ଟୋକନ ବିବାଦ: ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲେ ଚାଷୀ

ବରଗଡ଼ ଅଫିସ,୨୦।୧୧: ଚଳିତ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାରେ ଆରମ୍ଭ ହୋଇଥିବା ଟୋକନ ବ୍ୟବସ୍ଥାକୁ ନେଇ ବିରୋଧ ବଢିବାରେ ଲାଗିଛି। ବୁଧବାର ବରଗଡ ବ୍ଲକ ଅନ୍ତର୍ଗତ କଟାପାଲି ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) ଆଗରେ ଚାଷୀମାନେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି । ସୁଦାମ ସାହୁ, ଦୈତାରୀ ଭୋଇ, ଦଶରଥ ସେଠ୍‌, ରମେଶ ବିଶ୍ବାଳ ପ୍ରମୁଖ ଏହାର ନେତୃତ୍ୱ ନେଇଥିବାବେଳେ ବରଗାଁ, ବନ୍ଦା, ନୁନିଆଁ ଜାମପାଲି, ବରଡୋଲ ଆଦି ପଞ୍ଚାୟତର ଚାଷୀମାନେ ଆନ୍ଦୋଳନରେ ସାମିଲ ଅଛନ୍ତି।
ପ୍ରକାଶ ଥାଉକି, ଗତ ସୋମବାରରୁ ଚାଷୀମାନେ ଉକ୍ତ ପ୍ୟାକ୍ସରେ ତାଲା ପକାଇ ଅଫିସକୁ ଅଚଳ ସହିତ ଧାରଣାରେ ବସିଛନ୍ତି।