ଟିକୁ ଛାଡ଼ି ଦେଇ ଫେରାର୍‌ ହୋଇଯାଇଥିଲେ। ପୋଲିସ ବିଭିନ୍ନ ଆଡ଼େ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନ ଥିଲା। କିଛି ସମୟ ପରେ ଚାଳକଙ୍କୁ ଏକ ବୁଦାମୂଳରୁ ଧରାଯାଇଥିଲା। ସେ ହେଲେ ଛତିଶଗଡ଼ର ମହାସମୁଦ ଜିଲା ଝିଲିମିଲା ଗ୍ରାମର ଚନ୍ଦ୍ରମଣି ବନଜାରା। ଏମ୍‌ଭିଆଇଙ୍କ ଏତଲାକୁ ଭିତ୍ତିକରି ଥାନାରେ ୧୨୨/୧୯ ନମ୍ବରରେ ଏକ ମାମଲା ରୁଜୁ କରାଯାଇ ଗାଡ଼ି ଜବତ ସହ ଚାଳକଙ୍କୁ ଗିରଫ କରାଯାଇଥିବା ସଦର ଥାନା ଅଧିକାରୀ ଅନ୍ନପୂର୍ଣ୍ଣା ବେହେରା ପ୍ରକାଶ କରିଛନ୍ତି। ପୋଲିସ ଗୋଡ଼ାଇବାରୁ ସେ ଭୟଭୀତ ହୋଇ ଏଭଳି କରିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

ଦସ୍ତଖତ କରିଥିଲେ ୯, ଗଲେ ୮: କଂଗ୍ରେସରେ ତେଜୁଛି ଗୋଷ୍ଠୀକନ୍ଦଳ

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ମୋଟ୍‌ ୧୪ ଜଣ ବିଧାୟକ ବିଜୟୀ ହୋଇଥିଲେ। ସେଥିରୁ ଗତ ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟ…

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କଲା ଆଫଗାନିସ୍ତାନ: ସୈନ୍ୟ ଆଡ୍ଡା ଧ୍ୱଂସ

କାବୁଲ,୩।୪: ଆଫଗାନ ସେନା ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଡୁରାଣ୍ଡ ରେଖା ପାର କରି ଖୋଷ୍ଟ-ଖୁରମ ସୀମା ନିକଟରେ ପାକିସ୍ତାନୀ ସାମରିକ ସ୍ଥାନ ଉପରେ ଏକ ବଡ଼ ଆକ୍ରମଣ କରିଛି।…

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri