ଟ୍ରକ୍‌ରୁ ୩୯ ବସ୍ତା ଗଞ୍ଜେଇ ଜବତ: ଡ୍ରାଇଭର ଗିରଫ

ନୟାଗଡ଼ ଅଫିସ,୧୫।୨: ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ ବାଣୀଗୋଛା ରାଜପୁତ ଢାବା ନିକଟରୁ ଶନିବାର ଏକ ଟ୍ରକ୍‌ରୁ ୩୯ ବସ୍ତା ଗଞ୍ଜେଇ ଜବତ କରାଯାଇଛି। କେନ୍ଦ୍ରୀୟ ରାଜସ୍ବ ଗୋଇନ୍ଦା ନିର୍ଦ୍ଦେଶାଳୟ ଭୁବନେଶ୍ୱର ପକ୍ଷରୁ ଚଢ଼ାଉ କରାଯାଇ ଏହି ଗଞ୍ଜେଇ ଜବତ କରାଯାଇଛି। ଏଥିରେ ସମ୍ପୃକ୍ତ ଡ୍ରାଇଭରଙ୍କୁ ମଧ୍ୟ ଗିରଫ କରାଯାଇଛି। ଟ୍ରକ୍‌ ଡାଲା ଭିତରେ ତଳେ ଗଞ୍ଜେଇ ବସ୍ତା ଓ ତା’ ଉପରେ ବଲ୍ହାକାଠ ଆସୁଥିବା ଖବର ପାଇ ପୋଲିସ ଚଢ଼ାଉ କରିଥିଲା।